କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ

0 795

ଭୁବନେଶ୍ଵର :  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଦେହାନ୍ତ ଘଟିଛି। ଓଲିଉଡ଼କୁ କରୋନାର ଆଉ ଏକ ଶକ୍ତ ଝଟକା । ଚିରନିଦ୍ରାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ର । ସେ କରୋନାରୁ ଭଲ ହେବା ପରେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ପାଖାପାଖି ରାତି ୧୧ରେ ତାଙ୍କର ଦେହାନ୍ତ ହୋଇଛି । କରୋନା ଆକ୍ରାନ୍ତ ହେବା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌ ଲେବଲ୍‌ କମି ଥିଲା। ତାଙ୍କର ଆଇସିୟୁରେ ଚିକିତ୍ସା ଜାରି ରହିଥିଲା। ଦୀର୍ଘ ୨୮ ଦିନ ପର୍ୟ୍ୟନ୍ତ ସେ ଜୀବନ ସହ ସଂଗ୍ରାମ କରି ଶେଷରେ ହାରିଗଲେ । ତାଙ୍କର ଅକ୍ସିଜେନ୍ ଲେବଲ୍ ଲଗାତାର କମୁଥିବା ବେଳେ ଏଥିରେ ସୁଧାର ଆସିନଥିଲା। ତାଙ୍କୁ ଅକ୍ସିଜେନ୍ ଦିଆଯାଉଥିଲା । ପ୍ରଥମେ ଗୋଟିଏ ହସ୍ପିଟାଲରେ ୬ଦିନ ଚିକିତ୍ସା ପରେ ଆଉ ଏକ ହସ୍ପିଟାଲକୁ ତାଙ୍କୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିଲା ।

ତପୁଙ୍କୁ ବଞ୍ଚାଇବା ପାଇଁ ଓଲିଉଡ କଳାକାର ମାନେ ପାଣ୍ଠି ସଂଗ୍ରହ ରେ ଲାଗିଥିଲେ। ମାତ୍ର ତପୁ ସମସ୍ତଙ୍କ ଠାରୁ ବିଦାୟ ନେଇ ଚାଲିଗଲେ।

ତପୁ ମିଶ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି, ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିଜର ସୁମଧୁର ସ୍ବର ମାଧ୍ୟମରେ ଖୁବ କମ ସମୟରେ ଓଡ଼ିଆଙ୍କ ଘରେ ଘରେ ପରିଚିତ ହୋଇପାରିଥିଲେ ।

ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତ ଜଣେ ପ୍ରତିଭାସମ୍ପନ୍ନ ଗାୟିକାଙ୍କୁ ହରାଇଲା । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

Leave A Reply

Your email address will not be published.

16 − five =