କଳିଙ୍ଗ ବାଲିଯାତ୍ରା ଟେଣ୍ଡରକୁ ନେଇ ବିଜେପି- ବିଜେଡିି ମୁହାଁମୁହିଁ :୬ ଆହତ

0 629

ପାରାଦୀପ(ଦୀପ୍ତିରଂଜନ ଦାସ): ପାରାଦୀପ ବିଜେପି ପକ୍ଷରୁ ଦୀର୍ଘ ୪ଦିନ ହେବ କଳିଙ୍ଗ ବାଲିଯାତ୍ରା ଟେଣ୍ଡରରେ ହେଇଥିବା ଦୁର୍ନୀତି ସମ୍ପର୍କରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଉଦେ୍ଧଶ୍ୟରେ ପାରାଦ୍ୱୀପ ପୌରପାଳିକା ତରଫରୁ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲୁଅଛି । ଏ ସଙ୍କ୍ରାନ୍ତରେ ସ୍ଥାନୀୟ ବାଜପେୟୀ ଟ୍ରଷ୍ଟଠାରେ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମ୍ପଦ ସ୍ୱାଇଁ ଓ ବିଭୁପ୍ରସାଦ ତରାଇ ଶାସକ ଦଳ ପ୍ରତି ପ୍ରଶାସନର ଅନୁକମ୍ପା ବିରୋଧରେ ପ୍ରତିବାଦ କରିଛନ୍ତି । ବିଜେପି ପକ୍ଷରୁ ପୌରପାଳିକା ବିରୋଧରେ ମହାଦୁର୍ନିତୀ ଆନେ୍ଦାଳନ ଚାଲିଥିଲାବେଳେ ସେମାବାର ଦିନ ବିଜେଡି ଦଳର ପାରିଷଦ ଓ ସେମାନଙ୍କ ବହୁ ସମର୍ଥକ ପୌରପରିଷଦର ପ୍ରଗତିର ବାର୍ତ୍ତା ନେଇ ପୌର କାର୍ଯ୍ୟାଳୟ ସମ୍ମୁଖରେ ସଚେତନତା ସଭା କରିଥିଲେ । ଯାହା ଫଳରେ ସେଠାରେ ବିଜେପି ଓ ବିଜେଡି କର୍ମିଙ୍କ ମଧ୍ୟରେ ମୁହାଁମୁହିଁ ଓ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୋଲିସ ପ୍ରଶାସନ ଉପସ୍ଥିତି ବୃଦ୍ଧି ଓ ଦୃଢ କାର୍ଯ୍ୟାନୁଷ୍ଠାନ ଫଳରେ ଏପରି ଉତ୍ତେଜନା ମୂଳକ ପରିସ୍ଥିତିକୁ ଟାଳି ଦିଆଯାଇପାରିଥିଲା । ଟେକା ପଥର ଓ ବୋତଲ ମାଡରେ ଉଭୟ ପକ୍ଷର ୬ରୁ ଉର୍ଦ୍ଧ ବ୍ୟକ୍ତି ଆହାତ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଏ ମର୍ମରେ ପାରାଦ୍ୱୀପ ବିଜେପି ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ଜଣାଯାଉଛି ଯେ ପାରାଦ୍ୱୀପ ପୌରପାଳିକା ସାଧାରଣ ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରି ସ୍ୱଚ୍ଛତା, ପରିମଳ ଓ ସେବା, ରାସ୍ତାଘାଟ, ଡ୍ରେନ୍, ପାନୀୟ ଜଳ, ବିଦୁ୍ୟତ୍ ଆଲୋକ, ଗୋଷ୍ଠୀ ଶୌଚାଳୟ, ଗୋଷ୍ଠୀ, ଗୃହ, ବେଳାଭୂମୀ ସୌନ୍ଦର୍ଯ୍ୟକରଣ, ବିଜ୍ଞାନ ପାର୍କ, ବିଭିନ୍ନ ପାର୍କ, ଶିଶୁ କି୍ରଡା ଉପକରଣ ସ୍ଥାପନ, ମଧୁବାବୁ ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୃର୍ତ୍ତି ସ୍ଥାପନା ଆହାର କେନ୍ଦ୍ର, ଆଶ୍ରୟ କେନ୍ଦ୍ର ପ୍ରଭୃତି ବିଭିନ୍ନ ସେବା ଓ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରି ଉନ୍ନତିର ଚରମ ସ୍ଥାନରେ ପହଁଞ୍ଚôଛି । ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ବିଶେଷ କାର୍ଯ୍ୟକ୍ରମ ପାଇଁ ସ୍ୱଚ୍ଛ ସର୍ବେକ୍ଷଣରେ ରାଷ୍ଟ୍ରପତିଙ୍କ ଠାରୁ ପାରାଦ୍ୱୀପ ପୌର ପାଳିକା ପୁରସ୍କୃତ ହୋଇଛି । ତେବେ ପାରାଦ୍ୱୀପର ଏହି ପ୍ରଗତି ଓ ବିକାଶରେ କିଛି ନୀଳବର୍ଣ୍ଣ ଶୃଗାଳ ରୂପ ଧରି ବିଜେପି ହୋଇଥିବା ଲାଭଖୋର ଠିକାଦାର, ରୋଜଭ୍ୟାଲି ଚିଟ୍ଫଣ୍ଡ ଠକ, ପାଞ୍ଚବର୍ଷରେ ଥରେ ଦଳ ବଦଳ କରୁଥିବା ଆଦର୍ଶହୀନ ନେତା, କୁଜିଗୁଣ୍ଡା, ଯେଉଁମାନେ ନିଜ ସ୍ୱାର୍ଥ କଥା ଚିନ୍ତା କରନ୍ତି, ତାଙ୍କୁ ଏହି ମହାପ୍ରଗତି ହଜମ ହେଉନାହିଁ । ଆଇଓସିଏଲ ଓ ପାରାଦ୍ୱୀପ ପୋର୍ଟକୁ କେନ୍ଦ୍ର ସରକାରଙ୍କ ପ୍ରଭାବ ଜାହିର କରି ପାଞ୍ଚବର୍ଷରେ ନିଜ ବ୍ୟବସାୟକୁ ୫୦୦ ଗୁଣା ବୃଦ୍ଧି କରିଥିବା ବାପ ପୁଅ ଦଳ ପାରାଦ୍ୱୀପ ପୌରପାଳିକା ବାବଦରେ ଅପପ୍ରଚାର କରି କଳିଙ୍ଗ ବାଲିଯାତ୍ରା ଓ ପୌରପାଳିକାକୁ ବଦନାମ କରୁଥିବାର ଅପଚେଷ୍ଟା କରୁଛନ୍ତି ବୋଲି ବିଜେଡି ଦଳ ପକ୍ଷରୁ କୁହାଯାଇଛି । କଳିଙ୍ଗ ବାଲିଯାତ୍ରାର କିିଛି ଛୋଟ ଘଟଣାକୁ କେନ୍ଦ୍ରକରି ପୌରପାଳିକା କାର୍ଯ୍ୟାଳୟ ସାମ୍ନାରେ ପାରାଦ୍ୱୀପ ବାହାରୁ କିଛି ଲୋକଙ୍କୁ ଭଡାରେ ଆଣି ଡ୍ରାମା କରୁଛନ୍ତି । କଳିଙ୍ଗ ବାଲିଯାତ୍ରା ପାରାଦ୍ୱୀପ ପୌରପାଳିକାର ନୁହେଁ । ଏହା ଜିଲ୍ଲା ପ୍ରଶାସନର କାର୍ଯ୍ୟ । ପୌରପାଳିକା କେବଳ ଆବଶ୍ୟକତା ଭିର୍ତ୍ତିଭୂମି ଓ ପରିଚାଳନାଗତ ସହାୟତା ପ୍ରଦାନ କରିଥାଏ । ଜିଲ୍ଲାପାଳଙ୍କ ନେତୃତ୍ୱରେ ପାରାଦ୍ୱୀପର ୧୨୦ଜଣ ବିଭିନ୍ନ ବର୍ଗର ଯଥା ନିର୍ବାଚିତ ପ୍ରତିନିଧି । ସରକାରୀ ପଦାଧିକାରୀ, ସାମ୍ବାଦିକ ବନ୍ଧୁ, ବରିଷ୍ଠ ବ୍ୟକ୍ତିମାନଙ୍କ ବ୍ୟତିତ ପାରାଦ୍ୱୀପ ବନ୍ଦର, ଆଇଓସିଏଲ, ଇଫକୋ, ପିପିଏଲ ପ୍ରଭୃତି ସମସ୍ତ ଛୋଟ ବଡ ଶିଳ୍ପାନୁଷ୍ଠାନମାନେ ଏହି ବାଲିଯାତ୍ରା କମିଟିର ସଭ୍ୟ ଅଛନ୍ତି । ଏପରି ଧାରଣାରେ ଆଗଧାଡିରେ ବସିଥିବା ସମ୍ପଦ ସ୍ୱାଇଁଙ୍କ ପିତା ନିର୍ମଳ ସ୍ୱାଇଁ, ପୂର୍ବତ୍ତନ ସାଂସଦ ବିଭୂପ୍ରସାଦ ତରାଇ ଓ ଅନେକ ଏଥିରେ ଅଛନ୍ତି । ତେବେ ଓଡିଶାର ଅନ୍ୟ ଏକ ମହାନ ଗଣପର୍ବ କଳିଙ୍ଗ ବାଲିଯାତ୍ରା ଐତିହ ସମ୍ପର୍ଣ୍ଣ ସାଂସ୍କୃତି କାର୍ଯ୍ୟକ୍ରମକୁ ବିଜେପି ଦଳ ହିନ ରାଜନୈତିକ ଚକ୍ରାନ୍ତ କରି ବନ୍ଦ କରିବାକୁ ଚାହୁଁଛି ଏବଂ ସେମାନେ ଏଥିରେ ବିଫଳ ହେବେ ଏବଂ ଆଜି ଏହି ମହାପ୍ରଗତି ସମାବେଶରେ ଦଳୀୟ ଓ ସାଧାରଣ ଜନତାଙ୍କ ଉପସ୍ଥିତି ପାରାଦ୍ୱୀପ ପୌରପାଳିକା ଉନ୍ନତି ଓ ବିକାଶର ବାର୍ତ୍ତା ବହନ ସହିତ ଭାରତୀୟ ଯାତ୍ରା ଦଳ ବା ବିଜେପି ର ଅସଲ ମୁଖା ଖୋଲିଯାଉଛି ବୋଲି ପାରାଦ୍ୱୀପ ବିଜୁ ଜନତା ଦଳ ସଭାପତି ସୁମନ୍ତ ବିଶ୍ୱାଳ ଓ ସମ୍ପାଦକ ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଏକ ପ୍ରେସ୍ ବିଞପ୍ତିରେ ଜଣାଇଛନ୍ତି । କଳିଙ୍ଗ ବାଲିଯାତ୍ରା ପରି ଏକ ସାଂସ୍କୃତିକ ମହୋତ୍ସବକୁ ନେଇ ହେଉଥିବା ବିବାଦକୁ ବିରୋଧ କରିଛନ୍ତି ପାରାଦ୍ୱୀପର କିଛି ଅନୁଷ୍ଠାନ । ପାରାଦ୍ୱୀପ ନାଗରିକ ମଞ୍ଚ, ଆହ୍ୱାନ କମ୍ବାଇନ୍ସ, ସାଗର କ୍ଳବ, ସମ୍ରାଟ କ୍ଳବ, ବାଲିଝରା ଯୁବ ବିକାଶ ପରିଷଦ, ପାରାଦ୍ୱୀପ ନାଟ୍ୟକାର ମଞ୍ଚ ପ୍ରଭୃତି ଗଣ ଅନୁଷ୍ଠାନ କଳିଙ୍ଗ ବାଲିଯାତ୍ରା କାର୍ଯ୍ୟକ୍ର୍ରମରେ ବାଧ୍ୟା କିମ୍ବା ଦ୍ୱନ୍ଦ ନ ଉପୁଯେଇବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

nineteen − 9 =