ଓଡ଼ିଶାରେ ଜିଓର ଜୟଯାତ୍ରା ଜାରି: ଅଗଷ୍ଟରେ ୩.୪୭ ଲକ୍ଷ ଉପଭୋକ୍ତା ଯୋଡ଼ିଲା ରିଲାଏନ୍ସ ଜିଓ

0 1,163

-ଟ୍ରାଇ ତଥ୍ୟ ଅନୁସାରେ ଅନ୍ୟ କମ୍ପାନୀଗୁଡ଼ିକ ହରାଇଛନ୍ତି ଲକ୍ଷ ଲକ୍ଷ ଉପଭୋକ୍ତା
ଭୁବନେଶ୍ୱର,୧୯ା୧୦: ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ଏହାର ଜୟଯାତ୍ରା ଜାରି ରଖିଛି । ଟେଲିକମ୍ ନିୟାମକ ଟ୍ରାଇ ରିପୋର୍ଟ ଅନୁସାରେ ଅଗଷ୍ଟରେ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୪୭ ଲକ୍ଷ ନୂଆ ଉପଭୋକ୍ତା ଯୋଡିଛି । ଏୟାର୍ଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ସମେତ ଅନ୍ୟ ଟେଲିକମ୍ ସେବା ପ୍ରଦାନକାରୀମାନେ ଏହି ସମୟରେ ଲକ୍ଷ ଲକ୍ଷ ଉପଭୋକ୍ତା ହରାଇଥିବାବେଳେ ଜିଓ ଏହାର କାୟା ବିସ୍ତାର କରିଚାଲିଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି । ଜିଓ ହେଉଛି ଏକ ମାତ୍ର କମ୍ପାନି, ଯିଏକି ଅଗଷ୍ଟରେ ରାଜ୍ୟ ତଥା ଶେଷରେ ନୂଆ ଉପଭୋକ୍ତା ଯୋଡ଼ିଛି ।
ଟ୍ରାଇ ପ୍ରଦତ୍ତ ତଥ୍ୟ ଅନୁସାରେ, ଜିଓ ଉପଭୋକ୍ତା ଯୋଡ଼ିଥିଲେ ମଧ୍ୟ ଅନ୍ୟ କମ୍ପାନୀଗୁଡ଼ିକ ବୃହତ୍ ସଂଖ୍ୟାରେ ଉପଭୋକ୍ତା ହରାଇଥିବାରୁ ଓଡ଼ିଶାରେ ମୋଟ୍‍ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ୪.୦୮ ଲକ୍ଷ ହ୍ରାସ ଘଟିଛି । ଏୟାର୍ଟେଲ ପ୍ରତିଥର ଭଳି ଏଥର ମଧ୍ୟ ଲକ୍ଷେରୁ ଊଦ୍ଧ୍ୱର୍ ଉପଭୋକ୍ତା ହରାଇଛି । ୨୦୧୯ ଅଗଷ୍ଟରେ ଏହା ୧.୧୮ ଲକ୍ଷ ଉପଭୋକ୍ତା ହରାଇଛି । ସେହିଭଳି ଭୋଡାଫୋନ୍ ଆଇଡିଆ ୧.୧୧ ଲକ୍ଷ ଉପଭୋକ୍ତା ହରାଇଥିବାବେଳେ ବିଏସ୍ଏନ୍ଏଲ୍ ୫.୨୫ ଲକ୍ଷରୁ ଊଦ୍ଧ୍ୱର୍ ଉପଭୋକ୍ତା ହରାଇଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି ।
ଅଗଷ୍ଟରେ ଜାତୀୟ ସ୍ତରରେ ମଧ୍ୟ ଜିଓ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ମାସରେ ସମଗ୍ର ଦେଶରେ ଜିଓ ୮୪.୪୫ ଲକ୍ଷ ଉପଭୋକ୍ତା ଯୋଡିଛି । େଽଶର ଏକମାତ୍ର ଟେଲିକମ୍ କମ୍ପାନି ଭାବେ ଏହା ଆଲୋଚ୍ୟ ମାସରେ ଉପଭୋକ୍ତା ଯୋଡ଼ିଛି । ଅନ୍ୟ ଟେଲିକମ୍ କମ୍ପାନି ମଧ୍ୟରେ ଭୋଡାଫୋନ୍ ଆଇଡିଆ ୪୯.୫୬ ଲକ୍ଷରୁ ଊଦ୍ଧ୍ୱର୍ ଉପଭୋକ୍ତା ହରାଇଥିବାବେଳେ ଏୟାର୍ଟେଲ ଏବଂ ବିଏସ୍ଏନ୍ଏଲ୍ ମଧ୍ୟ ଲକ୍ଷାଧିକ ଉପଭୋକ୍ତା ହରାଇଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି ।
ପ୍ରକାଶଯୋଗ୍ୟ, ରିଲାଏନ୍ସ ଜିଓ ୨୦୧୮-୧୯ ଆର୍ଥିକବର୍ଷର ପ୍ରତି ମାସରେ ଓଡ଼ିଶାରେ ସର୍ବାଧିକ ଉପଭୋକ୍ତା ଯୋଡ଼ି ସବୁଠାରୁ ପସନ୍ଦଯୋଗ୍ୟ ସେବା ପ୍ରଦାନକାରୀର ମାନ୍ୟତା ବଜାୟ ରଖିଛି । ଓଡ଼ିଶା ବଜାରରେ ସେବା ପ୍ରଦାନ କରିବାର ୩ ବର୍ଷ ମଧ୍ୟରେ ଏହା ୨୦୧୯ ଜୁନ୍ରେ ୧ କୋଟି ଉପଭୋକ୍ତା ହାସଲ କରିବାର ମାଇଲଖୁଣ୍ଟ ଅତିକ୍ରମ କରିଛି । ସମ୍ପୂର୍ଣ୍ଣ ୪ଜି ନେଟ୍ୱର୍କ, ୪ଜି ନେଟ୍ୱର୍କ କଭରେଜ୍ର ଦ୍ରୁତ ସମ୍ପ୍ରସାରଣ ଏବଂ ବହୁ ଲୋକପ୍ରିୟ ତଥା ପକେଟ୍କୁ ସୁହାଉଥିବା ଜିଓଫୋନ୍ ଜରିଆରେ ଏହା ପ୍ରତିମାସ ବୃହତ୍ ସଂଖ୍ୟାରେ ଉପଭୋକ୍ତା ଯୋଡ଼ିଚାଲିଛି ।
ପ୍ର୍ରକାଶଯୋଗ୍ୟ, ଜିଓ ଇତିମଧ୍ୟରେ ଜିଓଫୋନ୍ ଦିୱାଲି ୨୦୧୯ ଅଫର ଆଣିଛି । ଏହି ଅଫର ଜରିଆରେ ୪ଜି ସମର୍ଥିତ ଜିଓଫୋନ୍ ମାତ୍ର ୬୯୯ ଟଙ୍କାରେ ଉପଲବ୍ଧ ଏବଂ ପରବର୍ତ୍ତୀ ରିଚାର୍ଜଗୁଡିକରେ ଏଥିରେ ଅତିରିକ୍ତ ମାଗଣା ଡାଟା ମିଳିବ ।

Leave A Reply

Your email address will not be published.

1 × 4 =