ଆତଙ୍କବାଦ ଓ ବିଶ୍ୱଶାନ୍ତି

0 386

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸

୯ /୧୧ ର ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପଛର ଖଳନାୟକ, ଅଲ୍ – କାଏଦାର ମୁଖ୍ୟ ଆୟମାନ୍ – ଅଲ୍ – ଯୱାହିରିକୁ ଆଫଗାନିସ୍ଥାନରେ ଆମେରିକା ଦ୍ୱାରା କରାଯାଇଥିବା ଦ୍ରୋନ୍ ଷ୍ଟ୍ରାଇକ୍ ରେ ହତ୍ୟା କରାଯାଇଛି ବୋଲି ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି l ଆୟମାନ୍ – ଆଲ୍ – ଯୱାହିରି ଏବଂ ଓସାମା ବିନ ଲାଦେନ ମିଳିତ ଭାବରେ ୯ /୧୧ ଆକ୍ରମଣ ପାଇଁ ଦାୟୀ ଏବଂ ଆମେରିକା ପାଇଁ ସେ ସର୍ବାଧିକ ସମ୍ଭାବିତ ଅପରାଧୀ ତାଲିକା ଅନ୍ତର୍ଭୁକ୍ତ l ଉଭୟଙ୍କ ଦ୍ୱାରା ରଚିତ ଏହି ବିସ୍ଫୋରଣ ଜନିତ ଆକ୍ରମଣରେ ୩ooo ରୁ ଅଧିକ ପୀଡିତଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି l ଏଭଳି ନୃଶଂସ, ଅମାନବୀୟ, ଭୀରୁତାପୂର୍ଣ୍ଣ କାର୍ଯ୍ୟକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ l ଆତଙ୍କବାଦର ଏ ବି ବିଭୀଷିକା କୌଣସି ବିଶ୍ୱଯୁଦ୍ଧରୁ କମ ଦୁଃଖଦ ନୁହେଁ l

ଜଣେ ବ୍ୟକ୍ତି କିମ୍ବା ସଂଗଠନ ନିଜର ଆର୍ଥିକ, ରାଜନୈତିକ ଏବଂ ବିଚାରାତ୍ମକ ଉଦ୍ଦେଶ୍ୟ ଗୁଡିକୁ ପୂରଣ କରିବା ପାଇଁ ଦେଶ କିମ୍ବା ଦେଶର ସୁରକ୍ଷାକୁ ଲକ୍ଷ୍ୟ କରେ, ତେବେ ତାକୁ ‘ ଆତଙ୍କବାଦ ‘ କୁହଯାଏ l ଏହା ଏକ ପ୍ରକାର ହିଂସାତ୍ମକ ଗତିବିଧି ଯାହା ଦ୍ୱାରା କେବଳ ବିନାଶ ହିଁ ସାଧିତ ହୁଏ l ଏକବିଂଶ ଶତାବ୍ଦୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଛାଡିଦେଲେ ଯେଉଁ ବିଷୟରେ ଦ୍ରୁତତର ଉନ୍ନତି ଘଟିଛି ତାହା ହେଉଛି ଆତଙ୍କବାଦ ଏବଂ ତଦଜନିତ ଭୟାବହତା l ଆତଙ୍କବାଦ ବିଶ୍ୱରେ ବସବାସ କରୁଥିବା ମାନବ ସମ୍ବଳକୁ ଗଭୀର ଭାବରେ କ୍ଷତିଗ୍ରସ୍ତ କରିଛି, ଯାହା ସମୟକ୍ରମେ ବିଶ୍ୱାଶାନ୍ତି ପଥରେ ଅନ୍ତରାୟ ସୃଷ୍ଟି କରିଛି l ଏହା ଯେ କେବଳ ଜାତୀୟ ସୁରକ୍ଷାକୁ କ୍ଷତି ପହଂଚେଇଚି ତା ନୁହେଁ ବରଂ ଦେଶ ଗୁଡ଼ିକ ମଧ୍ୟରେ ଅରାଜକତା ବଢ଼େଇ ଚାଲିଛି l

ଆତଙ୍କବାଦ ଶାନ୍ତି ତ ଭଙ୍ଗ କରେ, ତା ସହିତ ନିରୀହ ଦେଶବାସୀଙ୍କ ଜୀବନ ମଧ୍ୟ ନିଏ l ଆତଙ୍କବାଦୀ ମାନେ ଆକ୍ରମଣର ନିତ୍ୟ ନୂଆ ପନ୍ଥା ଖୋଜୁଥିବା ବେଳେ ସାଧାରଣ ବେସାମାରିକ ବ୍ୟକ୍ତିଙ୍କୁ ଏହାର ମୂଲ୍ୟ ଦେବାକୁ ହୁଏ l ଅନ୍ୟ ଧର୍ମ ପ୍ରତି ଅସହିଷ୍ଣୁ ଭାବରୁ ହିଁ ଜନ୍ମ ନିଏ ଆତଙ୍କବାଦ, ଯଦିଓ ଏହା ଆତଙ୍କବାଦ ର ଏକମାତ୍ର କାରଣ ନୁହେଁ l ଧାର୍ମିକ ବିଭିନ୍ନତା, ଯେମିତିକି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଥିବା ତିକ୍ତତା, ପରସ୍ପରକୁ ନୀଚ୍ଚା ଦେଖାଇବା, ପରସ୍ପର କ୍ଷତି ସାଧନ କରିବା ପାଇଁ ଆତଙ୍କବାଦର ସାହାରା ନିଆ ଯାଉଛି l ପ୍ରତିଶୋଧ ପରାୟଣତାର ଚରମସୀମା ଟପି ସେମାନେ ନିରୀହ ଲୋକଙ୍କୁ ମରିବା ପାଇଁ ଏତେ ତତ୍ପର ଯେ ସେଥିରେ ନିଜ ଜୀବନ ପ୍ରତି ମଧ୍ୟ ତାଙ୍କର ମୋହ ରହୁନାହିଁ l ନିଜ ଜୀବନ, ପରିବାର, ଭବିଷ୍ୟତକୁ ଜଳାଞ୍ଜଳି ଦେଇ ସେମାନେ ଏଭଳି ଘୃଣିତ କାମ କରିବାକୁ ଆଗେଇ ଆସୁଛନ୍ତି l

