ଏସଭିଏମ କଲେଜ ଦୁର୍ନୀତିରେ ନୂଆ ମୋଡ଼ : ତିର୍ତ୍ତୋଲ ବିଧାୟକଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ

0 1,039

ତିର୍ତ୍ତୋଲ : ଏସଭିଏମ କଲେଜ ନାମଲେଖା ଦୁର୍ନୀତିରେ ନୂଆ ମୋଡ଼ ଆସିଛି l ଏଥିପାଇଁ ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଉପରକୁ ଅଙ୍ଗୁଳି ନିର୍ଦେଶ କରାଯାଇଛି l ବିଜୁ ଜନତା ଦଳ ନାମରେ ଖୋଲାଯାଇଥିବା ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏସଭିଏମ କଲେଜ ନାମଲେଖା ଦୁର୍ନୀତିର ବିଭିନ୍ନ ଖବର କାଗଜ କଟିଂ ସହ ବିଷ୍ଣୁଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦିଆଯାଇଛି l ଫେସବୁକ ଜରିଆରେ ‘ବିଜୁ ଜନତା ଦଳ’ ର ଏକ ଆକାଉଣ୍ଟ ଖୋଲାହୋଇ ଚାଲିଛି ନବୀନ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ର ପ୍ରଚାର l କିନ୍ତୁ ଏହି ଆଇଡି ରେ ନବୀନ ପଟ୍ଟନାୟକ ଓ ଜଗତସିଂହପୁର ସାଂସଦ ଙ୍କ ପ୍ରଚାର ଚାଲିଥିବା ବେଳେ ବିଜେଡି ଦଳର ତିର୍ତ୍ତଲ ବିଧାୟକ ବିଷ୍ଣୁ ଦାସଙ୍କ ନାମରେ ବିଭିନ୍ନ ପ୍ରକାର ଆପତ୍ତି ଜନକ ଖବର ପୋଷ୍ଟ କୁ ନେଇ ଏବେ ଜିଲ୍ଲା ରାଜନୀତି ସରଗରମ ହୋଇଛି । ଏହି ଆଇଡ଼ି ର ପ୍ରୋଫାଇଲ ଫୋଟ ରହିଛନ୍ତି ଜଗତସିଂହପୁର ଜିଲ୍ଲାର ଜଣେ ମନ୍ତ୍ରୀ,ଜିଲ୍ଲା ସଭାପତି, ପାରାଦ୍ୱୀପ ବିଧାୟକ ଏବଂ ସାଂସଦ l କଭର ଫୋଟରେ ରହିଛି ଜଗତସିଂହପୁର ସାଂସଦଙ୍କ ଫୋଟ l ଏହି ଆଇଡ଼ି ଜଗତସିଂହପୁର ଜିଲ୍ଲାରେ ଚାଲୁଥିବା ଅନୁମାନ କରାଯାଉଛି । ଏହା ନେତାଙ୍କ ଜାଣତରେ ବିଷ୍ଣୁଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ନୁହେଁ ତ ? ଦଳର ସୁପ୍ରିମୋ ଏଠି ସରକାରଙ୍କ ଜନାହିତକର କାର୍ଯ୍ୟକ୍ରମକୁ ସୋସିଆଲ ମେଡିଆ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁମନ୍ତ୍ର ଦେଉଥିବା ବେଳେ ଏହି ବିଜୁ ଜନତା ଦଳ ଆକାଉଣ୍ଟ ରେ ଚାଲିଛି ବିଜୁ ଜନତା ଦଳର ବିଧାୟକଙ୍କ ନାମରେ ଅପପ୍ରଚାର । ଏଠି ବିଜୁ ବାବୁଙ୍କ ନାମରେ ଚାଲିଥିବା ଦଳ ଏବେ ଭାଗ ଭାଗ ହୋଇଛି । ଏହି ବିଷୟରେ ଜାଣିବାକୁ ଜିଲ୍ଲା ବିଜେଡି ସଭାପତିଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ଯୁବ ବିଜେଡି ସମ୍ପାଦକ ରଶ୍ମି ରଂଜନ ଚୌଧୁରୀଙ୍କୁ ଏହି ବିଷୟରେ ପଚାରିବାରୁ ସେ କହିଥିଲେ ଏହି ବିଷୟରେ ମୋ ନଜର ରେ ନାହିଁ। ଆମର ବିଜୁ ଜନତା ଦଳର ଫେସବୁକରେ ସ୍ୱତନ୍ତ୍ର ପେଜ ରାଜ୍ୟ,ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀର ରହିଛି । ଆମ ଦଳରେ ସମସ୍ତେ ଏକାଠି l ଏହା ବିରୋଧୀ ଦଳର ଏହା ଏକ ଚାଲ । ଯଦି ଏମିତି କେହି ବିଜେଡି ନାମରେ ଫେକ ଆଇଡ଼ି ବାହାର କରି ଦଳକୁ ବଦନାମ କରିବାକୁ ଚେଷ୍ଟା କରୁଥିବ, ତାହାଲେ ତାଙ୍କ ଉପରେ ଦଳ ତରଫରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ଦେଖାଯାଉ ଏଠି ବିଜୁ ଜନତା ଦଳ ଭିତରେ ଥିବା ଦଳୀୟ କନ୍ଦଳ ଆଗକୁ କେତେବାଟ ଯାଉଛି ।

Leave A Reply

Your email address will not be published.

13 − five =