ଦିଲ୍ଲୀପ କୁମାର ମଲ୍ଲିକ ରେଲୱେ ପିଏସି ସଭ୍ୟ

0 331

ଭୁବନେଶ୍ବର : ରେଲୱେ ବୋର୍ଡ ପାସେଞ୍ଜର ଆମେନିଟିଜ କମିଟି (ପିଏସି)ର ସର୍ବ ଭାରତୀୟ ସ୍ତରର ସଦସ୍ୟ ଭାବେ ବିଜେପି ନେତା ଦିଲ୍ଲୀପ କୁମାର ମଲ୍ଲିକଙ୍କୁ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଛି । ଓଡିଶାରୁ ଏକମାତ୍ର ସଦସ୍ୟ ଭାବେ ମନୋନୀତ ହୋଇଥିବା ଦିଲ୍ଲୀପ କୁମାର ମଲ୍ଲିକ ଏହି କମିଟିରେ ଆଗାମୀ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବେ। ଏହି ପିଏସି କମିଟିର ଚେୟାରମ୍ୟାନ ପି.କେ. କ୍ରିଷ୍ଣଦାସ ରହିଛନ୍ତି।

ଶ୍ରୀ ମଲ୍ଲିକ କହିଛନ୍ତି, ରେଲୱେ ବୋର୍ଡ ପାସେଞ୍ଜର ଆମେନିଟିଜ୍ କମିଟି (ପିଏସି)ର ସର୍ବ ଭାରତୀୟ ସ୍ତରର ସଦସ୍ୟ ଭାବେ ମୋତେ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଥିବାରୁ ଦଳର ନେତୃତ୍ୱଙ୍କ ପାଖରେ ମୁଁ କୃତଜ୍ଞ। ଦଳର ନେତୃତ୍ୱଙ୍କ ବିଶ୍ୱାସକୁ ସମ୍ମାନ ଓ ଗୁରୁତ୍ୱ ଦେଇ ଯାତ୍ରୀ ସୁବିଧା ପାଇଁ ଦାୟିତ୍ୱର ସହ ମୁଁ କାର୍ଯ୍ୟ କରିବି।
ମୋତେ ରେଲୱେର ଏହି ଗୁରୁତ୍ୱପୂର୍ଣ୍ଣ କମିଟିକୁ ମନୋନୀତ କରାଯାଇ ଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜପି ନଡ୍ଡା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପ୍ରଦେଶ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ମୋର କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରୁଛି।

Leave A Reply

Your email address will not be published.

one × 4 =