ଲୟୋଲା ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ

0 554

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ସ୍ଥିତ ଲୟୋଲା ବିଦ୍ୟାଳୟରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ‘ ଲୟୋଲା ସିନର୍ଜି ‘ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରଦର୍ଶନୀରେ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୭oo ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏଥିରେ ଛୋଟରୁ ବଡ଼ ୧ooo ରୁ ବେଶୀ ମଡେଲ, ଚାର୍ଟ ପେପର, ଫୋଟୋ ଆଦି ପ୍ରଦର୍ଶିତ ହୋଇଥିଲା l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ମୁଖ୍ୟ ଫାଦର୍ ଭିକ୍ଟର୍ ମିସ୍କ୍ଵିଥ ଉଦଘାଟନ କରିଥିଲେ l ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଉଦବୋଧନ ଦେଇ ସେ କହିଥିଲେ ଯେ, ” ପ୍ରଦର୍ଶନୀ ଏକ ଏଭଳି ମଞ୍ଚ, ଯାହା ମାଧ୍ୟମରେ ପିଲାମାନେ ଦଳବଦ୍ଧ ହୋଇ ନିଜର ଜ୍ଞାନ ଓ ଜିଜ୍ଞାସାକୁ ବ୍ୟବହାର କରିବାର ସୁଯୋଗ ପାଇଥାନ୍ତି l”

ଏଠାରେ ପ୍ରଦର୍ଶିତ ମଡେଲ ସବୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ପରିବେଶ, ଟୀକାକାରଣ, ବିକଳ୍ପ ଶକ୍ତି ଉତ୍ସ, ଭାରତୀୟ ସୈନ୍ୟ ବାହିନୀ ଏବଂ ବାୟୁସେନା ବାହିନୀର ଇତିହାସ, ଭବିଷ୍ୟତ ପାଇଁ ଉପଯୋଗୀ କାର, ବିନା ମୃତ୍ତିକାରେ ଫସଲ ଉତ୍ପାଦନ ଭଳି ଅଭିନଵ ଓ ନୂତନ ଜ୍ଞାନ କୌଶଳକୁ ନେଇ ହୋଇଥିଲା l ଛାତ୍ରଛାତ୍ରୀ ମାନଙ୍କର ଚିନ୍ତାଧାରା ଓ ପରିଶ୍ରମ ଦର୍ଶକ ଏବଂ ଅଭିଭାବକ ମାନଙ୍କୁ ଖୁବ ଚକିତ କରିଥିଲା l ଗତ ଦୁଇ ବର୍ଷର କରୋନା ଜନିତ ବିରତି ପରେ ବିଦ୍ୟାଳୟରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ମନରେ ପୁଣିଥରେ ଉତ୍ସାହ ଭରିଦେଇଛି l

Leave A Reply

Your email address will not be published.

18 − 12 =