ବାହୁଡ଼ିଲେ ଦାମ: ପୁରୁଣା କର୍ମୀଙ୍କ ସହ ଆଲୋଚନା

0 766


କୁଜଙ୍ଗ(ରଂଜିତ କୁମାର ପଣ୍ଡା): ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପର ପୂର୍ବତନ ବିଧାୟକ ବରିଷ୍ଠ ନେତା ଡା. ଦାମୋଦର ରାଉତ ସୋମବାର ପ୍ରଥମ ଥର କୁଜଙ୍ଗ ଗସ୍ତ କରିଥିବା ଜଣାପଡ଼ିଛି । କୁଜଙ୍ଗ ପଂଚାୟତ କାର୍ଯ୍ୟାଳୟରେ ଅପରାହ୍ନରେ ଉପସ୍ଥିତ ହୋଇ କର୍ମୀମାନଙ୍କୁ ସାକ୍ଷାତ କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କିଛି ଦିନ ପାଇଁ ହେଲେ ମଧ୍ୟ କର୍ମୀମାନଙ୍କୁ ଛାଡ଼ି ଅନ୍ୟ ଦଳକୁ ଚାଲି ଯାଇଥିବାବେଳେ ଆଜି ପୁଣି ସେମାନଙ୍କୁ ନିକଟକୁ ପ୍ରତ୍ୟାବର୍ତନ କରିଥିବାରୁ କର୍ମୀମାନେ ଖୁସି ଜାହିର କରିଥିଲେ । ଆଗାମୀ ଦିନରେ କର୍ମୀମାନେ ତାଙ୍କ ସହଯୋଗରେ ତଥା ପରାମର୍ଶରେ ବିଭିନ୍ନ ଦଳୀୟ ତଥା ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, କୁଜଙ୍ଗ ସରପଂଚ ଭାରତଭୂଷଣ ନାୟକ, ବରିଷ୍ଠ ବିଜେଡି ନେତା ଶିଶିର କୁମାର ସାମଲ, ଶୁଭ୍ରକାନ୍ତ ସାମନ୍ତରାୟ, ବିଜୟ କୁମାର ଖଟେଇ, ନିକୁଞ୍ଜ କିଶୋର ଚୋଧୁରୀ, ପ୍ରେମାନନ୍ଦ ସ୍ୱାଇଁ , ପୂର୍ବତନ ସରପଂଚ ବସନ୍ତ କୁମାର ସେଠୀ, ସୁବ୍ରତ ଦାଶ, ରଂଜିତ କୁମାର ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − twelve =