ପୁସ୍ତକ ସମୀକ୍ଷା: ସୋନୁ ହେଲା ସୁନା ପିଲା

0 795

ସମୀକ୍ଷକ : ରଶ୍ମି ସାମଲ

ଲୋକପ୍ରିୟ ପ୍ରକାଶକ ଶ୍ରୀ ରଜତ ରଶ୍ମି ସ୍ବାଇଁଙ୍କ ପ୍ରକାଶନୀ ସଂସ୍ଥା ଶାନ୍ତିସେନା ଦ୍ୱାରା ପ୍ରକାଶିତ ଶ୍ରୀମତୀ ଛନ୍ଦା ମିଶ୍ର ଙ୍କ ରଚିତ ଶିଶୁଗଳ୍ପ “ସୋନୁ ହେଲା ସୁନାପିଲା”ସମ୍ପୂର୍ଣ ପାଠ କଲି।ସେ କେବଳ ଜଣେ ଶିଶୁ ସାହିତ୍ୟିକ ନୁହନ୍ତି।ଏକାଧାରରେ ଜଣେ ଆଗ ଧାଡ଼ିର କବି ,ଗାଳ୍ପିକା,ପ୍ରାବନ୍ଧିକା,ଓ ସୁ ଗାୟିକା ମଧ୍ୟ।ତାଙ୍କୁ ଓଡ଼ିଆ ସାହିତ୍ୟ ଜଗତର ଜଣେ ବହୁ ବିଧ ପ୍ରତିଭା କହିଲେ ଅତ୍ୟୁକ୍ତି ହେବ ନାହିଁ।ବର୍ତ୍ତମାନ ସମୟରେ ଶିଶୁ ମନସ୍ତତ୍ତ୍ୱକୁ ବୁଝିଲା ଭଳି ଓ ସେମାନଙ୍କ ଉପାଦେୟ ହେଲା ଭଳି ସାହିତ୍ୟ କୃତି ଖୁବ କମ ଦେଖିବାକୁ ମିଳେ।ମାତ୍ର ବର୍ତ୍ତମାନ ସମୟରେ ଏକ ସୁନ୍ଦର ପ୍ରୟାସ ସେହି ମାନଙ୍କ ପାଇଁ ଯେଉଁ ମାନେ ଆଜିର କୁନି ପିଲା କାଲି ଦେଶର ଭବିଷ୍ୟତ। ସେ ଯାହା ହେଉ ଶ୍ରୀମତୀ ମିଶ୍ର ଙ୍କର ଏହି ଶିଶୁ ମାନଙ୍କ ପାଇଁ ଲିଖିତ ପୁସ୍ତକଟି ଖୁବ ସରଳ ଓ ସେମାନଂକ ଦ୍ୱାରା ଆଦୃତ ହେବା ଭଳି ରଚନା।ଏହି ପୁସ୍ତକରେ ସର୍ବମୋଟ ଚଉଦଟି ଗଳ୍ପ ରହିଛି।ପ୍ରତ୍ୟକ ଗଳ୍ପରେ ଯାହାକି ପିଲା ମାନଙ୍କ ପାଇଁ ସୁନ୍ଦର ଓ ଶିକ୍ଷଣୀୟ ବାର୍ତା ମାନ ରହିଛି।ଯେମିତି କି ,”ସିଂହ ରାଜା କେଶରୀ ସିନା”
ଗଳ୍ପଟିରେ ରାଜା “ସିଂହ”ଓ ତାଙ୍କର ଦ୍ୱିତୀୟ ରାଣୀ “ସିନା”ଙ୍କର ପଶୁସାବକ ମାନଙ୍କ ପ୍ରତି ପ୍ରେମ ଭାବ ପ୍ରଦର୍ଶନ କରାଯାଇଅଛି।ଯାହା କି ସାଧାରଣ ମନୁଷ୍ୟ ମାନେ ଅନ୍ୟ ମାନଙ୍କୁ ସ୍ନେହ ଓ ପ୍ରେମ କରିବାକୁ ଉତ୍ସାହିତ କରୁଛି।ଅନ୍ୟ ପକ୍ଷରେ ପାଟରାଣୀ ସିଂହୀର ଅହଂକାରୀ ଚରିତ୍ର ଓ ଦାସୀ ଶୃଗାଳିର କପଟୀ ଚିନ୍ତା ଧାରା ମାଧ୍ୟମରେ ଲେଖିକା ସମାଜରେ ଅହଙ୍କାରୀ କପଟୀ ଚରିତ୍ର ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଇଙ୍ଗିତ କରିଛନ୍ତି।
“ପୁସି “ଗଳ୍ପ ଟିରେ ଲେଖିକା ଦର୍ଶାଇ ବାକୁ ଚାହିଁଛନ୍ତି ଯେ ମନୁଷ୍ୟ ମାନେ ହୁଏତ ମୂଲ୍ୟବୋଧ ଓ କର୍ତବ୍ୟ ଭୁଲିଯାଇ ଅନ୍ୟର ଅନିଷ୍ଟ କରି ପାରନ୍ତି ।କିନ୍ତୁ ସାଧାରଣ ପଶୁ ତାର ମାଲିକ ପ୍ରତି ଖୁବ ଅନୁରକ୍ତ।
“ପୁରସ୍କାର “ଗଳ୍ପ ଟିରେ ସୀମାର ଚରିତ୍ର ମାଧ୍ୟମରେ ଛୋଟ ପିଲାଟିର ସାହାସ ଓ ପରୋପକାର ପାଣିଆକୁ ବର୍ଣନା ବର୍ଣନା କରିଛନ୍ତି।ପରୀକ୍ଷା ଗଳ୍ପ ଟିରେ ଲେଖିକା ଦର୍ଶାଇବାକୁ ଚାହିଁଛନ୍ତି ଯେ ପାଠ ପଢିଲେ ପିଲା ଭଲ ମଣିଷ ହେବ ସେ କଥା ଠିକ ନୁହେଁ।ସଚ୍ଚୋଟ ଓ ଚରିତ୍ର ବାନ ହେବା ପିଲା ପକ୍ଷେ ଖୁବ ଜରୁରୀ।ପୁସ୍ତକଟିର ନାମ କରଣ ଯେଉଁ ଗଳ୍ପ ଟିରୁ ହୋଇଛି “ସୋନୁ ହେଲା ସୁନା ପିଲା”


