ଶାନ୍ତିସେନାର ଛଅ ପୁସ୍ତକ ଉନ୍ମୋଚିତ

0 427

‘ହୃଦୟକୁ ଛୁଉଁଥିବା ସାହିତ୍ୟ ହିଁ କାଳଜୟୀ ସାହିତ୍ୟ’



ଭୁବନେଶ୍ୱର: ଶାନ୍ତିସେନା ପ୍ରକାଶନ ସଂସ୍ଥା ତରଫରୁ ବୁଦ୍ଧ ମନ୍ଦିର ପରିସରରେ ଶାନ୍ତିସେନା ପୁସ୍ତକ ଉତ୍ସବରେ ୬ଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ନିତ୍ୟାନନ୍ଦ ପଣ୍ଡାଙ୍କ ‘ମହାବନ୍ୟା’, କମଳା ପ୍ରସାଦ ମହାପାତ୍ରଙ୍କ ‘ଉଦାସ ବଳୟ’, କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ତଥା ଗାଳ୍ପିକ ଶୈଳେନ୍ଦ୍ର କୁମାର ଜେନାଙ୍କ ‘ପଞ୍ଜୁରି’, ଔପନ୍ୟାସିକା ନମିତା ସାହୁଙ୍କ ‘ମୋହମୁକ୍ତି’, କବି ଶାରଦା ପ୍ରସାଦ ଆଚାର୍ଯ୍ୟଙ୍କ ‘ସ୍ୱର ଅନୁଭବର’, ଗାଳ୍ପିକ ବିଶ୍ୱନାଥ ନାୟକଙ୍କ ‘ମାଟିସ୍ୱଗ’ର୍ ଉନ୍ମୋଚିତ ହୋଇଯାଇଛି । ଏହି ସଭାରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଦାଶ ବେନହୁର ସଭାପତିତ୍ୱ କରି କହିଥିଲେ, ହୃଦୟକୁ ଛୁଉଁଥିବା ସାହିତ୍ୟ ହିଁ କାଳଜୟୀ ସାହିତ୍ୟ । ସାହିତ୍ୟ ସମାଜକୁ ଯୋଡେ଼, ଗଢେ଼ ଓ ପରିପୁଷ୍ଟ କରିଥାଏ । ନବ ରସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ରସ ହେଉଛି କରୁଣା । ସମ୍ବେଦନଶୀଳ ବ୍ୟକ୍ତି ହିଁ ସାହିତ୍ୟ ସୃଷ୍ଟି କରିଥାଏ । ଡିଜିଟାଲ ଯୁଗରେ ମଧ୍ୟ ସାହିତ୍ୟ ବଞ୍ଚି ରହିବ । ଲେଖକ ଓ ପାଠକ ମଧ୍ୟରେ ପ୍ରକାଶକ ସେତୁ ଭଳି କାମ କରିଥାଏ ବୋଲି ଶ୍ର ବେନହୁର କହିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ତଥା ସାହିତ୍ୟିକ କମଳା ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଇଂ ବିଷ୍ଣୁ ସାହୁ ‘ପଞ୍ଜୁରି’, ଇପ୍ସିତା ଷଡ଼ଙ୍ଗୀ ‘ସ୍ୱର ଅନୁଭବର’, ପ୍ର. ହରେକୃଷ୍ଣ ଦାଶ ‘ମହାବନ୍ୟା’, ରଶ୍ମି ସାମଲ ‘ମୋହମୁକ୍ତି’, ଫକୀର ସିଂହ ‘ମାଟିସ୍ୱର୍ଗ’, ପ୍ର. ଦୁର୍ଗାପ୍ରସାଦ ଆଚାର୍ଯ୍ୟ ‘ଉଦାସ ବଳୟ’ର ସମୀକ୍ଷା କରିଥିଲେ ।

ଏହି ଅବସରରେ ସମସ୍ତ ଲେଖକ ନିଜ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶାନ୍ତିସେନାର ପ୍ରକାଶକ ରଜତ ରଶ୍ମି ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । କବୀ ତଥା ଅଧ୍ୟାପିକା ସୌଦାମିନୀ ବେହେରା ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ସଂଯୋଜନା କରିଥିଲେ । ଶେଷରେ ଲେଖିକା ଶ୍ରୁତକୀର୍ତ୍ତି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

14 − twelve =