ଭୁବନେଶ୍ୱରରେ ଆନ୍ତ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0 1,049

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଆନ୍ତଃ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଅଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷାବଳ ମହାନିରୀକ୍ଷକ ତଥା ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ଆୟୋଜିତ ମାର୍ଚ୍ଚଫାଷ୍ଟରେ ଅଭିବାଦନ ଗ୍ରହଣ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ରେଳବାଇର ରେଳବାଇ ସୁରକ୍ଷାବଳ ହକି ଟିମ ଯଥା ଉତ୍ତର ରେଳପଥ (ନୂଆ ଦିଲ୍ଲୀ), ଦକ୍ଷିଣ ପୂର୍ବ ରେଳପଥ (କୋଲକାତା), ପଶ୍ଚିମ ରେଳପଥ (ମୁମ୍ବାଇ), ଉତ୍ତର ପୂର୍ବ ରେଳପାଠ (ଗୋରଖପୁର), ଦକ୍ଷିଣ ରେଳପଥ (ଚେନ୍ନାଇ), ପଶ୍ଚିମ କେନ୍ଦ୍ରୀୟ ରେଳପଥ (ଜବଲପୁର) ଏବଂ କେନ୍ଦ୍ରୀୟ ରେଳପଥ (ମୁମ୍ବାଇ) ଭାଗ ନେଇଛନ୍ତି I ୧୬ତମ ଆନ୍ତଃ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଏବଂ ଉଦଯାପନୀ ଉତ୍ସବ ଆସନ୍ତା ୧୩ ତାରିଖ ଦିନ ଅନୁଷ୍ଠିତ ହେବ I

Leave A Reply

Your email address will not be published.

two × two =