ଉପକୂଳ ରାଜପଥ ଦିଗ ପରିବର୍ତ୍ତନ ପାଇଁ ଦାୟୀ କିଏ ?

0 460

ଭୁବନେଶ୍ୱର : ଗତ କିଛି ଦିନ ହେବ ବାଲିକୁଦା ମରିଚପୁରର ପ୍ରାୟତଃ ଯୁବକ ଓ ଅନେକ ବରିଷ୍ଠ ଅଧିବାସୀ ଗୋଟିଏ କଥାକୁ ନେଇ ହତାଶ ହୋଇ ପଡିଛନ୍ତି ।ଛକ ବଜାର ହେଉ ବା ବିଭିନ୍ନ ସାମାଜିକ ଗଣମାଧ୍ୟମ ,କେବଳ ଗୋଟିଏ ଚର୍ଚ୍ଚା ……ଆମ ସ୍ୱପ୍ନର “coastal highway project” ଆମ ହାତ ପାନ୍ତା ରୁ ଯେମିତି ଦୁରେଇଯାଉଛି ।

ଅତୀତ ରେ ପୁରୀ ଜିଲ୍ଲାରେ ଥିବା ଏହି ଉପାନ୍ତ ଅଞ୍ଚଳ ଟି ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ରେ ସବୁଠୁ ବେଶି ପ୍ରଭାବିତ ହେଉଥିବା ଅଞ୍ଚଳ।ବର୍ଷ ବର୍ଷ ଧରି ବନ୍ୟା, ବାତ୍ୟା ହେଉ କି ସମୁଦ୍ର ରୁ ଲୁଣା ଜୁଆର ମାଡ଼ିବା ହେଉ , ଏ ଅଞ୍ଚଳ ର ଅଧିବାସୀ ସବୁବେଳେ ଯୁଝି ଆସିଛନ୍ତି ।
ଭୌଗଳିକ କାରଣ ବା ରାଜନୈତିକ ,ସବୁବେଳେ ଏ ଅଞ୍ଚଳ ପକ୍ଷପାତିତା ଓ ଚରମ ଉଦାସୀନତା ର ଶିକାର ହୋଇ ଆସିଛି । ରାସ୍ତା ଟିଏ ହେଉ କିମ୍ବା ପ୍ରକୃତି ପ୍ରଦତ୍ତ ପର୍ଯ୍ୟଟନ ସ୍ଥଳୀ ର ଉନ୍ନତିକରଣ ପାଇଁ ହେଉ ,ସବୁବେଳେ ଏ ଅଞ୍ଚଳ ଲଢେଇ କରି ଚାଲିଛି ।

୨୦୧୫ ମସିହାରେ ଯେତେବେଳେ ଭାରତ ସରକାର” ସାଗର ମାଳା ଯୋଜନା” ର ପରିକଳ୍ପନା କରି,ଏହାର ଗତିପଥ ନିର୍ଧାରଣ କଲେ , ସୌଭାଗ୍ୟ ବଶତଃ ଏହା ଏ ଅଞ୍ଚଳ ପାଇଁ ବରଦାନ ସାବ୍ୟସ୍ତ ହେବବୋଲି ଭାବିନେଇ ,ଯୁଗ ଯୁଗ ର ହିନସ୍ଥା ର ଅନ୍ତ ଘଟିବ ବୋଲି ଖୁସି ହୋଇଯାଇଥିଲେ ଏ ଅଞ୍ଚଳ ବାସୀ।

କିନ୍ତୁ…… ପୁଣି ସେଇ ବୈମାତୃକ ମନୋଭାବ , ଏ ଅଞ୍ଚଳ ପାଇଁ ଉଦାସୀନତା ତାକୁ ସେଇ “ତଳ ମାଳ” ଅଞ୍ଚଳ ର ପରିଚିତି ରେ ସନ୍ତୁଷ୍ଟ ହେବା ପାଇଁ ଠେଲି ଦିଆ ଯାଉଛି।

କେଉଁ କାରଣରୁ ପୂର୍ବନିର୍ଦ୍ଧାରିତ ଗତିପଥ କୁ ବଦଳ କରି ,ଯେଉଁ ଅଞ୍ଚଳ ରେ ଆଗରୁ ରାଜ୍ୟରଜପଥ ଓ ଜାତୀୟ ରାଜପଥ ଭଳି ସୁଗମ ରାସ୍ତା ରହିଛି ,ସେଇ ଅଞ୍ଚଳ ଦେଇ ପୁଣି coastal highway କୁ ମୋଡ଼ି ଦିଆ ଯାଉଛି , ପ୍ରଶ୍ନ ର ଉତ୍ତର ରଖିବାକୁ ସ୍ଥାନୀୟ ବିଧାୟକ କିମ୍ୱା ପ୍ରଶାସନ ଙ୍କ ଠାରୁ ଉତ୍ତର ଆଶା କଲେ ମଧ୍ଯ ସମସ୍ତେ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି ।

Leave A Reply

Your email address will not be published.

three + 19 =