ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୟୋନୋ ଗ୍ଲୋବାଲ୍-ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆପ୍ ବ୍ରିଟେନ ଉନ୍ମୋଚିତ

0 699


ଭୁବନେଶ୍ୱର, ୨୪/୯: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୟୁକେ ଇଣ୍ଡିଆ ବିଜନେସ୍ କାଉନ୍ସିଲ୍ (ୟୁକେଆଇବିସି) ସହଯୋଗରେ ଆୟୋଜନ କରାଯାଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଜନୀଶ କୁମାର ଡିଜିଟାଲ୍ ବ୍ୟାଙ୍କିଙ୍ଗ ଆପ୍ ୟୋନୋକୁ ବ୍ରିଟେନ୍ ର ଏସବିଆଇ ଗ୍ରାହକଙ୍କ ପାଇଁ ଉନ୍ମୋଚନ କରିଛନ୍ତି । ଏସବିଆଇ ଏବେ ୟୋନୋକୁ ବିଶ୍ୱ ସ୍ତରରେ ପହଂଚାଇବାକୁ ନିଷ୍ପତି ନେଇଛି ଏବଂ ବ୍ରିଟେନ୍ରୁ ସେହି ଯାତ୍ରା ଆରମ୍ଭ ହୋଇଛି ।
ୟୋନୋ ଏସବିଆଇ ୟୁକେ ଗ୍ରାହକମାନଙ୍କୁ ସୁବିଧାରେ ବ୍ରିଟେନ ଅର୍ଥରାଶିକୁ ସ୍ଥାନାନ୍ତର କରିବା କିମ୍ବା ପେମେଂଟ୍ କରିବା, ଭାରତକୁ ରେମିଟାନ୍ସ କରିପାରିବେ ଏବଂ ଭାରତକୁ ରେମିଟାନ୍ସ ସୁବିଧା ଉତମ ଏକ୍ସଚେଂଜ୍ ହାରରେ ଚବିଶ ଘଂଟା ଉପଲବ୍ଧ ହେବ । ଏହି ଆପ୍ ଜରିଆରେ ଖୁବଶୀଘ୍ର ଅନଲାଇନ୍ ଖାତା ଖୋଲିବା ସୁବିଧା ଉପଲବ୍ଧ ହେବ ।
ରଜନୀଶ କୁମାର, ଅଧ୍ୟକ୍ଷ, ଏସବିଆଇ କହିଛନ୍ତି ଯେ, “ୟୋନୋ ଏସବିଆଇ ୟୁକେ ହେଉଛି ଏସବିଆଇର ଅନ୍ୟତମ ପ୍ରଯୁକ୍ତି ଦକ୍ଷତାର ନିଦର୍ଶନ । ଭାରତରେ ସଫଳତା ହାସଲ କରିବା ପରେ ବ୍ରିଟେନର ଗ୍ରାହକଙ୍କ ପାଇଁ ୟୁନୋକୁ ଉନ୍ମୋଚନ କରୁଥିବାରୁ ମୁଁ ବହୁତ ଖୁସି । ମୁଁ ନିଶ୍ଚିତ ଯେ ସହଜରେ ବ୍ୟବହାର କରିହେଉଥିବା ବୈଶିଷ୍ଟ୍ୟ ଓ ସତେଜ ଡିଜାଇନ ଗ୍ରାହକମାନଙ୍କୁ ସକାରାତ୍ମକ ଅନୁଭୂତି ପ୍ରଦାନ କରିବ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ରେ ବ୍ୟାଙ୍କର ଗୁରୁତ୍ୱକୁ ପ୍ରଦର୍ଶିତ କରିବ ।’’
ଉଭୟ ଆପ୍ ଷ୍ଟୋର୍ ଓ ଗୁଗୁଲ୍ ପ୍ଲେ ଷ୍ଟୋର୍ରେ ଉପଲବ୍ଧ ହେଉଥିବା ୟୋନୋ ଏସବିଆଇ ୟୁକେ ଯାହା ସହଜ ଏବଂ ବ୍ୟବହାର ମିତବ୍ୟୟୀ ଏବଂ ଏହା ଗ୍ରାହକଙ୍କ ସବୁ ପ୍ରକାର ବ୍ୟାଙ୍କିଙ୍ଗ ସେବା ଆବଶ୍ୟକତା ପୂରଣ କରିପାରିବ ।
ଏହି ଗୋଟିଏ ଆପ୍ ଜରିଆରେ ଏସବିଆଇର ଭାରତ ଏବଂ ବ୍ରିଟେନ୍ର ଗ୍ରାହକମାନେ ନିଜ ଖାତାକୁ ହାସଲ କରିପାରିବେ ଫଳରେ ତାହାକୁ ବ୍ୟବହାର କରିବା ସହଜ ହେବ ଏବଂ ଗ୍ରାହକ ଅନୁଭୂତିରେ ଉନ୍ନତି ଆସିପାରିବ । ଏହି ଆପ ଜରିଆରେ ଗ୍ରାହକମାନେ ନିଜର ଠିକଣା, ଇ-ମେଲ୍, ମୋବାଇଲ୍ ନମ୍ବରକୁ ଅନଲାଇନ୍ରେ ବଦଳାଇପାରିବେ । ଏସବିଆଇ ୟୋନୋ ୟୁକେରେ ସୁଦୃଢ଼ ନିରାପତା ବ୍ୟବସ୍ଥା ମଧ୍ୟ ରହିଛି ।
ରିଚାର୍ଡ ହିଲଡ୍, ଗ୍ରୁପ୍ ସିଇଓ, ୟୁକେ-ଇଣ୍ଡିଆ ବିଜନେସ୍ କାଉନ୍ସିଲ୍ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ବିଶେଷ କରି ବ୍ରିଟେନ୍, ଯେଉଁଠାରେ ବିପୁଳ ପରିମାଣର ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି ସେମାନଙ୍କୁ ପ୍ରଯୁକ୍ତି ଭିତିକ ଅଭିନବ ଉପôାଦ ପ୍ରଦାନ କରିବା ଲାଗି ଏସ୍ବିଆଇର ଦୃଢ଼ ନିଶ୍ଚିତ ଥିବା ଜାଣିବ ବହୁତ ଖୁସି ଲାଗୁଛି ।’’
ଭାରତରେ ଏସବିଆଇ ପକ୍ଷରୁ ୨୦୧୭ରେ ଉନ୍ମୋଚନ କରାଯାଇଥିବା ୟୋନୋ ଯୁବପିଢ଼ିଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଛି ଯାହା ସେମାନଙ୍କ ବ୍ୟାଙ୍କିଙ୍ଗ ଓ ଜୀବନଶୈଳୀ ଆବଶ୍ୟକତାକୁ ଏକସଙ୍ଗେ ପୂରଣ କରୁଛି ।

Leave A Reply

Your email address will not be published.

3 × 3 =