ତିର୍ତ୍ତୋଲରେ ବିଜେଡ଼ିର ୨୩ ତମ ପ୍ରତିଷ୍ଠା ଦିବସ

0 913

ତିର୍ତ୍ତୋଲ ( ସାମନ୍ତରାୟ ମନୋରଞ୍ଜନ ଦାସ): ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ତିର୍ତ୍ତଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ୍‌ ବର୍ତ୍ତି କଲେଜ ପଡିଆରେ ମଧ୍ୟ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ତିର୍ତ୍ତଲ ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ଦାସ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରଘୁନାଥପୁର ବ୍ଳକ ପଞ୍ଚାୟତ ସମିତି ଅଧକ୍ଷା ସ୍ୱପ୍ନ ସରିତା ବଳ ଓ ତିର୍ତ୍ତଲ ବ୍ଳକ ଅଧକ୍ଷା ସୁଜାତା ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ବିଷ୍ଣୁ ଦାସ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ପ୍ରଗତି କରୁଛି ଏବଂ 5-T ଦ୍ବାରା ରାଜ୍ୟ ଆହୁରି ପ୍ରଗତି କରିବ ବୋଲି ବିଧାୟକ ବିଷ୍ଣୁ ଦାସ ମତପ୍ରକାଶ ପ୍ରକାଶ କରିଥିଲେ।
ରାଜ୍ୟ ବିଜେଡି କୃଷକ ସେଲ ସମ୍ପାଦକ ଅନ୍ତର୍ଜାମୀ ରାଉତ ସ୍ୱାଗତ ଭାଷଣ ରଖିଥିବା ବେଳେ ବିଧାୟକ ଶ୍ରୀ ଦାସ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଉପସଭାପତି ସରୋଜକାନ୍ତ ସ୍ବାଇଁ , ତିର୍ତ୍ତଲ ବ୍ଳକ ବିଜେଡି ସଭାପତି ବସନ୍ତ ମୋହାପାତ୍ର ,ଜିଲ୍ଲା ବିଜେଡି ମାଇନାରୀଟି ସେଲ ସଭାପତି ସେକ ଅଜମିର ଅଲ୍ଲି,ଜିଲ୍ଲା ଛତ୍ର ବିଜେଡି ସଭାପତି ପ୍ରଦୀପ୍ତ ଭୂୟାଁ,ରଘୁନାଥପୁର ଛାତ୍ର ବିଜେଡି ସଭାପତି ଜୋସେପ ସ୍ୱାଇଁ,କଟକ ଯୋନ ଛାତ୍ର ବିଜେଡ଼ି ଉପସଭାପତି ପ୍ରଭୁତି ମୋହାପତ୍ର,ଜିଲ୍ଲା ଛାତ୍ର ବିଜେଡି ସୋସିଆଲ ମେଡ଼ିଆ ସଂଯୋଜକ ସୁଜିତ ମହାନ୍ତି ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ମହିଳା,ଯୁବ,ଛାତ୍ର ନେତା ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସଫଳତା ବଖାଣିଥିଲେ । ତିର୍ତ୍ତଲ,ରଘୁନାଥପୁର ଓ ବିରିଡି ବ୍ଳକ ର ବହୁ ଜିଲ୍ଲା ପରିଷଦ,ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଙ୍କ ସମେତ ପ୍ରାୟ ୫୦୦୦ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

17 − eleven =