ସେଥିରେ ସୋନୁ ଚରିତ୍ର ମାଧ୍ୟମରେ ଲେଖିକା ଦର୍ଶାଇ ବାକୁ ଚାହିଁଛନ୍ତି ଛୋଟ ପିଲା କୁ ସଙ୍ଗରେ ପଡି ଖରାପ ବାଟରେ ଯାଇପାରନ୍ତି।କିନ୍ତୁ ଯେତେବେଳେ ସିଏ ଖରାପ କାର୍ଯ୍ୟ କରିଥିବାର ହୃଦୟଙ୍ଗମ କରନ୍ତି ସେ ପୁଣି ଭଲ ବାଟକୁ ଫେରି ଆସନ୍ତି।
“ଦୁବ ଓ ଦ୍ରୁମ” ଗଳ୍ପ ଟିରେ ଲେଖିକା ଦର୍ଶାଇବାକୁ ଚାହିଁଛନ୍ତି ସେ ଛୋଟ ହେଉ କିମ୍ବା ବଡ ହେଉ ପ୍ରତ୍ୟକ ଙ୍କର ଉପଯୋଗୀତା ରହିଛି ।ସେମିତି ଦାରୁ ପାଇଁ ଦୁବ ଟିଏ ଗଳ୍ପ ମାଧ୍ୟମରେ ବୃକ୍ଷ ରୋପଣ ଓ ପରିବେଶ ସନ୍ତୁଳନ ବିଷୟରେ ପ୍ରୋତ୍ସାହିତ କରିଛନ୍ତି।
“ମାମୁନିର ଶିବ ରାତ୍ରି”
ଗଳ୍ପଟିରେ ଲେଖିକା ଦର୍ଶାଇ ବାକୁ ଚାହିଁଛନ୍ତି ଖାଲି ଠାକୁର ପୂଜା କଲେ ହେବ ନାହିଁ ସମସ୍ତଙ୍କୁ ଭଲ ପାଇବା ଓ ସମସ୍ତଙ୍କୁ ଭଲ ପାଇବା ଓ ସମସ୍ତଙ୍କ ପ୍ରତି ଉପଯୁକ୍ତ ସେବା କରିବା ଉଚିତ।କାରଣ ସକଳ ଘଟେ ନାରାୟଣ।
“ମାଧବ ସେବା “ଗଳ୍ପ ଟିରେ ଲେଖିକା ଦର୍ଶାଇବାକୁ ଚାହିଁଛନ୍ତି ଦୁଃଖୀ, ରଙ୍କୀ ଓ ରୁଗ୍ଣ ଲୋକ ମାନଙ୍କର ସେବା କରିବା ଉଚିତ।ଏହା ଦ୍ବାରା ଭଗବତ କୃପା ମିଳେ ।ଏହି ଭଳି ଭାବରେ ଦେଖିବାକୁ ଗଲେ ପ୍ରତ୍ୟକ ଗଳ୍ପ ପିଲା ମାନଙ୍କର ହୃଦୟ ସ୍ପର୍ଶୀ ଓ ପିଲାମାନଙ୍କର ଚରିତ୍ର ଗଠନରେ ସହାୟକ।ଆଶା କରେ ଏହି ଶିଶୁ ପୁସ୍ତକଟି ପିଲା ମାନଙ୍କର ଓଡ଼ିଆ ଗଳ୍ପ ପଢିବାରେ ନିଶ୍ଚିତ ଆଗ୍ରହ ବଢ଼ାଇବ।ଲେଖିକା ଙ୍କର ଯାତ୍ରା ଖୁବ ଚମକ ପ୍ରଦ।ଏହା ମୋର ଆତ୍ମ ବିଶ୍ୱାସ ।ସ୍ରଷ୍ଟା ଙ୍କୁ ମୋର ପ୍ରଣାମ।

ରଶ୍ମି ସାମଲ

Leave A Reply

Your email address will not be published.

twenty − six =