କୁଆଁରି ସ୍ବପ୍ନ

0 721

ରଶ୍ମି ସାମଲ

ସେ ରାତିର ସେହି ସ୍ବପ୍ନ ଅଛି
ହେଲେ ସ୍ୱପ୍ନରେ ନାହିଁ ମଧୁରତା
ସେହି ଓଠ ଅଛି ହେଲେ କଥା କହିବାର ନାହିଁ ଚଞ୍ଚଳତା।

ସେହି ପ୍ରଶ୍ନ ଅଛି କିନ୍ତୁ
ଉତ୍ତର ର ନାହିଁ ମାଦକତା
ସବୁ କିଛି ବଦଳି ଗଲା
ଯେବେଠୁ ଭୁଲିଗଲ ଠିକଣା
ରହିଲାନି ମନରେ ଆଉ ସରସତା।

ତୁମେ ଦେଇଥିବା ନାଲି ପାଟକୁ ମୁଁ
ଯତ୍ନରେ ସାଇତି ରଖିଛି
ନାଲି ଟିକିଲି କୁ ମଥାରେ ଲଗାଇ
ନିତି ବସି ମୁଁ ଦର୍ପଣ ଆଗରେ
ତୁମ ପ୍ରତିଛବି ଦେଖୁଛି।

ପ୍ରଶ୍ନ ବାଣରେ ନିଜ ମନ ମୋର
କଣ୍ଠ ରୁଦ୍ଧ ହୋଇ ଯାଉଛି
କାଁହିକି ହଜୁଛି ତୁମରି ଆଖିରେ
କାରଣ ଆଜି ମୁଁ ଖୋଜୁଛି
ସବୁ ଅମାନିଆ ଅକୁହା
ଚୋରା ଚୋରା କଥା
ଜୀବନ୍ତ ହୋଇ ଉଠୁଛି।

ସେ ଦିନର ସେହି ଭଲ ପାଇବାର
ମାନସାଙ୍କ ଯେତେ ସରଳ ହେଲେ ବି
ଆଜି ସେ ଗଣିତକୁ ବୁଝି ପାରୁନି।

ଦୁଇ ପାଖର ବୃକ୍ଷ ଗୁଡିକରେ
ବସିଥିବା ନିଡ଼ ଫେରନ୍ତା ପକ୍ଷୀମାନେ
ସବୁ ଜାଣିଛନ୍ତି ଆମ ଇତିହାସ
ସାଇତିଛି ସବୁ ତୁମ ଆଉ ମୋ ଭିତରେ ଥିବା ନିରବତାର ଦୁରତାକୁ।

ସବୁ ମନେ ରଖିଛି ଧୁ ଧୁ ଖରା
ବେଳର ସବୁ ସ୍ମୃତି ତକ
ଯାହା ମୁ ସାଇତି ପାରିଛି
ତାହା ହୋଇଛି ଆମ ସମ୍ପର୍କ
ହେ ମୋର ପ୍ରିୟ କେବେ
ମୁଁ ଭାଙ୍ଗି ପଡିନି ।
କାହାଣୀ ହୋଇ ରହିଥାଉ
ଆମ କୁଆଁ ରି ସ୍ୱପ୍ନ ର।


ଭୁବନେଶ୍ୱର
9437115865

Leave A Reply

Your email address will not be published.

two × four =