ରନ୍ଧନ ତୈଳର ପୁନର୍ବ୍ୟବହାର କାର୍ଯ୍ୟକ୍ରମ : ୧୦୦ଟି ସହରରେ ଚାଲିଲା ୧୦୦୦ଟି ସଚେତନତା ଭ୍ୟାନ

0 1,349


ଭୁବନେଶ୍ୱର: ଅଏଲ ଇଣ୍ଡଷ୍ଚ୍ରିର ରାଜ୍ୟସ୍ତରୀୟ ସଂଯୋଜକ ତଥା ଇଣ୍ଡିଆନ ଅଏଲ ଓଡିଶାର ମୁଖ୍ୟ ସାଧାରଣ ପ୍ରବନ୍ଧକ ଶୁଭଜିତ ଘୋଷ ରନ୍ଧନ ତୈଳର ପୁନର୍ବ୍ୟବହାର ସଚେତନତା କାର୍ୟ୍ୟକ୍ରମ ‘ରୁକୋ’ ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ଭବନରେ ଏଲପିଜି ଡେଲିଭରୀ ଭ୍ୟାନଗୁଡିକର ଶୁଭାରମ୍ଭ କରିଛନ୍ତି । ଏହି ଅଭିଜାନ ମାଧ୍ୟମରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛ ପରିବେଶ ପ୍ରତି ଲକ୍ଷ୍ୟ ରଖାଯାଇଛି । ଭାରତ ପେଚ୍ରୋଲିୟମ(ବିପିସିଏଲ) ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ(ଏଚପିସିଏଲ) ଡେଲିଭରୀ ଭ୍ୟାନ ଗୁଡିକର ଶୁଭାରମ୍ଭ ଯଥାକ୍ରମେ ପୁରୀ ଓ କଟକଠାରେ କରିଛନ୍ତି ।
ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ତୈଳ କମ୍ପାନୀଗୁଡ଼ିକ ତରଫରୁ ଦେଶର ୧୦୦ଟି ସହରରେ ୧୦୦୦ ଟି ଭ୍ୟାନ୍ ଚଳାଯାଇଛି ।ବର୍ତ୍ତମାନ ସମୟରେ ଭାରତରେ ମାସିକ ୮୫୦ କୋଟି ଲିଟର ତୀବ୍ର ଗତି ଡିଜେଲ ବ୍ୟବହାର କରାଯାଉଛି । ଜୈବଇନ୍ଧନ ପାଇଁ ହୋଇଥିବା ଜାତୀୟ ନିୟମ ଦ୍ୱାରା ୨୦୩୦ ସୁଦ୍ଧା ଜୈବଇନ୍ଧନରୁ ୫% ଇନ୍ଧନ ତୀବ୍ର ଗତି ଡିଜେଲ ଉତ୍ପାଦନରେ ବ୍ୟବହୃତ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ପୂରଣ ପାଇଁ ପ୍ରତି ବର୍ଷ ୫୦୦ କୋଟି ଲିଟର ଜୈବଇନ୍ଧନର ଆବଶ୍ୟକତା ରହିଛି । ଭାରତରେ ବର୍ଷକୁ ୨୭୦୦ କୋଟି ଲିଟର ରନ୍ଧନ ତୈଳ ବ୍ୟବହାର କରାଯାଉଛି, ଯେଉଁଥିରୁ ୧୪୦ କୋଟି ଲିଟର ତେଲ ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଣ୍ଟିନ ଆଦିରୁ ଆଦାୟ କରାଯାଇ ପାରିବ ଏବଂ ଏଥିରୁ ବର୍ଷକୁ ପାଖାପାଖି ୧୧୦ କୋଟି ଲିଟର ଜୈବଇନ୍ଧନ ଉତ୍ପାଦନ ହୋଇପାରିବ ବୋଲି ଶ୍ରୀଯୁକ୍ତ ଘୋଷ କହିଛନ୍ତି। ଏହା ମାଧ୍ୟମରେ ଗ୍ରାହକ, ପରିବାର ଏବଂ ଫୁଡ ବିଜନେସ ଅପରେଟରମାନଙ୍କୁ ସୁସ୍ଥ ଭାରତ ଦିଗରେ ଆଗେଇବା ପାଇଁ ସଚେତନ କରାଯିବ ।

Leave A Reply

Your email address will not be published.

9 + two =