ରଜତ କରଙ୍କ ସହ ଶେଷ ସ୍ମୃତି

0 313

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି : ରଜତ ରଶ୍ମି ସ୍ବାଇଁ

ରଜତ କର ଚାଲିଗଲେ। ଶ୍ରୀଜଗନାଥଙ୍କ ପରମ ଉପାସକ ଜଗନ୍ନାଥଙ୍କ ପାଖକୁ ଚାଲିଗଲେ। ତାଙ୍କ ସହ ଶେଷ ସ୍ମୃତି ଥିଲା ଗୋଟିଏ ବହିର ମୁଖବନ୍ଧ ଲେଖିବା ଅବସରରେ। ଖ୍ୟାତିସମ୍ପନ୍ନ ଲେଖକ, ଟୀକାକାର,ନାଟକ ରଚନା କ୍ଷେତ୍ରରେ ସ୍ବର୍ଗତ ରଜତ କୁମାର କର ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କର ଅନାବିଳ ଭଲ ପାଇବା ଭୁଲି ହେବ ନାହିଁ। ସେ ମୋତେ ସଙ୍ଗାତ ବୋଲି ଡାକୁଥିଲେ ଆମ ଦୁହିଁଙ୍କ ନାମରେ ସାମଞ୍ଜସ୍ୟ ଥିବାରୁ। ତାଙ୍କର ଗୋଟିଏ ନାଟକ ସଂକଳନ ପ୍ରକାଶ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ହାୟ, ସବୁ କିଛି ଅଧା ରହିଗଲା। ଚାଲିଗଲେ ହଠାତ୍, ଅକସ୍ମାତ୍।

ଅକଟୋବର ୨ ୧୯୩୪ ମସିହା କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବରେ ଦୂରଦର୍ଶନ ମାଧ୍ୟମରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଧାରା ବିବରଣୀ ଆବୃତ୍ତି କରିବାରେ ସେ ଉଚ୍ଚ ପ୍ରଶଂସିତ ହୋଇ ପାରିଥିଲେ l ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଏହି ମହାନ୍ ସାରସ୍ଵତ ସାଧକ ଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୭ ମସିହାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏତଦବ୍ୟତୀତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ ,ଗୋଦାବରୀଶ ମିଶ୍ର ସମ୍ମାନ ,ଭାରତ ସରକାରଙ୍କ ଠାରୁ ୨୦୨୧ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ। ସାରସ୍ଵତ କୃତି ମଧ୍ୟରେ ଜନଜୀବନରେ ଜଗନ୍ନାଥ, ଅନନ୍ୟ ଜଗନ୍ନାଥ ଅନୁଭୁତିରେ,ଅନ୍ଧପୁଟୁଳି,ଚନ୍ଦନ ହଜୁର,ଜଣାଣ ଜଣାଉଛି ଜଗନ୍ନାଥଙ୍କୁ,ବାଇଶି ପାବଛ, ବୀର ଚାଖି ଖୁଣ୍ଟିଆ,ଜନମାନସରେ ଭଞ୍ଜ ଆଦି ଉଲ୍ଲେଖନୀୟ ଅବଦାନ । ଆଜି ୮ ମାଇ ୨୦୨୨ ତାଙ୍କର ଦେହାନ୍ତ ହୋଇଯାଇଅଛି। ଏହି ଅବସରରେ ମୁଁ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାାର କୋଣ ଅନୁକୋଣରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସଭାପତି, ଉପସଭାପତି ସଚିବ ଆଦି ଗଭୀର ଶୋକପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏ ଅବସରରେ ତାଙ୍କର ଶୋକସନ୍ତପ୍ତ ପରିବାରଙ୍କୁ ଆଶ୍ଵସନା ଜଣାଇ ଦିଆଯାଇଛି l ଏହି ମହାନ୍ ସାରସ୍ଵତ ସାଧକ ଏ ଜାତିର ଚିରନମସ୍ୟ ।

Leave A Reply

Your email address will not be published.

eight − 2 =