ବିଜେଡିରେ କୁହୁଳୁଛି ଅସନ୍ତୋଷ : ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ବିରୋଧ

0 1,085

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀଙ୍କୁ ନେଇ ଅସନ୍ତୋଷ ଦେଖା ଦେଇଛି l ନିର୍ବାଚନ ଅଧିକାରୀ ଗୌତମ ପାଳିତ ପୂର୍ବରୁ ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କୁ ବିରୋଧ କରୁଥିବାରୁ ବିଷ୍ଣୁଙ୍କ ସମର୍ଥକ ଗୌତମଙ୍କୁ ବିରୋଧ କରୁଥିବା କୁହାଯାଉଛି l ଗୌତମଙ୍କୁ ନିର୍ବାଚନ ଅଧିକାରୀ କରିବାରେ ପର୍ଯ୍ୟବେକ୍ଷକ ଦେବାଶିଷ ସାମନତରାୟ ଓ ମନ୍ତ୍ରୀ ପ୍ରତାପ ଜେନା ସହଯୋଗ କରିଛନ୍ତି ବୋଲି କୁହାଯାଉଛି l ତେବେ ବିଷ୍ଣୁଙ୍କ ସମର୍ଥକ ଏହାକୁ ଗ୍ରହଣ କରି ପାରୁନାହାନ୍ତି l ପାରାଦୀପରେ ବି ସମାନ ଅବସ୍ଥା l ପର୍ଯବେକ୍ଷକ ବିଜେଡ଼ି ମେମ୍ବରସିପ୍ ବହି ବିଧାୟକଙ୍କୁ ନ ଜଣାଇ ନିଜ ସମର୍ଥକମାନଙ୍କୁ ଦେଇଥିଲେ ବୋଲି ନିକଟରେ ଅଭିଯୋଗ ଆସିଥିଲା । ନିର୍ବାଚନ ଅଧିକାରୀଙ୍କୁ ବିରୋଧ କରି ସେମାନେ ଦଳୀୟ ହାଇକମାଣ୍ଡଙ୍କୁ ଭେଟିବେ ବୋଲି ଚର୍ଚ୍ଚା ହେଉଛି l

Leave A Reply

Your email address will not be published.

one × five =