ପରକୀୟା ପ୍ରୀତି ନା ପାରିବାରିକ କଳହ : ଅକାରଣରେ ଗଲା ଦୁଇଟି ଜୀବନ

0 823


ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇଟି ମୃତ ଦେହ ଦେଖିବାକୁ ମିଳିଥିଲା । ତରଜଙ୍ଗା ପଂଚାୟତର ବାଲିପାଟଣା ଗ୍ରାମର ଅକ୍ଷୟ ସାମଲଙ୍କ ସ୍ତ୍ରୀ କବିତା ସାମଲ(୩୮) ଗୁରୁବାର ମଧ୍ୟାହ୍ନରେ ପାରିବାରିକ କଳହ, ସାଇପଡ଼ିଶାଙ୍କ ଟାହିଟାପରା ସହ୍ୟ କରିନପାରି ଆତ୍ମହତ୍ୟା କରିବା ଉଦେ୍ଧଶ୍ୟରେ ବେକରେ ଦଉଡ଼ି ଲଗାଇ ଦେଇଥିଲେ । ସେହି ଗ୍ରାମର ରବିନ୍ଦ୍ର ମଲ୍ଲିକଙ୍କ ପୁଅ ବୁଲୁ ମଲ୍ଲିକ(୨୫) ବର୍ଷ ଯେ କି କବିତାର ଧର୍ମଭାଇ ବୋଲି ସ୍ୱାମୀ ଅକ୍ଷୟ ସାମଲ କୁହନ୍ତି । ମଧ୍ୟାହ୍ନରେ କବିତାଙ୍କ ସ୍ୱାମୀ ରାଜମିସ୍ତ୍ରୀ କାମ କରିବାପାଇଁ ବାହାରକୁ ଯାଇଥିବାବେଳେ ବୁଲୁ ତାଙ୍କ ଘରକୁ ଆସିଥିଲା । ଏହି ସମୟରେ ବୁଲୁ ଓ କବିତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିବାକୁ ନେଇ ସାହିପଡ଼ିଶା ଲୋକ ବିଭିନ୍ନ ଟାହିଟାପରା କରିଥିଲେ । ଯାହାକୁ ନେଇ କବିତା ସହ୍ୟ କରିନପାରି ବେକରେ ଦୌଡ଼ିଦେଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା । ଘଟଣାସ୍ଥଳରୁ ପରିବାର ଲୋକେ ଓ ବୁଲୁ କବିତାଙ୍କୁ ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସôପାଇଁ ନେଇଆସିଥିଲେ । ସେଠାରେ ଡ଼ାକ୍ତର କବିତାର ମୃତୁ୍ୟ ଘୋଷଣା କରିଥିଲେ । ଏହି ଘଟଣାରେ ଅତ୍ୟନ୍ତ ମି୍ରୟମାଣ ହୋଇପଡ଼ି ବୁଲୁ ମେଡ଼ିକାଲ କରିସରରେ ଥିବା ଷ୍ଟାଫ କ୍ୱାଟର କାନ୍ଥରେ ଲାଗିଥିବା ଏକ ଲୁହାର ଲାଇଟ୍ ଷ୍ଟାଣ୍ଡରେ ନିଜ ଗାମୁଛାରେ ବେକରେ ଲଗାଇ ଝୁଲିପଡ଼ିଥିଲେ । ଘଟଣା ପ୍ରଘଟ ହେବା ସଙ୍ଗେ ସଙ୍ଗେ ମେଡ଼ିକାଲ ପରିସରରେ ତିର୍ତୋଲ ପୋଲିସ ଓ ସ୍ଥାନୀୟ ଅତିରିକ୍ତ ତହସିଲଦାର ମୃଣାଳିନୀ ମହାନ୍ତି ପହଂଚି ଦୁଇଟି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିସôାଳୟକୁ ପଠାଇଥିଲେ । ତିର୍ତୋଲ ଥାନାରେ ଦୁଇଟି ଅପମୃତୁ୍ୟ ମାମଲା ନଂ ୧୯, ୨୦/୨୦୧୯ ରୁଜୁ କରାଯାଇଛି । ଏହି ଘଟଣା ପରକୀୟା ପ୍ରୀତି ପାଇଁ ଘଟିଥିବା ସ୍ଥାନୀୟ ଅଂଚଳରେ ମଧ୍ୟ ଆଲୋଚନା ହେଉଛି ।

Leave A Reply

Your email address will not be published.

four × 2 =