ଏହି କାମ କରିଲେ ମନ ଭିତରେ ସ୍ୱତଃଭାବେ ଖୁସି ପ୍ରକଟିତ ହୋଇଥାଏ !

0 1,495

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସର୍ବଦା ଖୁସି ରହିବା ଲାଗି ପରୋପକାର କରିବା ଉଚିତ୍‌ । ଆପଣ ଯଦି ଅନ୍ୟ ପାଇଁ କିଛି ସ୍ୱାର୍ଥ ତ୍ୟାଗ କରନ୍ତି, ତେବେ ସ୍ୱାର୍ଥପର ମଣିଷ ଅପେକ୍ଷା ଅଧିକ ସୁଖୀ ରହିବେ । ଠିକ୍‌ ସେହିପରି ଯିଏ ଅନ୍ୟ ପ୍ରତି ଉଦରତା ପ୍ରଦର୍ଶନ କରିଥାଏ, ସେ ବି ସହଜରେ ନିଜକୁ ଖୁସି ରଖିପାରିବେ ।

ଏହି ଅଧ୍ୟୟନରୁ ଆହୁରି ମଧ୍ୟ ସ୍ପଷ୍ଟ ହୋଇଛି ଯେ ଦିଲଦାର ଲୋକେ ଯେକୌଣସି କ୍ରୋଧୀ ବ୍ୟକ୍ତି ତୁଳନାରେ ଅଧିକ ସମୟ ଖୁସିରେ ରହିପାରେ । ଏହାଛଡ଼ା ଯେଉଁମାନେ ବେଶି ସମୟ ସାମାଜିକ କାର୍ଯ୍ୟରେ ବିନିଯୋଗ କରିଥାଆନ୍ତି ସେମାନେ ମଧ୍ୟ ନିଜକୁ ଖୁସିରେ ରଖିପାରନ୍ତି । କାରଣ ଅନ୍ୟକୁ ଉଦାରତା ଦେଖାଇବା ବା କାହାରି ସାହାଯ୍ୟ କରିବା ଦ୍ୱାରା ମନ ଭିତରେ ସ୍ୱତଃଭାବେ ଏକ ଖୁସି ପ୍ରକଟିତ ହୋଇଥାଏ ବୋଲି ଏହି ଅନୁଧ୍ୟାନରୁ ଜଣାଯାଇଛି ।

ଜ୍ୟୁରିକ୍‌ ବିଶ୍ୱବିଦ୍ୟାଳୟର ଫିଲିପ୍‌ ଟବଲରଙ୍କ ଅନୁଯାୟୀ ଏଥିପାଇଁ ମାତ୍ରାଧିକ ତ୍ୟାଗର ଆବଶ୍ୟକତା ନାହିଁ, କେବଳ ଅନ୍ୟର ଟିକେ ସହାୟତା ନିଜକୁ ଖୁସି ରଖିବା ପାଇଁ ଯଥେଷ୍ଟ । ଏଇ ନିକଟରେ ଜର୍ଣ୍ଣାଲ୍‌ ନେଚର୍‌ କମ୍ୟୁନିକେସନ୍‌ରେ ପ୍ରାୟ ୫୦ ଲୋକଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା । ଏଥିରେ କରାଯାଇଥିବା ଅନୁଧ୍ୟାନରୁ ଏହା ଜଣାଯାଇଛି।

Leave A Reply

Your email address will not be published.

ten + 3 =