୩୯ ନଂ ୱାର୍ଡ ରେ ବିଜେପିର ପଦଯାତ୍ରା

0 617


ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ଭାରତୀୟ ଜନତା ପାର୍ଟି ତରଫରୁ ୱାର୍ଡ ନଂ ୩୯ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି ପଦଯାତ୍ରାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗଦେଇ ସ୍ୱଚ୍ଛତା ସଚେତନତା କରାଇବା ସହ ଡଷ୍ଟବିନ୍ ବିତରଣ କରିଥିଲେ । ଏହି ପଦଯାତ୍ରା ଅବସରରେ ବିଭିନ୍ନ ମହିଳା ସଂଗଠନ, ବରିଷ୍ଠ ନାଗରିକ ସଂଗଠନ ଓ ଅଂଚଳବାସୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ପଦଯାତ୍ରା ଶାସ୍ତ୍ରୀନଗରରୁ ଆରମ୍ଭ ହୋଇ ନୂଆ ସାହି ଦେଇ ମମତାଜ୍ ଅଲ୍ଲୀ ହାଇସ୍କୁଲ୍ ଠାରେ ଶେଷ ହୋଇଥିଲା । ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ପକ୍କା ଘର ପ୍ରଦାନ କରାଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଥିଲେ । ଏହି ପଦଯାତ୍ରାରେ ନିରଂଜନ ବାରିକ, ଜଗନ୍ନାଥ ବେହେରା, ପଦ୍ମଜା ଜେନା, କୈଳାସ ରଥ, କୃଷ୍ଣଚନ୍ଦ୍ର ପୃଷ୍ଟି ପ୍ରମୁଖ ଯୋଗ ଦେଇ ପଦଯାତ୍ରାକୁ ସଫଳ କରିଥିଲେ ।

Leave A Reply

Your email address will not be published.

eight + eighteen =