ଇସଲାମିକ ଦେଶ ଗୁଡିକରେ ଖୁବ ଛୋଟ ଦିନରୁ ପିଲା ମାନଙ୍କୁ ପାଠ ପଢେଇବା ଆଳରେ ବନ୍ଧୁକ ଓ ଛୁରୀ ଚାଳନା ଗୋଲା ବାରୂଦର ବ୍ୟବହାର ଏବଂ ସର୍ବୋପରି ତାଙ୍କର କୋମଳ ମନରେ ହିଂସା ଏବଂ ଘୃଣା ଭରି ଦିଆଯାଉଛି l ତାକୁ ଶିକ୍ଷା ଦିଆଯାଏ ଯେ ଅନ୍ୟ ଧର୍ମର ବିନାଶ ପରେ ହିଁ ନିଜ ଧର୍ମର ବିସ୍ତାର ସମ୍ଭବ l ସେମାନେ ଛୋଟ ଦିନରୁ ପ୍ରତିଶୋଧ ନେବା ପାଇଁ ବିବ୍ରତ ହୁଅନ୍ତି l ସମୟ ଆସିଲେ ଆତଙ୍କବାଦୀ ସଂଗଠନରେ ମିଶି ସେହି ଯୋଜନା ଗୁଡିକୁ କାର୍ଯ୍ୟରେ ପରିଣତ କରିବାର ସୁଯୋଗ ମିଳିଯାଏ l

ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଆତଙ୍କବାଦୀ ଗୋଷ୍ଠୀ ଖୁବ ସହଜ ଏବଂ ଦ୍ରୁତ ଗତିରେ ନିଜର କାର୍ଯ୍ୟ କ୍ଷମତାକୁ ପ୍ରସାରିତ କରିବାରେ ସକ୍ଷମ ହେଉଛନ୍ତି l ଏହା ପାଇଁ ଆବଶ୍ୟକ ହେଉଥିବା ପ୍ରଚୁର ପରିମାଣର ଅର୍ଥ ମଧ୍ୟ ସେମାନଙ୍କୁ ଅନାୟାସରେ ମିଳିଯାଉଛି l କେତେକ ସ୍ଥଳରେ ବିଶିଷ୍ଟ ବ୍ୟକ୍ତିଙ୍କ କ୍ଷମତା ତଳେ ଏମାନେ ସୁରକ୍ଷିତ ଭାବରେ କାମ କରି ଚାଲିଛନ୍ତି ଏବଂ ଏହାର ଟେର ସୁଦ୍ଧା କେହି ପାଉନାହାନ୍ତି l

ଗତ ପାଞ୍ଚ ବର୍ଷ ଭିତରେ ଆତଙ୍କବାଦ ଆକ୍ରମଣ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି l ୨oo୧ ପରଠୁ ଆତଙ୍କବାଦ ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ସର୍ବାଧିକ ବୋଲି ତଥ୍ୟ ରହିଛି l ଆତଙ୍କବାଦୀ ଗତିବିଧି ବିଶ୍ୱରେ ସର୍ବଦା ଭୟ, ଆତଙ୍କ ଓ ଅଶାନ୍ତିର ବାତାବରଣ ସୃଷ୍ଟି କରେ l ଏହା କେବଳ କୌଣସି ନିର୍ଦ୍ଧିଷ୍ଟ ରାଷ୍ଟ୍ର ବା ଅଞ୍ଚଳର ସମସ୍ୟା ନୁହେଁ l ତେଣୁ ଏହାଠାରୁ ମୁକ୍ତି ପାଇବା ପାଇଁ ଏବଂ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସବୁ ରାଷ୍ଟ୍ରର ମିଳିତ ଉଦ୍ୟମ ଆବଶ୍ୟକ l ଯଦିଓ ଏହା ଏତେ ସହଜ ନୁହେଁ, ତଥାପି ସୁଚିନ୍ତିତ ଯୋଜନା, ଅଭିଜ୍ଞ କାର୍ଯ୍ୟଶୈଳୀ ଏବଂ ଶାନ୍ତି ଯୋଦ୍ଧା ମାନଙ୍କର ସହାୟତା ନିଆଯାଇ ବିଶ୍ୱକୁ ଆତଙ୍କବାଦରୁ ମୁକ୍ତ କରିବାର ପ୍ରୟାସ ବର୍ତ୍ତମାନ ସମୟର ପ୍ରାଥମିକତା l

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸
ଫୋନ – 6370516478
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର

Leave A Reply

Your email address will not be published.

five × one =