ପିଏମ୍ଆଇଆର୍ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ : ପ୍ଳାଟିନମ୍ ଜୁବୁଲି ପରେ ସଫା କଲେ ପଡ଼ିଆ

0 679


ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ନିଜ ବିଭାଗର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନ ରେ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ କ୍ରୀଡା ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ ।
ପ୍ରକାଶ ଥାଉ କି ଏହି ପରିସର ରେ ଗତ ୨୩ ତାରିଖ ଠାରୁ ବିଶ୍ୱବିଦ୍ୟାଳୟ ର ପ୍ଳାଟିନମ୍ ଜୁବୁଲି ହୋଇଆସୁଥିବାରୁ ଏଠାରେ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ, ତଥା ଖାଦ୍ୟ ପରିବେଷଣ ହେଉଥିଲା । ଏଥିଯୋଗୁ ଏହି ପ୍ରାଙ୍ଗଣ ରେ ଅନେକ ପାଣି ବୋତଲ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପଡ଼ିଥିଲା ପିଏମ୍ଆଇଆର୍ ପରିବାର ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସମସ୍ତ ବର୍ଜ୍ୟବସ୍ତୁ ସଫା କରିଥିଲେ ।
ବିଭାଗ ର ପ୍ରଫେସର୍ ସନ୍ତୋଷ ତ୍ରିପାଠୀ ଙ୍କ କହିବା ଅନୁସାରେ ଏହି କାର୍ଯ୍ୟକ୍ରମ ବିଭାଗ ତରଫ ରୁ ୨୦୧୫ ମସିହା ରୁ ଆରମ୍ଭ ହୋଇଛି ଛାତ୍ରଛାତ୍ରୀ ମାନେ ଏହା ଜରିଆ ରେ କ୍ୟାମ୍ପସ ସଫେଇ, ପିକନିକ୍ ସ୍ଥଳ ସଫେଇ, ଅନାଥାଶ୍ରମ କୁ ସହାୟତା ତଥା ବିପର୍ଯ୍ୟ ବେଳେ ରିଲିଫ ପ୍ରଦାନ ଇତ୍ୟାଦି କାର୍ଯ୍ୟକ୍ରମ ନିୟମିତ କରିଥାନ୍ତି।
ସୁଦୃଢ ରାଷ୍ଟ୍ର ଗଠନ କରିବାରେ ଯୁବପିଢ଼ି ର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଏକ କର୍ତ୍ତବ୍ୟନିଷ୍ଠ ଓ ଦାୟିତ୍ୱବୋଧ ଯୁବପିଢ଼ି ର ନିର୍ମାଣ ପାଇଁ ସୁସ୍ଥ ଓ ସମୃଦ୍ଧି ର ପରିବେଶ ର ଉପସ୍ଥିତି ନିହାତି ଜରୁରୀ l ଛାତ୍ର ପ୍ରତୀକ ସାହାଣୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ଏ ଦିଗ ରେ ଏକ.ଛୋଟ ପଦକ୍ଷେପ ଏବଂ ମୁଁ ଆଶା କରୁଛି ଏହା ନିଶ୍ଚିତ ଭାବେ ଯୁବ ପିଢ଼ି ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ ଭାବେ କାମ କରିବ l

Leave A Reply

Your email address will not be published.

eighteen − five =