ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା

0 719

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିବସ । ହେଲେ ଫନିରେ ପୀଡିତ ହୋଇଥିବା ରାଜ୍ୟବାସୀଙ୍କ ପାଇଁ ନବୀନ ନିଜର ଜନ୍ମ ଦିବସ ପାଳନ କରିବବେ ନାହଁ ବୋଲି କହିଛନ୍ତି । ଏହି ଅବସରରେ ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ସମାଜସେବା କରିବା ସହ ଅନାଥାଶ୍ରମ ଓ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି । ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ବ୍ୟାପକ ସ୍ତରକୁ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୧୦ ହଜାର ରକ୍ତ ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ କରାଯାଇଛି । ରାଜ୍ୟରେ ଜରୁରୀ ଥିବା ୫୯ଟି ରକ୍ତ ଭଣ୍ଡାରରେ ଆବଶ୍ୟକ ପୂରଣ କରାଯିବାକୁ ଲକ୍ଷ ଧାଯ୍ୟ ହୋଇଛି । ନବୀନଙ୍କ ପଚଂମ ପାଳିରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ପ୍ରଥମ ଜନ୍ମଦିନ । ଓଡିଶା ବାସୀଙ୍କ ବିପୁଳ ସମର୍ଥନ, ଲଗାତାର ବିଜୟ, ହାର୍ଟିକ ପରେ ହାର୍ଟିକ ରଚିଥିବା ନବୀନଙ୍କୁ ଅଦ୍ୱିତୀୟ ଓ ଅପ୍ରତିଦ୍ୱନ୍ଦୀ ନେତାର ମୋହର ଲଗାଇଛି । ନିଜ ଜନତାଙ୍କ ଦୁଃଖ ସୁଖରେ ଭାଗି ହେବା ସହ ନିଜର ବ୍ୟକ୍ତିଗତ ଜୀବନକୁ ସେହିଭଳି ଗଢିବାର କଳା ରହିଛି ନବୀନଙ୍କ ନିକଟରେ । ଏହି ଗୁଣ ଅନ୍ୟ ନେତା ଓ କର୍ମୀଙ୍କ ପାଇଁ ନିଶ୍ଚୟ ଉଦାହରଣ ପାଲଟିବ । ତାଙ୍କର ନିରାଡମ୍ବରପୂର୍ଣ୍ଣ ଜୀବନ ପାଇଁ ରାଜ୍ୟରେ ଏକ ନମ୍ବର ନେତା ହୋଇପାରିଛନ୍ତି । ନବୀନ ଓଡିଆ ଭାଷା କହନ୍ତି ନାହିଁ ବୋଲି ବିରୋଧୀଙ୍କ ସମାଲୋଚନାର ଶିକାର ହୁଅନ୍ତି l ହେଲେ ୧୯ ବର୍ଷ ରାଜ୍ୟରେ ଶାସନ କରିବା ପରେ ଲୋକେ ତାଙ୍କ ଭାଷାକୁ ଯେ ଗ୍ରହଣ କରିଛନ୍ତି ତାହା ବିପୁଳ ସମର୍ଥନରୁ ଜଣାପଡେ । କେବେହେଲେ ବିରୋଧୀଙ୍କୁ ସେ କଡା ବାକ୍ୟ ଓ ସମାଲୋଚନା କରିଥିବା କାହିଁ ଜଣାପଡେନି ହେଲେ ତାଙ୍କର ସ୍ମିତହାସ୍ୟରେ ବିରୋଧୀଙ୍କ ମୁହଁ ବନ୍ଦ ହୋଇଯାଏ । ଜନ୍ମଦିନ ଅବସରରରେ ଶାନ୍ତିସେନା ନ୍ୟୁଜ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ତାଙ୍କର ସୁସ୍ଥ ଓ ଦୀର୍ଘାୟୁ ଜୀବନ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା l

Leave A Reply

Your email address will not be published.

twelve + 9 =