ଫୋନ କଲ୍ ମହଙ୍ଗା ପଡିଲା, ସାମ୍ବାଦିକଙ୍କୁ ଛେଚିଲେ ୩ ମହିଳା!

0 749

କୁଜଙ୍ଗ: କୁଜଙ୍ଗର ଧରିତ୍ରୀ ସାମ୍ବାଦିକ ମନୋଜ ପ୍ରଧାନ ଙ୍କୁ ତିନି ମହିଳା ଘେରି ପଡ଼ି ପିଟିଥିବା ଜଣାପଡିଛି। ଗତ ୧୧ ତାରିଖ ଶୁକ୍ରବାର ସକାଳ ୮.୩୦ ସମୟରେ କୁଜଙ୍ଗ ଥାନା ମେଡ଼ିକାଲ ରୋଡ ପାତ୍ରଛକ ଠାରେ ତିନି ମହିଳା ତଥାକଥିତ ସାମ୍ବାଦିକ ଙ୍କୁ ଘେରାଉ କରି ଚଟକଣି ମାରିଥିଲେ।ପରବର୍ତ୍ତୀ ସମୟରେ ଏହି ମହିଳା ମାନେ ଟଣାଭିଡ଼ା କରି ସଂମ୍ପୃକ୍ତ ସାମ୍ବାଦିକ କୁ ଥାନା ପର୍ଯ୍ୟନ୍ତ ଆଣିଥିଲେ।ପୋଲିସ ଅଧିକାରୀ ଙ୍କ ପଚରାଉଚରା ପରେ ମହିଳା ମାନେ ସାମ୍ବାଦିକ ଙ୍କ ପୁରା ପେଡ଼ି ଖୋଲି ଦେଇଥିଲେ। ଏନେଇ ଜଣେ ମହିଳା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ,ସାମ୍ବାଦିକ ମନୋଜ ପ୍ରଧାନ ଗତ ୪ ତାରିଖ ଠାରୁ ତାଙ୍କ ମୋବାଇଲ କୁ ବାରମ୍ବାର କଲ୍ କରି ଅଶ୍ଳୀଳ କଥା ସହିତ ଦେଖା କରି ଦୈହିକ ସମ୍ପର୍କ ରଖିବାକୁ ଇଙ୍ଗିତ କରୁଥିଲେ।ମହିଳା ଙ୍କୁ ଫୋନ୍ ରେ ଏଭଳି ଆଚରଣ ପଦଶର୍ନ କରିଥିବା ବ୍ୟକ୍ତି ଜଣଙ୍କ ନିଜ ଇଚ୍ଛା ଅନୁସାରେ ଫୋନ୍ କଲ୍ କରି କଥା ହୋଇଥାନ୍ତି।ତେଣୁକରି ଏହି ବ୍ୟକ୍ତି ଙ୍କୁ ଚିହ୍ନଟ କରିବା ପାଇଁ ମୋର ସିମ୍ କାର୍ଡ କୁ ସାନ ଭଉଣୀ ମୋବାଇଲ ଫୋନରେ ପକାଇଥିଲି।ଫଳରେ କରିବା ସମୟରେ ଟ୍ରୁ କଲର ରୁ ଏହି ବ୍ୟକ୍ତି ଙ୍କ ପରିଚୟ ପାଇଥିଲି ଓ ସେ ଜଣେ ସାମ୍ବାଦିକ ଥିବା ଜଣାପଡିଲା।ଠିକଣା ଓ ପରିଚୟ ମିଳିବା ପରେ ସଂମ୍ପୃତ୍କ ସାମ୍ବାଦିକ ଙ୍କୁ ଧରିବାକୁ ସୁଯୋଗ ଅପେକ୍ଷାରେ ରହି କଥା ହୋଇଥିଲି।ପରେ ଆମେ ତିନି ଭଉଣୀ ଆସି କୁଜଙ୍ଗ ରେ ପହଞ୍ଚି ସାମ୍ବାଦିକ ପ୍ରଧାନ ଙ୍କୁ ଡାକୁଥିଲୁ।ତେବେ ଆମେ ପହଞ୍ଚିବା ପରେ ସାମ୍ବାଦିକ ଚିହ୍ନି ନ ଥିବା କହି ଘଟଣା ସ୍ଥଳରୁ ଖସିଯିବା ସମୟରେ ମୋର ଅନ୍ୟ ଦୁଇ ଭଉଣୀ ଅଟକାଇଥିଲେ।ହେଲେ ସାମ୍ବାଦିକ ମହାଶୟ ପ୍ରଥମେ ମୋର ଗୋଟେ ଭଉଣୀ ଙ୍କୁ ମାଡ଼ ମାରି ମୋର ବେକରୁ ସୁନା ଚେନ୍ ଓ କାନ ଫୁଲ ଝିଙ୍କି ନେଇ ଥିଲା। ମାତ୍ର ଏତିକି ମହାଶୟ ର ମନ ଶାନ୍ତି ହୋଇ ନ ଥିଲା ମୋର ଜଣେ ଭଉଣୀ ଗର୍ଭବତୀ ଥିବାବେଳେ ତାର ପେଟକୁ ଗୋଇଠା ମାରି ପିନ୍ଧିଥିବା ଡ୍ରେସ ଚିରି ଦେଇଥିବା ନେଇ ଅଭିଯୋଗ କାରିଣୀ ମହିଳା ଏତଲା ଜରିଆରେ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି।ଅନ୍ୟ ପକ୍ଷରେ ସାମ୍ବାଦିକ ପାଲଟା ଏତଲା ଦେଇ ଥିବା ଜଣା ପଡ଼ିଛି।

Leave A Reply

Your email address will not be published.

eleven + seventeen =