ଆଶୀର୍ବାଦଙ୍କ ପୁଅ ସଂଜୟ ଓସିଏ ପଂପାଦକ

0 758

କଟକ: ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜୟ ବେହେରା ଚଳିତ ଥର ଓସିଏ ପଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ୭୩ ଜଣ ଭୋଟରଙ୍କ ମଧ୍ୟରୁ ତାଙ୍କ ସପକ୍ଷରେ ୪୫ ଜଣ ଭୋଟ ଦେଇଥିବା ଜାଣିବାକୁ ମିଳିଛି। ଯେତେବେଳେକି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକଙ୍କୁ ମାତ୍ର ୨୫ଟି ଭୋଟ ମିଳିପାରିଛି।

ଅପରପକ୍ଷରେ ବିକାଶ ପ୍ରଧାନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାବେଳେ ମେହତାବ ଖାଁ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ପୁଣିଥରେ ଓଡ଼ିଶା କ୍ରିକେଟ ଏକାଡେ଼ମୀ ଆଶୀର୍ବାଦ ବେହେରାଙ୍କ କବଜାକୁ ଆସିଛି।

ସମ୍ପାଦକ ଭାବେ ବିଜୟୀ ହେବା ପରେ ସଞ୍ଜୟ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ହେଉଛି ଧର୍ମର ବିଜୟ। ଯେଉଁମାନେ ନିଜର ବହୁ ମୂଲ୍ୟର ଭୋଟ ଦେଇ ମୋତେ ବିଜୟୀ କରାଇଛନ୍ତି, ସେମାନଙ୍କ ପାଖରେ ମୁଁ ଋଣୀ । ସଞ୍ଜୟ କହିଛନ୍ତି, ହୀନ ଚକ୍ରାନ୍ତ କରୁଥିବା ଲୋକଙ୍କୁ ଉଚିତ ଜବାବ ମିଳିଛି। ବାପାଙ୍କ ଆଶୀର୍ବାଦରୁ ମୁଁ ନିର୍ବାଚନରେ ବିଜୟୀ ହୋଇଛି। ତେଣୁ ବାପାଙ୍କ ଆଶାକୁ ନିଶ୍ଚିତ ଭାବେ ପୂରଣ କରିବି।

Leave A Reply

Your email address will not be published.

sixteen − 12 =