ଗାଡ଼ି ସାଇଡ୍ ମରା କୁ କେନ୍ଦ୍ର କରି ବିଜେପି ଯୁବ ନେତାଙ୍କୁ ହତ୍ୟା

0 776

ବାଲେଶ୍ଵର: ବାଲେଶ୍ୱର ବିଜେପି ଯୁବ ମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ଗାଡ଼ି ସାଇଡ୍ ମରାକୁ କେନ୍ଦ୍ର କରି ବିଜେପି ଯୁବ ନେତାଙ୍କୁ ହତ୍ୟା କରାଯାଇଛି। ରଞ୍ଜିତ ନିଜ ଶଶୁର ଘର କପ୍ତିପଦାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଛି। ଶଶୁର ଘର ଠାରୁ ଅଳ୍ପ ଦୂରରେ ଗାଡ଼ି ସାଇଡ୍ ମରା କୁ କେନ୍ଦ୍ର କରି ୪ ଜଣ ଯୁବକ ରଞ୍ଜିତଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ପିଟିଥିଲେ। ଫଳରେ ରଞ୍ଜିତ ଘଟଣା ସ୍ଥଳରେ ବେହୋସ୍ ହୋଇ ଯାଇଥିଲେ। ଖବର ପାଇ ରଞ୍ଜିତ ଙ୍କ ଶଶୁର ଘର ଲୋକେ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରି ଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଶୋକ ପ୍ରକାଶ କରି କହିଛନ୍ତି, ଆମ ଯୁବ କାର୍ଯ୍ୟକାର୍ତ୍ତା ଓ ବାଲେଶ୍ୱର ବିଜେପି ନେତା ରଞ୍ଜିତ କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଖିତ। ଜଣେ ଦୃଢ଼ ସଙ୍ଗଠକ ଭାବେ ବିଜେପିକୁ ବାଲେଶ୍ୱରରେ ପ୍ରତିଷ୍ଠିତ କରିବାରେ ତାଙ୍କର ଅନେକ ଯୋଗଦାନ ଥିଲା। ଅମର ଆତ୍ମାର ସଦଗତି କାମନା କରୁଛି। ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଏଇ ଅସମୟରେ ସହାୟ ହୁଅନ୍ତୁ।

Leave A Reply

Your email address will not be published.

1 × 5 =