ଦୃଷ୍ଟିବାଧିତଙ୍କୁ ତମାଖୁର ହାନିକାରକ ତଥା କୋଟପା ଆଇନ ଜଣାଇବ ବ୍ରେଲିପୁସ୍ତକ

0 605

ଭୁବନେଶ୍ୱର : ଦୃଷ୍ଟିବାଧିତଙ୍କୁ ତମାଖୁର ହାନିକାରକ ତଥା କୋଟପାଆଇନଜଣାଇବବ୍ରେଲିପୁସ୍ତକ। Sign Languageର ସ୍ୱତନ୍ତ୍ର ଭିଡିଓ କହିବ ତମାଖୁ ମୁକ୍ତଶୈଶବର କଥା।ତମା ଖୁଛାଡିବା ପାଇଁ ବିଭିନ୍ନ ପ୍ରକାରର ସଚେତନ କରାଯାଉଥିଲେ ବି ଦୃଷ୍ଟିବାଧିତ ତଥା ମୁକବଧିରଙ୍କ ପାଇଁ ତାହା ସହଯୋଗ ହୋଇପାରୁ ନଥିଲା। କିନ୍ତୁଏହି ସମସ୍ୟାର ସମାଧାନର ବାଟ ଦେଖାଇଛନ୍ତି ମହମ୍ମଦ ଇମ୍ରାନ ଅଲ୍ଲୀ।

ସାରା ଭାରତରେ ତମାଖୁ ବିରୋଧି ଅଭିଯାନ କରି ଅନେକ ପରିବାରରେ ହସ ଫୁଟାଇଥିବା ଇମ୍ରାନ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ । ତମାଖୁର ହାନିକାରକ ତଥା କୋଟପାଆଇନ ସଂପର୍କରେ ଅଭିଯାନ କରି ଲିମକା ବୁକ ଅଫ ରେକର୍ଡ କରିଥିବା ମହମ୍ମଦ ଇମ୍ରାନ ଅଲ୍ଲୀ ଆରମ୍ଭ କରିଛନ୍ତି ନିଆରା ଅଭିଯାନ । ଏଣିକି ଦୃଷ୍ଟିବାଧିତ ଓ ମୁକ ବଧିର ବ୍ୟକ୍ତି ବି ଜାଣିବେ ତମାଖୁ ସେବନର ଅପକାରିତା । ନିଶା ମୁକ୍ତ ଭାରତର ସ୍ୱପ୍ନ ଦେଖିଥିବା ଇମ୍ରାନଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ବ୍ରେଲି ପୁସ୍ତକ ତଥା ମୁକ ବଧିର ବ୍ୟକ୍ତିଙ୍କ ପାଇଁ Sign Language ର ସ୍ୱତନ୍ତ୍ର ଭିଡିଓ ପ୍ରସ୍ତତ କରିଛନ୍ତି । ନିଶା ବରୋଧରେ ଅନେକ ପୁସ୍ତକ ତଥା ପୋଷ୍ଟର ଥିଲେ ବି ତାହା ଦୃଷ୍ଟିବାଧିତଙ୍କ ପାଇଁ ନଥିଲା । ଏଥିପାଇଁ ଦୃଷ୍ଟିବାଧିତଙ୍କୁ ତମାଖୁ ତଥା କର୍କଟ ରୋଗ ବିଷୟରେ ସଚେତନ କରାଇବା ପାଇଁ ନୁଆ ଅଭିଯାନ ଆରମ୍ଭ କରିଛନ୍ତି ଇମ୍ରାନ ।
ଡେରାଡୁନସ୍ଥିତ National Institute for empowerment of Person with Disability ଅନୁଷ୍ଠାନ ଏହି ନିଆରା ବ୍ରେଲି ପୁସ୍ତକ ଛାପିଛନ୍ତି । ଏହାସହ ସାଙ୍କେତିକ ଭାଷାର ସ୍ୱତନ୍ତ୍ର ଭିଡିଓରେ ମହମ୍ମଦ ଇମ୍ରାନ ଅଲ୍ଲୀ ତମାଖୁ ତଥା କୋଟପା ଆଇନ ସଂପର୍କରେ ଜଣାଉଥିବାବେଳେ ଏହାକୁ ସାଙ୍କେତିକ ଭାଷାରେ ବୁଝାଇଛନ୍ତି ବିଶେଷଜ୍ଞ ରଶ୍ମିତା ପରିଡା । ସାରା ଦେଶରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ହେଉଥିବାବେଳେ ଉକ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିବାଧିତ ତଥା ମୁକ ବଧିର ଛାତ୍ରଛାତ୍ରୀଙ୍କୁ ଉତ୍ସର୍ଗୀକୃତ କରି ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଛି ‘ସଲାମ ଜୀବନ’ ।
ସାରା ବିଶ୍ୱରେ ଏବେ ଭାରତ ମୁଖ ଗହ୍ୱର କର୍କଟ ରୋଗର ରାଜଧାନୀ ପାଲଟିଛି । ପ୍ରତିଦିନ ୨୫୦୦ ଲୋକ ତମାଖୁ ଜନୀତ କର୍କଟରେ ମୃତ୍ୟୁବରଣ କରୁଛନ୍ତି । ଏଚଆଇଭି-ଏଡସ ଓ ମ୍ୟାଲେରିଆରେବି ଏତେ ଲୋକଙ୍କ ମୃତ୍ୟୁ ହେଉନାହଁ । ଏଥିପାଇଁ ତମାଖୁର ବ୍ୟବହାର ନକରିବା ସହ ଶିଶୁର ସୁରକ୍ଷା ପାଇଁ ନିଆରା ପ୍ରୟାସ କରୁଛି ସଲାମ ଜୀବନ । ଏହି ଅଭିଯାନରେ ସହଯୋଗର ହାତ ବଢାଇଥିବା ବ୍ୟକ୍ତି ବିଶେଷଙ୍କୁ ‘ସଲାମ ଜୀବନ’ ପକ୍ଷରୁ ସମ୍ମାନୀତ କରାଯାଇଛି । ଜିଲ୍ଲା ସାମାଜୀକ ସୁରକ୍ଷା ଅଧିକାରୀ ମୁଖ୍ୟାଳୟ ସନ୍ୟାସୀ କୁମାର ବେହେରା ଉକ୍ତ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ଦିବ୍ୟାଙ୍ଗଜନ ମାନଙ୍କ ପାଇଁ ବେଶ ଉପକାରୀ ହେବ ବୋଲି ଆଲୋଚନା କରିଛନ୍ତି । ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାନ୍ଧୀବାଦୀ , ନିଶା ବିରୋଧି କର୍ମକର୍ତ୍ତା , ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀମାନେ ଅଂଶ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଅନୁଜ ଦାସ ସଂଯୋଜନା କରିଛନ୍ତି ।

Leave A Reply

Your email address will not be published.

nine + 2 =