ଓଜନ କମ କରିବାଠାରୁ ଆରମ୍ଭ କରି କେଶର ଘନତ୍ୱ ବଢ଼ାଇବାରେ ସାହାଯ୍ୟ କରେ ଭୃସଙ୍ଗ ପତ୍ର

0 1,574

ଭୃସଙ୍ଗ ଏମିତି ଏକ ପତ୍ର ଯାହା ଆପଣଙ୍କ ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଶରୀରକୁ ଅନେକ ଫାଇଦା ଦେଇଥାଏ । ଭୃସଙ୍ଗ ପତ୍ରରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ଫଙ୍ଗଲ,ଭିଟାମିନ୍‌ ଏ,ଫାଇବର,କ୍ୟାଲ୍‌ସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ତେବେ ଆଜି ଆମେ ଜାଣିବା ଏଥିରୁ ଶରୀରରକୁ ଏବଂ କେଶକୁ ମିଳୁଥିବା ଫାଇଦା ବିଷୟରେ…..

୧.ଏହାକୁ ସେବନ କରିବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । ଏହା ପେଟ ସହ ଜଡ଼ିତ ଅନେକ ସମସ୍ୟା ଯେମିତିକି,କୋଷ୍ଠକାଠିନ୍ୟ,ଗ୍ୟାସ୍‌ ସମସ୍ୟା ଏବଂ ପେଟ ଫୁଲିବା ସମସ୍ୟାକୁ ଦୂର କରିଥାଏ । ଭୃସଙ୍ଗ ପତ୍ରର ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଡ଼ାଇରିଆ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

୨.ଭୃସଙ୍ଗ ପତ୍ରରେ ଭିଟାମିନ୍‌ ଏ ଏବଂ କେରୋଟେନଏଡ଼୍‍ସ ଥିବାରୁ ଏହା ଦୃଷ୍ଟିଶକ୍ତିକୁ ସୁସ୍ଥ ରଖିଥାଏ ।

୩.ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଭିଟାମିନ୍‌ ଶରୀରର ଓଜନକୁ ନିୟନ୍ତ୍ରଣ କରିଥାଏ । ଏହା ଶରୀରରୁ ବିଷାକ୍ତ ଜିନିଷକୁ ବାହାର କରି ଫ୍ୟାଟ୍‌ କମ୍‌ କରିଥାଏ । ଡ଼ାଏଟିଙ୍ଗ ଏବଂ ବ୍ୟାୟାମ କରିବା ସହ ଭୃସଙ୍ଗ ପତ୍ରର ସେବନ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

୪.କେଶକୁ ଲମ୍ବା ଏବଂ ଘନ କରିବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପୋଷକ ତତ୍ତ୍ୱ କେଶକୁ ତୁରନ୍ତ ବଢ଼ିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.

eight + three =