ମେଟ୍ରିକ ପରୀକ୍ଷା ପାଇଁ କରିତକର୍ମାଙ୍କ କାରସାଦି ! ଏରସମାର ଗୋଟିଏ ବିଦ୍ୟାଳୟରେ ଦୁଇଜଣ ପ୍ରଧାନଶିକ୍ଷକ

0 899

କୁଜଙ୍ଗ ( ରଂଜିତ କୁମାର ପଣ୍ଡା ): ଚଳିତବର୍ଷ ମେଟ୍ରିକ ପରିକ୍ଷାକୁ ସ୍ୱଛ କରିବା ପାଇଁ ସରକାର ବିଭିନ୍ନ ଦୃଢ ପଦକ୍ଷେପ ନେଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦିର୍ଘ ତେରବର୍ଷ ଧରି ଡେପୁଟେସନରେ ରହି ଜନୈକ ଶିକ୍ଷକ ନିଜକୁ ଜଣେ ଅଫିସର ବୋଲାଇ ସମଗ୍ର ଜିଲ୍ଲାରେ ହୁକୁମାତୀ ଚଳାଇଥିବା ଜଣାପଡିଛି।ଶିକ୍ଷାଧିକାରୀଙ୍କ ମୁଣ୍ଡରେ ଅଠାବୋଳି ଜିଲ୍ଲାରେ ଏକ ସ୍ୱତନ୍ତ୍ର ନେଟୱାର୍କ ଚଳାଇ ସମଗ୍ର ଶିକ୍ଷାବ୍ୟବସ୍ଥାକୁ ନିଜ କବଜାରେ ରଖିଛନ୍ତି।ଶାସକ ରାଜନୈତିକ ଦଳର ଛତ୍ରଛାୟା ତଳେ ରହି ଏହି କରିତକର୍ମା ଜଣଙ୍କ ନହେଲା କାମକୁ କରୁଥିଲେ ମଧ୍ୟ କେହି ପାଟି ଖୋଲିବାକୁ ସାହସ କରୁନାହାଁନ୍ତି।ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ଯୋଜନା ଓ ତାଲିମ କାର୍ଯ୍ୟକ୍ରମରେ ଅଫିସରଙ୍କୁ ପଛରେ ପକାଇ ଷ୍ଟେଜରେ ଆଗରେ ରହୁଥିବା ଦେଖିବାକୁ ମିଳୁଛି।ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଠାରୁ ଉପକରଣ ଯୋଗାଣ ସବୁଥିରେ କରିତକର୍ମା ହୁକୁମାତୀ କରିଆସୁଛନ୍ତି।ଯେତେ ଅଧିକାରୀ ବଦଳି ହୋଇଆସିଲେ ମଧ୍ୟ ଦିନ କେଇଟାରେ କରିତକର୍ମା ତାଙ୍କୁ ପୋଷା ମନାଇବାରେ ଧୁରନ୍ଧର।ଚଳିତ ବର୍ଷ ମେଟ୍ରିକ ପରିକ୍ଷା ପରିଚାଳନାରେ ମଧ୍ୟ ତଥାକଥିତ କରିତକର୍ମାଙ୍କ ବୋଲବାଲା ଜୋର ରହିଛି।ମେଟ୍ରିକ ପରିକ୍ଷାକୁ ପରିଚାଳନା ପାଇଁ କରିତକର୍ମା ଜଣଙ୍କ ଜିଲ୍ଲାରେ ଏକ ସ୍ୱତନ୍ତ୍ର ନେଟୱାର୍କ କରି ଭଲ ରକମ ଠୁଳ କରି ନହେଲା କାମ କରିପାରିଥିବା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକରେ ମେଟ୍ରିକ ପରିକ୍ଷାକେନ୍ଦ୍ର ନିର୍ଣ୍ଣୟରେ କରିତକର୍ମାଙ୍କ ସ୍ୱତନ୍ତ୍ର ଭୁମିକା ରହିଛି।