ମୁମ୍ବାଇରେ ମାଟିଲଗ୍ନା ସର୍ବଭାରତୀୟ ସାହିତ୍ଯ ସମ୍ମିଳନୀ

0 218

ମୁମ୍ବାଇ: ମାଟିଲଗ୍ନା ସାହିତ୍ଯ ପରିବାର ନେତୃତ୍ବ ଓ ମହାରାଷ୍ଟ୍ର ପ୍ରବାସୀ ଓଡିଆ ମହାସଂଘ ଓ ମୁମ୍ବାଇ ସାହିତ୍ଯ ସମାଜ ସହଯୋଗରେ ନାଭି ମୁମ୍ବାଇ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମାଟିଲଗ୍ନା ସର୍ବଭାରତୀୟ ସାହିତ୍ଯ ସମ୍ମିଳନୀ ଅତି ଆଡ଼ମ୍ବର ସହକାରେ ଆଯୋଜିତ ହୋଇଥିଲା।ମାଟିଲଗ୍ନା ସାହିତ୍ଯ ସଂସଦ ଓଡିଶାର ୫୫ ଜଣ କବି କବୟିତ୍ରୀ ପ୍ରବାସୀ ଓଡିଆଙ୍କ ହୃଦୟରେ ଓଡିଆ ଭାଷାର ପ୍ରଚାର ପ୍ରସାର କରିବା ପାଇଁ ଗତ କାଲି ମୁମ୍ବାଇରେ ପହଞ୍ଚି ଏଭଳି ଏକ ଐତିହାସିକ କାର୍ଯ୍ଯକ୍ରମ ଆଯୋଜନ କରି ଥିଲେ | ଏହି ସଭାରେ ମୁମ୍ବାଇ ବହୁ ବିଶିଷ୍ଟ ପ୍ରତିଭାବାନ କବି-କବୟିତ୍ରୀ ଯୋଗଦାନ କରି ପ୍ରବାସୀ ଓଡିଆ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଈଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ମୁମ୍ବାଇ ଜଗନ୍ନାଥ ମନ୍ଦିର ପରିଚାଳକ ତଥା ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭଗବାନ ପଣ୍ଡା,
ମୁଖ୍ଯ ଅତିଥି ଭାବେ ଓଡିଶା ସାହିତ୍ଯ ଏକାଡେମୀର ସଦସ୍ଯ ତଥା ମାଟିଲଗ୍ନାର ପ୍ରାଣ ପ୍ରତିଷ୍ଠାତା କିଶୋର ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ରୂପେ ମାଟିଲଗ୍ନାର ରାଷ୍ଟ୍ରୀୟ ସଯୋ ବିନୟ ଦଣ୍ଡସେନା ଓ ମୁମ୍ବାଇ ପ୍ରବାସୀ ଓଡିଆ ମଞ୍ଚର ସଦସ୍ଯା ଅଳକା ମହାନ୍ତି, ମୁଖ୍ଯ ବକ୍ତା ମହାରାଷ୍ଟ୍ର ପ୍ରବାସୀ ଓଡିଆ ସଂଗଠନ ର ମୈତ୍ରେୟୀ କାମେଲି ଓ ଡ ଅରୁନ୍ଧତୀ ମହାନ୍ତି ଯୋଗଦେଇ ସମଗ୍ର ଭାରତ ରେ ମାଟିଲଗ୍ନାର ଏଇ ଜୟଯାତ୍ରା କୁ ଭୁରିଭୂରି ପ୍ରଶଂସା କରିଥିଲେ । ପ୍ରଥମେ ବେଦଧ୍ଵନି ତାଳେତାଳେ ଜଗନ୍ନାଥଙ୍କ ଫଟୋଚିତ୍ର ରେ ଅତିଥିମାନେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ
ଏହି ମହାପଞ୍ଚରେ ପରିଚୟ ପ୍ରଦାନ କରିଥିଲେ ମାଟିଲଗ୍ନାର କଳାହାଣ୍ଡି ଜିଲ୍ଲା ସଭାପତି ସମୀର କୁମାର ମହାପାତ୍ର,ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାହିତ୍ୟିକ କବି କିଶୋର ଚନ୍ଦ୍ର ତ୍ରିପାଠୀ ଓ ଧନ୍ଯବାଦ ପ୍ରଦାନ କରିଥିଲେ ମାଟିଲଗ୍ନା ରାଷ୍ଟ୍ରୀୟ ପରିଚାଳିକା ଡ ସୁଜାତା ମୁଣ୍ଡ ସମେତ ମାଟିଲଗ୍ନା ପରିବାରର ଅଜିତ ପାଢୀ, ନୀଳକାନ୍ତି ପଟ୍ଟନାୟକ, ଜୟନ୍ତ କୁମାର ମହାଳିକ,ପ୍ରସନ୍ନ ମେହେର ,ଜୟ ପଧାନ , ସୁବାଷ ଚନ୍ଦ୍ର ତାରିଣୀ, ବନ ବିହାରୀ ବିଶ୍ବାଳ , ଚନ୍ଦ୍ରକଳା ଦେବୀ ,ରଞ୍ଜିତା ସାହୁ , ରଶ୍ମୀରଞ୍ଜନ ସାହୁ ଭଳ ସାରସ୍ବତ ସାଧକ ସାଧିକାଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା।ଶେଷରେ ମାଟିଲଗ୍ନାର ତ୍ରୋୟମାସିକ ପତ୍ରିକା” ମାଟିଲଗ୍ନା” ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା।

Leave A Reply

Your email address will not be published.

14 − six =