ବାଇକ୍‌ରେ ଭାରତ ଭ୍ରମଣ : ୨୦ ହଜାର କିଲୋମିଟର ଯାତ୍ରା କରି ରେକର୍ଡ କଲେ ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର

0 514

ଭୁବନେଶ୍ଵର: ସମୁଦ୍ରରେ ଘୁରି ବୁଲୁ ଥିଲେ। ଏବେ ବାଇକ୍ ରେ ସାରା ଭାରତ ବୁଲିଲେ। ବାଇକ୍‌ରେ ୨୦ ହଜାର କିଲୋମିଟର ଭାରତ ଭ୍ରମଣ କରି ରେକର୍ଡ କରିଛନ୍ତି ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର ଅମିତ୍ ମଲ୍ଲିକ । ଏକମାତ୍ର ଭାରତୀୟ ଭାବେ ଅମିତ୍ ଏହି ରେକର୍ଡ କରିଛନ୍ତି । ଉରି ଆକ୍ରମଣର ପ୍ରତିଶୋଧ ପାଇଁ ସେ ଭାରତୀୟ ନୌସେନାରେ ମିଜାଇଲ୍ ଇନ୍‌ଚାର୍ଜ ଥିଲେ ।
ଅମିତ୍‌ ଅଗଷ୍ଟ ମାସରେ ଚାକିରିରୁ ଅବସର ନେଇଥିଲେ । ହେଲେ ତାହା ପୂର୍ବରୁ ତାଙ୍କର ସ୍ୱପ୍ନ ଥିଲା ଯେ ସେ ପୂରା ଭାରତକୁ ବାଇକ୍‌ ଦ୍ୱାରା ବୁଲି ଦେଖିବେ । ନାଭାଲରେ ଥିବା ସମୟରେ ତାଙ୍କୁ ଏହିସବୁ ପାଇଁ ଯଥେଷ୍ଟ ସମୟ ମିଳିପାରୁନଥିଲା । ଅବସର ପରେ ସେ ବାଇକ୍‌ରେ ସାରା ଭାରତ ବୁଲିବା ପାଇଁ ନିଷ୍ପତ୍ତି ନେଲେ । ଯାହା ପରେ ସେ ୨୦୨୧ ସେପ୍ଟେମ୍ୱର ମାସ ୧୭ ତାରିଖରେ ଭୁବନେଶ୍ୱରରୁ ନିଜ ବାଇକ୍‌ ଯାତ୍ରା ଆରମ୍ଭ କରିଥିଲେ ।

ଅମିତ୍ ବାଇକ୍‌ରେ ଭୁବନେଶ୍ୱରରୁ ଆରମ୍ଭ କରି ପ୍ରଥମେ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ୟୁପି, ଉତ୍ତାରଖଣ୍ଡ,ହିମାଳଚଳ ପ୍ରଦେଶ, ପଞ୍ଜାବ୍‌ ହୋଇ ଲେ-ଲଦାକ୍ ଯାଇଥିଲେ। ଏହାପରେ ସେ ଭାରତର ପଶ୍ଚିମ ଅଞ୍ଚଳ ତଥା ଗୁଜୁରାଟ୍, କନ୍ୟାକୁମାରୀ, ଆନ୍ଧ୍ର ଓଡ଼ିଶା ଅତିକ୍ରମ କରି ନର୍ଥ ଇଷ୍ଟର ସବୁ ରାଜ୍ୟ ବୁଲିଲେ । ଏହିପରି ଭାବରେ ସେ ପୂରା ଭାରତ ବାଇକ୍‌ ମାଧ୍ୟମରେ ଯାତ୍ରା କରିଛନ୍ତି । ଦୀର୍ଘ ଦିନର ନିଜର ସ୍ବପ୍ନକୁ ସେ ପୁରା କରିପାରିଛନ୍ତି ବୋଲି ଅମିତ୍ କହିଛନ୍ତି।

Leave A Reply

Your email address will not be published.

sixteen − seven =