ଆୟର୍ଲାଣ୍ଡ୍ ଓ ଅଷ୍ଟ୍ରେଲିଆରେ ଦିୱାଲି ଧୂମ୍: ଧମାଲ୍ କଲେ ଓଡ଼ିଆ ଝିଅ ବାଗ୍ମୀ ଓ ଅଭିପ୍ସା

0 1,895

ଭୁବନେଶ୍ୱର: ଦୀପାବଳି ଅବସରରେ ଅଷ୍ଟ୍ରେଲିଆରେ କଥକ ନୃତ୍ୟ ପରିବେଷଣ କରି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରସାର କରିଛନ୍ତି ଓଡ଼ିଶାର କୁନି ଝିଅ ଅଭିପ୍ସା । ଏଥିପାଇଁ ଆୟୋଜିତ ଏକ ନୃତ୍ୟ ପ୍ରତିଯୋଗିତାରେ ସେ ବିଜେତା ହୋଇଛନ୍ତି । ମେଲବୋର୍ଣ୍ଣର ଫିଲାଣ୍ଡର ଷ୍ଟ୍ରିଟ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦ ବର୍ଷରୁ କମ୍ ଏକକ ନୃତ୍ୟ ବର୍ଗରେ ସେ ବିଜେତା ହୋଇଛନ୍ତି । ଏଥିପାଇଁ ଅଷ୍ଟ୍ରେଲିଆରେ ଅବସ୍ଥାପିତ ପ୍ରବାସୀ ଭାରତୀୟଙ୍କ ତରଫରୁ ଅଭିପ୍ସାଙ୍କୁ ବେଶ୍ ପ୍ରଶଂସା କରାଯାଇଛି । ଅଭିପ୍ସାଙ୍କ ଘର ବାଲେଶ୍ୱରରେ । ମାଆ ଅଞ୍ଜନା ମହାପାତ୍ର ଓ ବାପା ବିଧୂଭୂଷଣ ମହାପାତ୍ର ଅଷ୍ଟ୍ରେଲିଆରେ କମ୍ପୁ୍ୟଟର୍ ଇଞ୍ଜିନିୟର୍ ଭାବେ କାର୍ଯ୍ୟରତ । ବାପା ବିଧୁଭୂଷଣ ଦିଲ୍ଲୀରେ କାର୍ଯ୍ୟରତ ଥିଲା ବେଳେ ଅଭିପ୍ସା କଥକ ଶିଖିଥିଲେ । ପରବର୍ତ୍ତୀ ସମୟରେ ଅଭିପ୍ସାଙ୍କ ପରିବାର ଅଷ୍ଟ୍ରେଲିଆ ଚାଲିଗଲା ପରେ ସେଠାରେ ମଧ୍ୟ ସେ ନୃତ୍ୟ ପରିବେଷଣ ଜାରି ରଖିଛନ୍ତି । ଅଷ୍ଟ୍ରେଲିଆରେ ଆୟୋଜିତ ହେଉଥିବା ପ୍ରବାସୀ ଓଡ଼ିଆମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିପ୍ସା କଥକ ପରିବେଷଣ କରି ବେଶ୍ ଲୋକପ୍ରିୟ ହୋଇଛନ୍ତି । ଆସନ୍ତା ଦିନରେ ତାଙ୍କର ଓଡ଼ିଶୀ ନୃତ୍ୟ ଶିଖିବାର ଇଚ୍ଛା ରହିଛି ବୋଲି ଅଭିପ୍ସା କହିଛନ୍ତି ।

ପୁରସ୍କାର ଗ୍ରହଣ କରୁଛନ୍ତି ଅଭିପ୍ସା

ସେହିପରି ଆୟର୍ଲାଣ୍ଡରେ ପ୍ରବାସୀ ଭାରତୀୟଙ୍କ ତରଫରୁ ଆୟୋଜିତ ଦୀପାବଳି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ମନ ମୋହିଛନ୍ତି ବାଗ୍ମୀ ପ୍ରଜ୍ଞା ଜୟସିଂହ । ଓଡ଼ିଶୀରେ ଥିବା ସମୟରେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିବା ବାଗ୍ମୀ ବିବାହ କରି ଆୟର୍ଲାଣ୍ଡ୍ରେ ଅବସ୍ଥାପିତ ହେଲା ପରେ ମଧ୍ୟ ସେଠାରେ ଓଡ଼ିଶୀ ନୃତ୍ୟର ପରିବେଷଣ ଜାରି ରଖିଛନ୍ତି ।

Leave A Reply

Your email address will not be published.

4 × 1 =