ଆଜିର ଜୀବନ କାଲିକି ନଥିବ

0 1,178

ରାମଜୀବନ ଗୋଚ୍ଛାୟତ

ଆଜିର ଜୀବନ କାଲିକି ନଥିବ
ମନେ କିଆଁ ଏତେ ଗରବ
ଅନ୍ୟଙ୍କୁ, କାହିଁକି ଯେ ହୀନ ମଣିବ
ଡର, ଅନ୍ୟର ଯେ ଆହା ପଡିବ

ପଦବୀ ଅସ୍ଥାୟୀ, କ୍ଷମତା ଅସ୍ଥାୟୀ
ଏଠି କିଛି ନୁହଁ ଚିରସ୍ଥାୟୀ
ବୟସ ବଢିବ, ଉଦ୍ଧତାମି କମିବ
ଦିନେ ନା ଦିନେ ଧରାଶାୟୀ ହେବ

ସବୁ ଅସ୍ଥାୟୀ ପୁଣି କିଆଁ ଏତେ ଗରବ
ଗର୍ବ କାହାରି ରହିନି, ରହିବ ବି ନାହିଁ
ସବୁ ଦିନେ ମାଟିରେ ମିଶିବ
ନମ୍ର ବ୍ୟକ୍ତି କିନ୍ତୁ ଆଜୀବନ ପୂଜା ପାଇବ

କହିଲ ଦେଖି, କେତେଦିନ ବା ବଞ୍ଚିବା
ଆସ ଗର୍ବ, ଅହଂକାର ଛାଡିବା
ହସ, ଖୁସିରେ ମିଶିବା
ଛନ୍ଦ, କପଟ ଭୁଲି ସମସ୍ତଙ୍କୁ ଭଲ ପାଇବା।

Leave A Reply

Your email address will not be published.

twenty − eleven =