ମୁକ୍ତ ଚିନ୍ତନ

0 227

ସୁଷମା ପରିଜା

ପ୍ରଖ୍ଯାତ ଦାର୍ଶନିକ କାରେନ୍ କହିଥିଲେ “ ସେତେବେଳେ ତୁମେ ଆଉ ଅଲଗା କ’ଣ କରି ପାରିଥାଆନ୍ତ ,ସେକଥା ଭାବି ବୃଥା ସମୟ ନଷ୍ଟ କର ନାହିଁ, ବରଂ ଆଗକୁ ଚାହିଁ ତୁମେ ଆଉ କ’ଣ କରିପାରିବ , ସେକଥା ଚିନ୍ତା କର” ।
ଆମ ନିଜ ଚିନ୍ତିତ ଧାରାରେ କାମ କରିବା ଅପେକ୍ଷା ଆମେ ସବୁବେଳେ ଗତାନୁଗତିକ ଧାରାରେ ଚାଲିବା ପାଇଁ ଚେଷ୍ଟା କରିଥାଉଁ । କିନ୍ତୁ ଆମେ ଭାବିବା ଦରକାର ଯେ ଏଇ ଗତାନୁଗତିକ ଧାରା ଟି କାହାଦ୍ୱାରା ସୃଷ୍ଟି ହୋଇଛି ? “ନିଶ୍ଚୟ ଆମରି ମାନଙ୍କ ଭଳି କେହି ଜଣେ କରିଥିବ ତ ! ସେଥିପାଇଁ ଯଥେଷ୍ଟ ସାହସ ଏବଂ ଗଭୀର ଆତ୍ମବିଶ୍ବାସ ଲୋଡା ହୋଇଥିବ ନିଶ୍ଚିତ । ଏମିତି କେହି ଜଣେ ଆଗେଇ ଆସୁ, ଆମେ ତା’ର ଅନୁଗମନ କରିବୁ “ ବୋଲି ଅପେକ୍ଷା କରି ରହିବା ଠାରୁ ନିଜେ ଆଗେଇ ଆସି ସେହି ନେତୃତ୍ବ ନେବା ଭଲ।
ଆମ ସମାଜରେ ଗୋଡଟାଣିବା ଲୋକଙ୍କର ଅଭାବ ନାହିଁ , ଆପଣ ଥରେ ଆଗକୁ ବାହାରିବା ମାତ୍ରକେ ଶହେ ଲୋକ ଆପଣଙ୍କୁ ପଛରୁ ଟାହିଟାପରା କରି ନଚେତ୍ ତାଙ୍କ ବାକ୍ୟ ରେ ଭୟଭୀତ କରାଇ ପଛକୁ ହଟାଇନେବାକୁ ପ୍ରସ୍ତୁତ ହୋଇ ବସିଥିବେ।ଯଦି ଆପଣ ଠିକ୍ ଅଛନ୍ତି ତେବେ ସେମାନଙ୍କ କଥାରେ କର୍ଣ୍ଣପାତ ନକରି ଆଗେଇ ଯାଆନ୍ତୁ, ସେମାନେ ବକବକ ହୋଇ ଆପେ ଆପେ ଚୁପ୍ ହୋଇଯିବେ। ଏହା ଏକ ଆହ୍ୱାନ କାରଣ କୌଣସି କାମ କରିବା ବେଳେ ଆମେ ସବୁବେଳେ ଅନ୍ୟ ମାନଙ୍କର ମତାମତ ଏବଂ ସେମାନଙ୍କ ସମର୍ଥନ କୁ ଗୁରୁତ୍ୱ ଦେଇଥାଉ।କିନ୍ତୁ ପ୍ରଥମେ ଆମେ ନିଜକୁ ଗ୍ରହଣୀୟ ବୋଲି ମନେକରି ଦୁଇପଦ ଆଗକୁ ବଢାଇଲେ ଅନ୍ୟ ମାନେ ନିଶ୍ଚୟ ଆମକୁ ଅନୁସରଣ କରିବେ ଏଥିରେ ସନ୍ଦେହ ନାହିଁ ।
ମନେ ରଖନ୍ତୁ, ଅନ୍ୟ ଲୋକେ ଆମ ଭିତରେ ସେମାନଙ୍କ ବ୍ୟକ୍ତିତ୍ଵର ଝଲକ ଦେଖିବାକୁ ଚାହାଁନ୍ତି, ଆମର ବ୍ୟକ୍ତିତ୍ଵ କୁ ନୁହେଁ ।
ଏଣୁ ନିଜର ପ୍ରକୃତ ସ୍ୱରୂପ କୁ ଉନ୍ମୋଚିତ କରନ୍ତୁ ।

Leave A Reply

Your email address will not be published.

ten + seven =