ଓଡ଼ିଶାର ବିକଳ୍ପ ନେତୃତ୍ୱ : ଅପରାଜିତା

0 275

ରିପୋର୍ଟ: ରଜତ ରଶ୍ମି ସ୍ୱାଇଁ

ଭୁବନେଶ୍ୱର : ହଠାତ୍ ରାଜ୍ୟ ବିଜେପି ରାଜନୀତିକୁ ଚଳଚଞ୍ଚଳ କରିବାକୁ ଚେଷ୍ଟା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନ ବନ୍ଦରରେ ନିଜର ବହୁ ସମର୍ଥକଙ୍କୁ ଏକାଠି କରି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଅପରାଜିତା ବୋଲି ଚର୍ଚ୍ଚା ହେଉଛି । ହଜାର ହଜାର କର୍ମୀ ସାଂସଦ ଅପରାଜିତାଙ୍କ ସ୍ୱାଗତ କରିବାକୁ ଛୁଟି ଆସିଥିଲେ ରାଜଧାନୀ ଭୁବନେଶ୍ୱରକୁ । ତାଙ୍କର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନ ସଭା ଆସନରୁ କର୍ମୀ ମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ମାତ୍ର ରାଜ୍ୟ ବିଜେପିର କୌଣସି ବଡ଼ ନେତାଙ୍କୁ ଏଠି ଦେଖିବାକୁ ମିଳିନଥିଲା । କେହି ବି ଜଣେ ଅପରାଜିତାଙ୍କୁ ସ୍ୱାଗତ ପାଇଁ ଯାଇନଥିଲେ ବିମାନବନ୍ଦରକୁ । କେବଳ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କ ସମେତ ଅପରାଜିତାଙ୍କ ଦୃଢ଼ ସମର୍ଥକ ମାନଙ୍କୁ ଏହି ଶୋଭାଯାତ୍ରାର ଆଗରେ ଦେଖିବାକୁ ମିଳିଥିଲା । ନିଜର ବହୁ ସମର୍ଥକଙ୍କ ସହ ଚାଲି ଚାଲି ଆସିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

International Parliamentary Union ର ସଦସ୍ୟ ନିର୍ବାଚିତ ହେବାପରେ ଓଡ଼ିଶା ଫେରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନ ବନ୍ଦରରୁ ହଜାର ହଜାର ବିଜେପି କର୍ମୀ ଅପରାଜିତାଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି । ଏପରିକି ଭୁବନେଶ୍ୱର ସାଂସଦ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅପରାଜିତାଙ୍କୁ ସ୍ୱାଗତ କରିବାକୁ କର୍ମୀ ମାନେ ବିଭିନ୍ନ ପ୍ଲାକାର୍ଡ ସହିତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ବିମାନ ବନ୍ଦରରେ । ତା ସାଙ୍ଗକୁ ସହର ସାରା ଛାଇ ଯାଇଥିଲା ଅପରାଜିତାଙ୍କ ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର । ତେବେ ଅପରାଜିତାଙ୍କ ଏହି ମେଗା ଆୟୋଜନ କ’ଣ ପାଇଁ ? ଏପରି ଜୋରଦାର ସ୍ୱାଗତ ପର୍ବର ଉଦ୍ଦେଶ୍ୟ କ’ଣ ଥିଲା ? ନିଜ ଦଳ ବିଜେପି ଓ ଶାସକ ଦଳ ବିଜେଡିକୁ ଆଖି ଆଗରେ ରଖି ଏଭଳି ଏକ “ପାୱାର ଶୋ” ର ଆୟୋଜନ କରାଯାଇଥିଲାକି ?

 ତେବେ ଏଭଳି ଶକ୍ତି ପ୍ରଦର୍ଶନର ଉଦ୍ଦେଶ୍ୟ ଯାହା ହୋଇ ଥାଉନା କାହିଁକି, ଅପରାଜିତାଙ୍କ “ପାୱାର ଶୋ’ ନେଇ ଏବେ ରାଜ୍ୟ ବିଜେପି ରାଜନୀତିରେ ହଲଚଲ ଆରମ୍ଭ ହୋଇଯାଇଛି । ଏଭଳି ଏକ ବଡ଼ ଆୟୋଜନ କରି ଅପରାଜିତା ନିଜ ଦଳ ଭିତରର ନେତାଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ, ତାଙ୍କର ଲୋକପ୍ରିୟତା ଏବେ ବି ଅତୁଟ ରହିଛି । ଦଳ ବାହାରେ ମଧ୍ୟ ସେ ନିଜକୁ ବିକଳ୍ପ ନେତୃତ୍ୱ ଭାବେ ଉପସ୍ଥାପିତ କରିବାର କ୍ଷମତା ଆଜି ବି ରଖିଛନ୍ତି ବୋଲି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଭୁବନେଶ୍ୱର ସାଂସଦ । ବିନା ରାଜ୍ୟ ବିଜେପି ନେତାଙ୍କ ସହଯୋଗ ଓ ସମର୍ଥନରେ ଅପରାଜିତା ଆଗକୁ ବିକଳ୍ପ ରାଜନୀତିର ଚେହେରା ହୋଇପାରିବେ ଏହା ତାହାର ଏକ ସଂକେତ ଥିବା ଭଳି ମନେ ହୁଏ ।

ଭୁବନେଶ୍ୱର ବିମାନ ବନ୍ଦରରୁ ହଜାର ହଜାର ବିଜେପି କର୍ମୀଙ୍କ ଅପରାଜିତାଙ୍କୁ ଜୋରଦାର ସ୍ୱାଗତ

Leave A Reply

Your email address will not be published.

20 + fifteen =