ଅଶ୍ରୁଳ ଭକ୍ତିପୂତ ପ୍ରଣାମ ପ୍ରିୟ ବୀଣା ମ୍ୟାଡାମ୍

0 661

ଲକ୍ଷ୍ମୀପ୍ରିୟା ଓଝା

“ପଦ୍ମଶ୍ରୀ ବୀଣାପାଣି ମହାନ୍ତି” ସାହିତ୍ୟ ଜଗତରେ ଏ ନାମ ହିଁ ଯଥେଷ୍ଟ ଗାଳ୍ପିକାଙ୍କୁ ଚିହ୍ନିବାକୁ । ସେ ପଦ୍ମଶ୍ରୀ ପାଇବାର ବହୁ ଆଗରୁ ଓଡ଼ିଶାର ଘରେ ଘରେ ପରିଚିତ ନିଜ ଲେଖନୀ ମୁନରେ ନାରୀମାନଙ୍କୁ ଶକ୍ତ ହେବାର ସନ୍ଦେଶ ଦେଇ । ତାଙ୍କ ଯୋଗୁ ଅନେକ ନିରୀହ ନାରୀ ନିଜ ଜୀବନର ଧାରା ବଦଳେଇ ନିଜ ଗୋଡ଼ରେ ଶକ୍ତ ହେଇ ଠିଆ ହେଇଛନ୍ତି । ଅନ୍ୟାୟ, ଅନୀତି, ଅତ୍ୟାଚାର ବିରୁଦ୍ଧରେ ଲଢ଼ିଛନ୍ତି । ସାହିତ୍ୟ ଯୁଗ ପରିବର୍ତ୍ତନ କରିପାରେ, ସମାଜ ପରିବର୍ତ୍ତନ କରିପାରେ ଗାଳ୍ପିକା ବୀଣାପାଣି ମହାନ୍ତି ଶିଖାଇ ଦେଇଗଲେ ଆମକୁ ତାଙ୍କ ଲେଖନୀ ମାଧ୍ୟମରେ । ଗୋଟେ ମହିଳା ଅଣ୍ଟା ଭିଡ଼ିଲେ ଅନେକ ମହିଳାଙ୍କୁ ଶକ୍ତ କରିପାରେ ବତେଇଦେଲେ “ଓଡ଼ିଶା ଲେଖିକା ସଂସଦ” ଗଢି ।

ସେ ନାରୀମାନଙ୍କୁ ସମ୍ମାନର ସହ ନିର୍ଭୀକ ଭାବରେ ବଞ୍ଚିବାକୁ ପ୍ରେରଣା ଦେଇଛନ୍ତି ସତ ପୁରୁଷକୁ ଅସମ୍ମାନ କରିନାହାନ୍ତି କେବେ ।

ମ୍ୟାଡାମଙ୍କ ସହ ଦୀର୍ଘ ତିନି ବର୍ଷ ବିତେଇଛି ମୁଁ ଶୈଳବାଳା ପୁରାତନ ଛାତ୍ରୀ ନିବାସରେ । ଖୁବ୍ ନିକଟରୁ ଜାଣିଛି ତାଙ୍କୁ ।

ତାଙ୍କର ଚାଲିଯିବା ସାହିତ୍ୟ ଜଗତ ସହ ମୋ ପାଇଁ ବ୍ୟକ୍ତିଗତ କ୍ଷତି । ଅଶ୍ରୁଳ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ମ୍ୟାଡାମ । ପୁଣି ଥରେ ଜନ୍ମ ନିଅନ୍ତୁ ସମାଜର ଭିନ୍ନ ସମସ୍ୟା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସମାଧାନର ରାସ୍ତା ଦେଖେଇବାକୁ, କମଜୋର ବ୍ୟକ୍ତିମାନଙ୍କୁ ଶକ୍ତ କରିବାକୁ । ଆପଣଙ୍କ ଅମର ଆତ୍ମା ଶାନ୍ତି ପାଉ ବିଶ୍ୱନୀୟନ୍ତାଙ୍କ ନିକଟରେ ପ୍ରାର୍ଥନା ।🙏🙏

ଲକ୍ଷ୍ମୀପ୍ରିୟା ଓଝା
ପୁରାତନ ଛାତ୍ରୀ

Leave A Reply

Your email address will not be published.

3 × 4 =