ଇସ୍ତଫା ଦେଲେ ମନ୍ତ୍ରିମଣ୍ଡଳ

0 794

ଭୁବନେଶ୍ୱର: ଓଡ଼ିଶାରେ ମନ୍ତ୍ରିମଣ୍ଡଳର ଆମୁଳ ଚୂଳ ପରିବର୍ତ୍ତନର ଆଭାସ ମିଳୁଛି। ଏପରିକି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କର ଇସ୍ତଫା ପତ୍ର ଉପ-ବାଚସ୍ପତିଙ୍କୁ ପ୍ରଦାନ କରିଥିବାର ଶୁଣାଯାଉଛି। ୧୧ ଜଣ କ୍ୟାବିନେଟ ଓ ୯ ରାଷ୍ଟ୍ରମନ୍ତ୍ରୀ ସାମୁହିକ ଇତ୍ସଫା ଦେଇଥିବାର ଶୁଣିବାକୁ ମିଳୁଛି।
କ୍ୟାବିନେଟ ମନ୍ତ୍ରୀ
ଅରୁଣ ସାହୁ   ବିକ୍ରମ କେଶରୀ ଆରୁଖ   ନବ କିଶୋର ଦାସ
ନିରଞ୍ଜନ ପୂଜାରୀ    ପଦ୍ମନାଭ ବେହେରା      ପ୍ରଫୁଲ ମଲ୍ଲିକ
ପ୍ରତାପ ଜେନା        ରଣେନ୍ଦ୍ର ପ୍ରତାପ ସ୍ୱାଇଁ      ସୁଦାମ ମାର୍ଣ୍ଣିଂ
ସୁଶାନ୍ତ ସିଂ                 ଟୁକୁନି ସାହୁ
୯ ରାଷ୍ଟ୍ରମନ୍ତ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା      ଦିବ୍ୟଶଙ୍କର ମିଶ୍ର   ଜଗନ୍ନାଥ ସାରକା
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ    ପଦ୍ମିନୀ ଦିଆନ   ପ୍ରେମାନନ୍ଦ ନାଏକ
ରଘୁନନ୍ଦନ ଦାସ   ସମୀର ରଞ୍ଜନ ଦାଶ   ତୁଷାରକାନ୍ତି ବେହେରା

ନବୀନ ପଟ୍ଟନାୟକ ଲଗାତର ପଞ୍ଚମ ଥର ୨୯ ମେ’ ୨୦୧୯ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ୨୦ ଜଣ ମନ୍ତ୍ରୀ ପଦର ଶପଥ ନେଇଥିଲେ। ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିବା ପରେ ଅନୁମାନ କରା ଯାଉଥିଲା ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ହେବ। କିନ୍ତୁ ରାଜ୍ୟସଭା ନିର୍ବାଚନ ଏବଂ ବ୍ରଜରାଜ ନଗର ଉପନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିଲେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ ଜୁନ ୫ ତାରିଖକୁ ବାଚିଛନ୍ତି ମୁଖ୍ୟମନ୍ତ୍ରୀ।
ମନ୍ତ୍ରୀ ପରିଷଦ କଳେବର ବଢ଼ିବ!
ବିଧି-ବ୍ୟବସ୍ଥା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ୨୧ ଜଣ ମନ୍ତ୍ରୀ ହୋଇପାରିବେ। କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ପରିଷଦକୁ ୨୦ ଜଣ ଭିତରେ ସୀମିତ ରହିଥିଲା। ଏଥର ସେହି ସଂଖ୍ୟାକୁ ୨୧କୁ ବୃଦ୍ଧି ହେବ କି ପୂର୍ବଭଳି ଗୋଟିଏ ମନ୍ତ୍ରୀ ପଦ ଖାଲି ରଖିବେ, ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର ଅଟେ।
ମାନ୍ୟବର ହେବେ ମନ୍ତ୍ରୀ!
ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇପାରନ୍ତି। ଯଦି ଏଭଳି ହୁଏ, ତାହେଲେ ବାଚସ୍ପତି ହୋଇ ମନ୍ତ୍ରୀ ହେବାର ଚତୁର୍ଥ ବ୍ୟକ୍ତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର। ପୂର୍ବରୁ ବିଜୁ ଜନତା ଦଳର ନେତା ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ ଏବଂ ମହେଶ୍ୱର ମହାନ୍ତି ବାଚସ୍ପତି ହୋଇ ପରବର୍ତ୍ତି ସମୟରେ ମନ୍ତ୍ରୀ ହୋଇଥିଲେ। ସେହିଭଳି କଂଗ୍ରେସ ନେତା କିଶୋର ପଟେଲ ମାନ୍ୟବର ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଥିଲେ

Leave A Reply

Your email address will not be published.

1 × three =