ମାଉଣ୍ଟ ଲେଟେରା ଜି ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ

0 720

ଭୁବନେଶ୍ୱର : ମାଉଣ୍ଟ ଲେଟେରା ଜି ସ୍କୁଲ କଣ୍ଟାବାଡ଼ ଭୁବନେଶ୍ୱର ଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ସତୁରି ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଡ଼ଃ ସୂର୍ଯ୍ୟମଣି ବେହେରା ଯୋଗ ଦେଇ ଏହି ମେଳାକୁ ଉଦଘାଟିତ କରିଥିଲେ।
ବିଶିଷ୍ଟ ଅତିଥି କିଟ ବିଶ୍ୱବିଦ୍ୟାଳୟର ଡ଼ଃ ଏସ କେ ପରାସର , ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ଼ଃ ସାଗର ମିଶ୍ରଙ୍କର ଅଭିଭାଷଣ ବେଶ ଉଚ୍ଚକୋଟିର ଥିଲା l ବିଜ୍ଞାନ ଭିତିକ ଉପଦେଶ ପିଲାମାନଙ୍କୁ ଊତ୍ସହିତ କରିଥିଲା। ଅନୁଷ୍ଠାନର ଅଧକ୍ଷା ଡ଼ଃ ମଧୁସ୍ମିତା ମହାନ୍ତି, ଚେୟାରମ୍ୟାନ ମଧୁସ୍ମିତା ଜେନା ଏବଂ ଏଥିରେ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଭାଗ୍ୟଲଷ୍ମୀ ମହାନ୍ତି, ନିଲୋଫର ଏକବାଲ, ସେହେନାଜ,ଅର୍ପିତା ପରିଡା,ବିନ୍ଦୁ ପ୍ରଭା ହୋତା,ପ୍ରଭାତୀ ଜେନା,ଶୁଭଶ୍ରୀ ମିଶ୍ର, ସଞ୍ଜିତା ପଟ୍ଟନାୟକ, ପ୍ରଖରଲାଲ,ରଞ୍ଜିତା ପରିଜା, ସଚିନ ଜେନା, ଶୁସମା କୁଜୁର,ଆକାଶ ସାମଲ ଏବଂ ପରେସ ସାହୁ ଉପସ୍ଥିତ ରହି ବିଜ୍ଞାନ ମେଳାକୁ ଆଗେଇ ନେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ନିଲୋଫର ଶର୍ମିନ। ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିନ୍ଦୁ ପ୍ରଭା ହୋତା।

Leave A Reply

Your email address will not be published.

eight + twelve =