ଡଃ ଗୌରହରି ଦାସଙ୍କୁ ଶାରଳା ପୁରସ୍କାର

0 241

ଭୁବନେଶ୍ୱର : ଖ୍ୟାତିସମ୍ପନ୍ନ କଥାକାର, ଗାଳ୍ପିକ, କବି ତଥା ସମ୍ବାଦର ଫିଚର ସଂପାଦକ ଡ. ଗୌରହରି ଦାସ ଇମ୍ପା ଗ୍ରୁପ ତରଫରୁ ପ୍ରଦାନ କରାଯାଉଥିବା ସମ୍ମାନ ଜନକ ଶାରଳା ପୁରସ୍କାର ପାଇବେ । ଏହି ୪୩ ତମ ଶାରଳା ପୁରସ୍କାର ସେ ୨୦୧୮ରେ ରଚନା କରିଥିବା ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ପାଇବେ । ତାଙ୍କୁ ଅନୁଷ୍ଠାନ ତରଫରୁ ଅକ୍ଟୋବର ୨୬ ରେ ହେବାକୁ ଥିବା ଉତ୍ସବରେ ପୁରସ୍କାର ସହ ୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ।

ଏହି ସାହିତ୍ୟ ପୁରସ୍କାର ସହିତ ଲଣ୍ଡନ ସ୍ଥିତ ବିଶିଷ୍ଟ ଓଡ଼ିଆ ଚିତ୍ରକର ତଥା ଲେଖକ ପ୍ରଫୁଲ୍ଲ ମହାନ୍ତି ଏବଂ ଓଡ଼ିଶୀ ସଂଗୀତ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ଯଥାକ୍ରମେ କଳା ଏବଂ ସଙ୍ଗୀତ କ୍ଷେତ୍ରରେ ମୂଲ୍ୟବାନ ଅବଦାନ ପାଇଁ ସମ୍ମାନିତ କରାଯିବ। ଉଭୟଙ୍କୁ ୧.୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ମିଳିବ |

Leave A Reply

Your email address will not be published.

4 − three =