ଗଳ୍ପ : ବୋଝ

0 271

ଗାଳ୍ପିକା : କ୍ଷୀରୋଦିନୀ ବେହେରା (ସ୍ବପ୍ନା)

ବିକ୍ରମ ଆଜି ତା ମନକଥା କହିଦେଲା ,ଯେଉଁ କଥାକୁ ନେଇ ଏତେ ଦିନ ଧରି ନିଜ ଭିତରେ ଘାଣ୍ଟି ହେଉଥିଲା ଆଜି ସେ କଥା ସବୁକୁ ବିକ୍ରମ ମଦ ପିଇ ବାନ୍ତି କରିଦେଲା । ଅନ୍ୟପଟେ ଲିପିକା ଗୋଟେ ପ୍ରକାର ବୋଝରୁ ନିଜକୁ ଅଲଗା କରି ବିକ୍ରମ ପରି ପୁରୁଷଙ୍କୁ ଘୃଣା ନୁହେଁ କେବଳ ତା ଭାଗର ସୁଖ ଦେଇ ଦୂରକୁ ଚାଲି ଯାଉଥିଲା ।

ଲିପିକା କଣ ହାରିଛି ?? କେବଳ ବିକ୍ରମ କୁ ? ଯାହାକୁ ଦିନେ ପ୍ରେମ କରିଥିଲା , ଯାହା ହାତ ଧରି ଜନ୍ମ ଜନ୍ମର ବାଟ ଚାଲିବାକୁ ଇଚ୍ଛା ପ୍ରକାଶ କରିଥିଲା । ଯାହା ଛୋଟିଆ ଛୋଟିଆ ଖୁସି ପାଇଁ ସେ ଖଣ୍ଡେ ଶାଢ଼ୀ କୁ ଦି ଖଣ୍ଡ କରି ପିନ୍ଦୁଥିଲା , ପଟେ ଚୁଡିରେ ହାତକୁ ସଜେଇ ହୋଇ ଖୁସି ହେଉଥିଲା , ହଁ ବିକ୍ରମ ର ଖୁସି ପାଇଁ ଯିଏ ଦିନେ ରାସ୍ତା କଡରେ ଭିକ ମାଗୁଥିଲା, ସେଇ ବିକ୍ରମ ଆଜି କହୁଛି ତୋ ସହିତ ରହିଲେ ମୋ ଜୀବନ ନର୍କ ହୋଇଯିବ । ତୋ ଚେହେରା ଦେଖିଲେ ମୁଁ ଅଣନିଃଶ୍ୱ।ସି ହୋଇପଡୁଛି ।

ଲିପିକା ଲୁହ ପୋଛି ଝିଅକୁ ଗୋଟେ ଫଟା ବ୍ୟାଟସିଟ୍ ଘୋଡେଇ ରାସ୍ତା କଡରେ ଶୁଆଇ ଦେଲା । ମନେପଡୁଥିଲା ବାହାଘର ବେଳେ ବାପା କଣ ସବୁ ଦେଇନଥିଲେ । ଆଖ ପାଖ ଗାଁ ରେ ଗୋଟେ ପ୍ରକାର ଚର୍ଚ୍ଚା ଚାଲିଥିଲା ଏଇ ଦେଖିବ ଯାଅ ଗରିବ ମାଧବ ତା ଝିଅକୁ କେତେ ସବୁ ଯୌତୁକ ଦେଉଛି ।

ବିକ୍ରମ କହୁଛି ତୁ ଗାଁ ଝିଅ , ତତେ ମୁଁ ସହରକୁ ଆଣିଛି , ତତେ ସହର ଦେଖେଇଛି । କିନ୍ତୁ ଥରେ ବି ତା ମନେପଡିଲାନି ଯେ ଲିପିକାକୁ ସହରକୁ ଆଣି କେମିତି ଭିକ ମଗେଇଛି , ଓଲଟା ପ୍ରଶ୍ନ କଲା ତୋ କୋଲରେ ଖେଳୁଥିବା ଛୁଆର ବାପ କିଏ ???

