ପୁସ୍ତକ ସମୀକ୍ଷା : ପ୍ରେମର ପୃଥିବୀ

0 503

ଲେଖକ : ବିଜୟ କୁମାର ପଣ୍ଡା

ସମୀକ୍ଷକ: ରଶ୍ମି ସାମଲ

ଶାନ୍ତିସେନା ପ୍ରକାଶିନୀରୁ ପ୍ରକାଶିତ ରଜତ ରଶ୍ମି ସ୍ୱାଇଁ ଙ୍କ ଦ୍ଵାରା ପ୍ରକାଶିତ ଓ ବିଜୟ କୁମାର ପଣ୍ଡା ଙ୍କ ଦ୍ଵାରା ଲିଖିତ ଗଳ୍ପ ସଂକଳନ “ପ୍ରେମର ପୃଥିବୀ” ଖୁଵ ସୁଖ ପାଠ୍ୟ।
ସେଥିରେ ପନ୍ଦର ଟି ଗଳ୍ପ କୁ ସତେ ଯେପରି ଗୁନ୍ଥିଛନ୍ତି ପ୍ରେମର ପୃଥିବୀରେ।ଲେଖକ ତାଙ୍କ ଚାରିପାଖର ବିଭିନ୍ନ ଚିତ୍ର ସହ ଅନୁଭୂତିକୁ ନେଇ ସୁନ୍ଦର ଭାବେ ପ୍ରତିପାଦିତ କରିପାରିଛନ୍ତି।
ଏହି ସଂକଳନରେ “ନୂଆବର୍ଷ” ଗପଟି ଅତି ସୁନ୍ଦର ଭାବେ ଲେଖିଛନ୍ତି।ଯାହା ପଢି ପାଠକ ନିଶ୍ଚିତ ଭାବ ବିହ୍ଵଳ ହେବେ।

ଲେଖକ ଙ୍କର ନୂଆବର୍ଷ ଗପ ଟିରେ ଏକ ନିଆରା ପ୍ରେମର ଅବତାରଣା କରାଯାଇଅଛି।ଯେଉଁଥିରେ ପରସ୍ପରକୁ ନିଜର ପ୍ରେମର ପରିଭାଷା ପ୍ରକାଶ ନକରୁଥିଲେ ମଧ୍ୟ ଏହି ନିରବ ନିଆରା ପ୍ରେମ ,ପ୍ରେମର ଅନ୍ତସତ୍ଵାକୁ ବୁଝାଇବାରେ ସଫଳ ହୋଇଛନ୍ତି।ଯଦିଓ ଶେଷରେ ମୁଖ୍ୟ ଚରିତ୍ର ଗୁଡୁ ର ଦେହାନ୍ତ ଘଟିଛି ।କିନ୍ତୁ ପ୍ରେମିକା ଲେସ୍ଲିର ମନର ସରଗତା ମଧ୍ୟ ତାହା ସହିତ ମରିଗଲା ଭଳି ମନେ ହୁଏ।
ସେହି ପରି ଭିନ୍ନ ଆଉ ଏକ ଗପ
ଲେଖକଙ୍କର “କୁସୁମ ଦିଦି” ଗପଟି ଖୁଵ ମନ ଛୁଆଁ ।ଏହି ଗଳ୍ପ ଟିରେ ଠିକାଦାର ର ଗରିବ ବସ୍ତି ପିଲା ଓ ସ୍ତ୍ରୀ ମାନଙ୍କ ପ୍ରତି ଲୋଲୁପ ଦୃଷ୍ଟିକୁ ଖୁଵ ସୁନ୍ଦର ଭାବେ ଲେଖକ ଅବତାରଣା କରିବା ସହିତ ସମାଜରେ ତଥା କଥିତ ଧନୀକ ଶ୍ରେଣୀର ଲୋକ ମାନଙ୍କ ର ମାନସିକତାକୁ ପ୍ରକାରାନ୍ତେ ବିଦ୍ରୁପ କରିଛନ୍ତି।ଏହା ସହିତ କୁସୁମ ଦିଦି ଚରିତ୍ର ମାଧ୍ୟମରେ ଗରିବ ମାନଙ୍କୁ ପାଠ ପଢିବାରେ ପ୍ରେରଣା ଦେଇଛନ୍ତି।ଏହି ଭଳି ଭାବରେ ଦେଖିବାକୁ ଗଲେ ଲେଖକଙ୍କର ପ୍ରତ୍ୟକ ଗଳ୍ପ କିଛି ନା କିଛି ସାମାଜିକ ଚିନ୍ତା ଚେତନାର ପରିପ୍ରକାଶ କରିବା ସହିତ ସମାଜକୁ ଏକ ମହତ ବାର୍ତ୍ତା ପ୍ରଦାନ କରିବାରେ ସଫଳ ଭୂମିକା ଗ୍ରହଣ କରିଛନ୍ତି।ଲେଖକ ତାଙ୍କର ସୁନ୍ଦର ମାନସିକତାକୁ ପ୍ରକାଶ କରିବାକୁ ପ୍ରୟାସ କରିଛନ୍ତି।ବିଜୟ କୁମାର ପଣ୍ଡା ବୃତ୍ତିରେ କମ୍ପ୍ୟୁଟର ଇଂଜିନିୟର ହେଲେ ବି ନିଶାରେ ଜଣେ ସମ୍ପାଦକ ଓ ଲେଖକ।କବିତା,ଗଳ୍ପ,ପ୍ରବନ୍ଧ ଲେଖିବା ତାଙ୍କ ରୁଚି।
ପ୍ରେମର ପୃଥିବୀ ନିଶ୍ଚିତ ପାଠକୀୟ ଆଦୃତ ହେବ ।ଏଥିରେ ସନ୍ଧେହ ନାହିଁ।ତାଙ୍କର ଏହି ପ୍ରଥମ ଗଳ୍ପ ସଂକଳନ “ପ୍ରେମର ପୃଥିବୀ”ପାଠକ ମାନଙ୍କ ହୃଦୟକୁ ହୃଦୟକୁ ସ୍ପର୍ଶ କରିବ ବୋଲି ମୋର ଆଶା ଓ ବିଶ୍ୱାସ।ଆଗକୁ ଆଗକୁ ଲେଖି ଛାଲନ୍ତୁ।ସାହିତ୍ୟରେ ବିଜୟ ସୁନିଶ୍ଚିତ ହେବ।ମୁଁ ଆନ୍ତରିକ ଶୁଭ କାମନା କରୁଛି।

ରଶ୍ମି ସାମଲ

Leave A Reply

Your email address will not be published.

two × 3 =