ଶ୍ରେୟା ଲେଙ୍କା : ଭାରତର ପ୍ରଥମ ‘କେ- ପପ୍‌’ ଷ୍ଟାର୍‌

0 104

ଭୁବନେଶ୍ୱରରେ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

Shovan Kar



ଭୁବନେଶ୍ୱର: ଦକ୍ଷିଣ କୋରିଆର ପପ୍‌ ଗ୍ରୁପ୍‌ ‘କେ- ଷ୍ଟାର୍‌’ରେ ପ୍ରଥମ ଭାରତୀୟ ତାରକା ଭାବେ ଝାରସୁଗୁଡ଼ାର ଝିଅ ଶ୍ରେୟା ଲେଙ୍କା ସ୍ଥାନ ପାଇଛନ୍ତି । ଅଡିସନ୍‌ ପାଇଁ ସେ ଦୀର୍ଘ ଛଅ ମାସ ଧରି ଦକ୍ଷିଣ କୋରିଆର ରାଜଧାନୀ ସିଓଲ୍‌ରେ ଥିଲା ବେଳେ ଆଜି ଭୁବନେଶ୍ୱର ଫେରିଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରେୟାଙ୍କୁ ଭେଟିବା ସମୟରେ ଅଭିନନ୍ଦନ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆଜି ଯୁବପିଢ଼ି ଗତାନୁଗତିକ ଧାରାକୁ ଭାଙ୍ଗୁଛନ୍ତି ଏବଂ ଯାହାକୁ ଆମେ ପ୍ରାୟତଃ ଅଣପାରମ୍ପରିକ କ୍ୟାରିୟର୍‌ ବୋଲି କହିଥାଉ, ସେଥିରେ ଉନ୍ନତି କରୁଛନ୍ତି । ଭାରତର ପ୍ରଥମ ‘କେ-ପପ୍‌’ ତାରକା ତଥା ଲୋକପ୍ରିୟ ‘ବ୍ଲାକ ସ୍ୱାନ୍‌ ବ୍ୟାଣ୍ଡ୍‌’ର ନୂତନ ସଦସ୍ୟ ଝାରସୁଗୁଡାର ଶ୍ରେୟା ଲେଙ୍କା ଏପରି ଜଣେ ଯୁବପିଢ଼ିର ପ୍ରତୀକ ଯିଏକି ତାଙ୍କ ଆବେଗକୁ ଅନୁସରଣ କରିଛନ୍ତି । ଆଜି ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭେଟି ଖୁସି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରେୟା ନୂଆ ଭାରତର ଯୁବପିଢ଼ିଙ୍କ ଆତ୍ମାକୁ ପ୍ରତିନିଧିତ୍ୱ କରନ୍ତି, ଯେଉଁମାନେ କୌଣସି କଥାକୁ ଭୟ କରନ୍ତି ନାହିଁ । ଶ୍ରେୟାଙ୍କୁ ଶୁଭେଚ୍ଛା । ସେ ଦୁନିଆକୁ ଆକର୍ଷିତ କରନ୍ତୁ ଏବଂ ‘କେ-ପପ୍‌’ର ଯାତ୍ରାକୁ ଆହୁରି ଆଗକୁ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରେୟା ରାଉରକେଲାରେ ତାଙ୍କର ଶିକ୍ଷା ଗ୍ରହଣ କରିଥିଲା ବେଳେ ମୂଳତଃ ସେ ଜଗତସିଂହପୁର ଜିଲ୍ଲା ନାଉଗାଁର ବାସିନ୍ଦା । ଶ୍ରେୟାଙ୍କ ବଡ଼ ଭଉଣୀ ସୋନାଲି ଲେଙ୍କା ଜଣେ ମିଡିଆ ବ୍ୟକ୍ତିତ୍ୱ । ପିଲାଦିନରୁ ଶ୍ରେୟାଙ୍କର ନୃତ୍ୟ ପ୍ରତି ଆଗ୍ରହ ଥିଲା ବୋଲି ବଡ଼ ଭଉଣୀ ସୋନାଲି କହିଛନ୍ତି ।

Sreya Lenka

Leave A Reply

Your email address will not be published.

4 × 2 =