ଛୁଆଟା କଣ ବୁଝିଲା କେଜାଣି ଘଡିଏ କାନ୍ଦିଲା ,ଯିଏ ମୋ ବାପା ଦୁନିଆର ସବୁଠୁ ଭଲ ବାପା ବୋଲି ଧରିନେଇଥିଲା ସେ ଆଜି ମନକୁ ବୁଝେଇ ଦେଇଛି ସଂସାରରେ ତାର ବାପା ନାହିଁ ।

ଗୋଟେ ବାପର ଅନୁପସ୍ଥିତିକୁ ଜୀବନର ସବୁଠାରୁ ବଡ ଦୁଃଖ ଭାବି ସେ ବଡ ହୋଇଛି ।ସବୁ ପୁରୁଷ ପାଖରେ ତା ବାପା ପରି ଜଣେ ରାକ୍ଷସ କୁ ଦେଖି ସେ ଭୟ କରିଛିଛି , ହଁ ସେ ପ୍ରତି ପୁରୁଷ ସମାଜକୁ ଘୃଣା କରି ନିଜ ପାଇଁ ବାଟ ଟିଏ ତିଆରି କରିଛି ଯେଉଁ ବାଟରେ କେବଳ ବାପ ଛେଉଣ୍ଡ ପିଲାଙ୍କୁ ପାଇଛି । ସେମାନଙ୍କ ଦୁଃଖ ସୁଖରେ ହସିଛି କାନ୍ଦିଛି ଓ ଖୁସି ହୋଇଛି ।

ଲିପିକାର ଆଖି ଦୁଇଟି ସଂସାରର ଶ୍ରେଷ୍ଠ ପୁରୁଷ ତା ବିକ୍ରମ କୁ ଦେଖି ବିଦାୟ ନେବାକୁ ବାହାରି ପଡିଛି । କିନ୍ତୁ ବିକ୍ରମ ଆସୁନି ଆସୁଛି ବଂଶୀକା । ତା ଜୀବନର ପ୍ରତ୍ୟେକ ପାପ ଓ ପୁଣ୍ୟ ର ସାକ୍ଷୀ , ବିକ୍ରମର ରକ୍ତ , ବିକ୍ରମର ଔରସରୁ ସଂସାରକୁ ଆସିଥିବା ଭୃଣ ବଂଶୀକା । ପ୍ରଣତି ପରି ଦୂର୍ବଳ ନାରୀ ସାମାଜକୁ ସେ ଏବେ ସତର୍କ କରିଦେବାକୁ ଆସିଛି ।

ସଂସାର ସୃଷ୍ଟି ପାଇଁ ନାରୀ ଓ ପୁରୁଷ ଉଭୟ ଦରକାର । କିନ୍ତୁ ଯେଉଁଠି ବାପ ଟିଏ ନିଜ ରକ୍ତକୁ ଚିହ୍ନି ପାରେନି ସେଇଠି ଗୋଟେ ବଂଶ ଧ୍ୱଂସ ହୋଇଯିବା ଦରକାର । ଗୋଟେ ନାରୀ ପଥର ନୁହେଁ ପଥରକୁ ଭାଙ୍ଗି ପାରୁଥିବା ବାରୁଦ ହୋଇ ଏମିତି ମଣିଷ ମାନଙ୍କୁ ଧ୍ୱଂସ କରିଦେବା ଦରକାର ଯେଉଁ ମାନେ ଏ ପୃଥିବୀର ଗୋଟେ ଗୋଟେ ବୋଝ । ହଁ ଯେଉଁ ମାନଙ୍କ ଚେହେରା ପଛରେ ଗୋଟେ କଦର୍ଯ୍ୟ ହୃଦୟ ଲୁଚି ରହିଥାଏ ସେମାନାଙ୍କୁ ପ୍ରେମ ନୁହେଁ କେବଳ ଘୃଣା ହିଁ କରାଯାଇପାରେ ।

ସ୍ୱପ୍ନା

Leave A Reply

Your email address will not be published.

8 + eighteen =