ମନ ତୋହର ନିଜ ଗୁରୁ

0 296

ସୁଷମା ପରିଜା

ପ୍ରତ୍ୟେକ କାମ କରିବା ପାଇଁ ଯୁକ୍ତିଯୁକ୍ତ କାମଟିଏ ଖୋଜନ୍ତୁ ନାହିଁ । ଏମିତି କାମଟିଏ କରନ୍ତୁ ଯେଉଁଥିରେ ଆପଣଙ୍କୁ ମାନସିକ ଖୁସି ମିଳୁଥିବ କିମ୍ବା ସେଇ କାମ ପ୍ରତି ଆପଣଙ୍କର ଆଗ୍ରହ ଥିବ ନତୁବା ସେହି କାମଟି ଆପଣଙ୍କୁ କୌତୁକିଆ ଲାଗୁଥିବ ଅଥବା ସେହି କାମଟି କରି ଆପଣଙ୍କୁ ଆନନ୍ଦ ମିଳୁଥିବ । ଆପଣଙ୍କ ଅନ୍ତଃର୍ମନ ଯଦି ” ହଁ” କରୁଥିବ ତେବେ ଜାଣନ୍ତୁ ଯେ ସେହି କାମଟି ନିଶ୍ଚୟ ଭଲ କାମଟିଏ ସେଥିପାଇଁ ଆପଣଙ୍କ ଆତ୍ମା ଟାଣୁଛି ସେଇ ଆଡକୁ । ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ ଟିକିଏ ବିଶ୍ରାମ ନେବା ପାଇଁ ହେଉ ଅବା ଆପଣଙ୍କ ଅନୁରାଗ ପାଇଁ ହେଉ ଆପଣ ନିଜର ମନଲାଖି କାମଟିଏ କରନ୍ତୁ । ଦେଖିବେ ଆପଣଙ୍କୁ ଗୋଟିଏ ଭିନ୍ନ ପ୍ରକାର ର ଆନ୍ତରିକ ଖୁସି ମିଳିବ ଯାହା ଆପଣଙ୍କର ବ୍ୟକ୍ତିତ୍ୱ କୁ ଆହୁରି ପ୍ରସ୍ଫୁଟିତ କରିବ ଆପଣଙ୍କୁ ଆହୁରି ସୃଜନଶୀଳ ଏବଂ ବିସ୍ତୃତ କରିବ।ଆପଣ ନିଜର ଅନ୍ତରାତ୍ମାର ସ୍ୱର ସ୍ପଷ୍ଟ ଶୁଣି ପାରିବେ ଏବଂ ତା’ର ଦିଶାନିର୍ଦ୍ଦେଶ କୁ ଠିକ୍ ବୁଝିପାରିବେ।
ଅବଚେତନ ମନ ତଳେ ଆମେ ସର୍ବଦା ଏମିତି କିଛି କାମ କରିବା ପାଇଁ ଚାହୁଁଥାଉ କିମ୍ବା ଆମର ଆଗ୍ରହ ଥାଏ କିନ୍ତୁ ପ୍ରକୃତ କ୍ଷେତ୍ରରେ ତାହା କରିବା ସମ୍ଭବପର ହେଉନଥାଏ । ଆମେ ଠିକ୍ ଜାଣିଥାଉ ଯେ କ’ଣ କଲେ ଆମକୁ ଖୁସି ମିଳିବ , ଆମେ ସୁସ୍ଥ ରହିବା, ଆମର ଉନ୍ନତି ହେବ , ସବୁ ଜାଣିବା ସତ୍ତ୍ୱେ ମଧ୍ୟ ହେବାରେ ହେଉ କି ପରିସ୍ଥିତିର ଚାପରେ ହେଉ ଆମେ ସେଇ କାମ କରିନଥାଉ।
ସେଥିପାଇଁ ଗୁଣୀଜନମାନେ କହିଯାଇଛନ୍ତି “ ମନ ତୋହରା ନିଜ ଗୁରୁ “ । ଅର୍ଥାତ୍ ମଣିଷ ର ନିଜ ମନ ହିଁ ତା’ର ସଠିକ୍ ଦିଶାନିର୍ଦ୍ଦେଶକ । ତାହାରି ଆଜ୍ଞାନୁଯାୟୀ କାମ କରିଗଲେ ବିପଦ କେବେହେଁ ପାଖ ପଶିବ ନାହିଁ ।

Leave A Reply

Your email address will not be published.

4 × three =