ନୂଆ ଢଙ୍ଗରେ ପଦଯାତ୍ରା ଉଦଯାପିତ କଲେ ବିଷ୍ଣୁ

0 1,133

ସ୍ୱୟଂ ସହାୟିକା ଗୋଷ୍ଠୀ ସହ ସୁଖଦୁଃଖ ହେଲେ

ତିର୍ତ୍ତୋଲ /ରଘୁନାଥପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଥିଲା ଉଦଯାପିତ ଦିବସl ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଛ ପ୍ରଦାନ କରିବା ପରେ ତିର୍ତ୍ତଲ ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ରଘୁନାଥପୁର ବ୍ଲକର ରେଢୁଆ ପଞ୍ଚାୟତରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ଜନସମ୍ପର୍କ ପଦଯାତ୍ରା ପ୍ରାୟ ୨୦୦୦ କର୍ମୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । କିନ୍ତୁ ତା ଭିତରେ ଥିଲା କିଛି ଅଲଗା ପଦଯାତ୍ରା l କିଛି ସମୟ ଚାଲିବା ପରେ ସେହି ଗ୍ରାମର ବାଟରେ ଦେଖିଲେ କିଛି ମହିଳା ଗୃପ ଗୋଟେ ଜାଗାରେ ବସି କିଛି ମିଟିଂ ର ଆୟୋଜନ କରୁଥିଲେ ବିଧାୟକ ସେମାନଙ୍କୁ ଡ଼ାକି ବେଶ କିଛି ସମୟ ତାଙ୍କ ପାଖରେ କାଟିଥିଲେ ଏବଂ ତାଙ୍କର ଏହି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା କେତେ କାମ କରୁଛନ୍ତି ,କେତେ ଲାଭ ପାଉଛନ୍ତି ଏବଂ ଆଉ କଣ କଲେ ମହିଳାମାନେ ଆହୁରି ଅଧିକ ଲାଭବାନ ହୋଇପାରିବେ ଏସବୁକୁ ଟିକି ନିଖି କରି ବୁଝିଥିଲେ ଏବଂ ତାଙ୍କ ସହାୟକଙ୍କ ଦ୍ୱାରା ତାଙ୍କ ରେକଡ଼ ଖାତାରେ ଲେଖିଥିଲେ ମହିଳା ମାନଙ୍କର ବିଭିନ୍ନ ମତ l ବିଧାୟକଙ୍କ ପ୍ରତିଶୃତି ଦେବାସହ ନବୀନଙ୍କ କିଛି କାହାଣୀ ବଖାଣିଥିଲେ ତାଙ୍କ ପାଖରେ ବିଷ୍ଣୁ । ଏବଂ ତାପରେ ଆଶ୍ଚର୍ଯ୍ୟ ର କଥା ଏପରି ହୋଇଥିଲାଯେ ସେହି ଗ୍ରାମର ପଞ୍ଚାୟତର ଶତାଧିକ ମହିଳାଙ୍କୁ ତାଙ୍କ ସଦସ୍ୟ ମାନେ ଫୋନ ଯୋଗେ ଡ଼ାକି ପଦଯାତ୍ରାରେ ସାମିଲହେବା ଘଟଣା ଏବେ ରଘୁନାଥପୁର ବ୍ଲକ ରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ବିଜୁ ଜନତା ଦଳର ତୃଣମୂଳ ସ୍ତରର ବହୁ କର୍ମୀ ଯଥା ଯୁବ, ଛାତ୍ର, ମହିଳା ଏବଂ କୃଷକ ଉପସ୍ଥିତ ରହି ଏହି ପଦଯାତ୍ରାକୁ ସଫଳ କରିଥିଲେ।

Leave A Reply

Your email address will not be published.

2 × 2 =