ଜିଲ୍ଲାରେ୭୮ଟି ମେଟ୍ରିକ ପରିକ୍ଷାକେନ୍ଦ୍ର ମୁକ୍ତ ବିଦ୍ୟାଳୟ ପାଇଁ ଦୁଇଟି ଓ ସଂସ୍କୃତ ମଧ୍ୟମା ପାଇଁ ଗୋଟିଏ ପରିକ୍ଷାକେନ୍ଦ୍ର ସ୍ଥିର କରାଯାଇଛି।ପରିକ୍ଷାକେନ୍ଦ୍ର ଚୟନରେ ଚଞ୍ଚକତା କରାଯାଇ କରିତକର୍ମାଙ୍କ ମନମାନିରେ ସବୁକିଛି ସ୍ଥିରକରାଯାଇଛି।ଏପରିକି ଅନେକ ପରିକ୍ଷାକେନ୍ଦ୍ରର ସୁନାମ ଥିବା ବେଳେ ସେଗୁଡିକୁ କାଟି ଦିଆଯାଇଥିବା ଅଭିଯୋଗ ଉଠିଛି।କେତେକ ସେଣ୍ଟର ଫିକ୍ସିଂ ହୋଇଥିବା ଅଭିଯୋଗ ହୁଏ।ଜିଲ୍ଲାରେ ସମୁଦାୟ୨୮ଟି ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ଏଥି ମଧ୍ୟରୁ ବୋଲ ମାନିନଥିବା, ଦେଖା କରିନଥିବା ସେଣ୍ଟରରେ ଲଗାଯାଇଥିବା ଜଣାପଡିଛି।କରିତକର୍ମା ଜଣଙ୍କ ଏତେ ଚାଲାକ୍ ଯେ ଜିଲ୍ଲା ମୁଖ୍ୟଙ୍କୁ କରାୟତ କରି ସବୁ କାରସାଦି କରିବା ପାଇଁ ଜିଲ୍ଲାମୁଖ୍ୟଙ୍କ ଗାଁ ସ୍କୁଲକୁ ଚଳିତବର୍ଷ ମେଟ୍ରିକ ପରିକ୍ଷାକେନ୍ଦ୍ର କରାଇ ଶିକ୍ଷାଧିକାରୀଙ୍କ ଦ୍ୱାରା ଏଠାରେ ସ୍ୱତନ୍ତ୍ର ନିୟମ ଲାଗୁ କରି ସବୁ ଅସାଧୁ କାର୍ଯ୍ୟ କରିବାକୁ ପଛାଇ ନାହାଁନ୍ତି।ଚଳିତବର୍ଷ ମେଟ୍ରିକ ପରିକ୍ଷା ପରିଚାଳନା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ସୁପରିନଟେଣ୍ଡେଟ ତାଲିକାରେ ହୋଇଥିବା ଚଞ୍ଚକତା ଏବେ ପଦାରେ ପଡିଛି।ଏରସମା ବ୍ଲକ ଜିରାଇଲୋ ନଅ ମୌଜି ହାଇସ୍କୁଲରେ ଦୁଇଜଣ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଥିବା ଏକ ବିଚିତ୍ର ତଥ୍ୟ ପ୍ରକାଶ ପାଇବା କରିତକର୍ମା ଗୋଷ୍ଠୀର ପାରିବାପଣିଆର ନମୁନା ସାଜିଛି।ସେଣ୍ଟର ସୁପରିନଟେଣ୍ଡେଟ ତାଲିକା କ୍ରମାଙ୍କ ନଂ୨୧ରେ ରଂଜନ କୁମାର ଦାସଙ୍କୁ ଜିରାଇଲୋ ନଅ ମୌଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦର୍ଶାଇ ଜିରାଇଲୋ ସେଣ୍ଟର ସୁପରିନଟେଣ୍ଡେଟ କରାଯାଇଛି।ତାଲିକାର କ୍ରମାଙ୍କ ନଂ୨୪ରେ ରମେଶ ଚନ୍ଦ୍ର ଲେଙ୍କାଙ୍କୁ ଜିରାଇଲୋ ନଅ ମୌଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଚଞ୍ଚକପୁର୍ଣ୍ଣ ଭାବେ ଦର୍ଶାଇ କେପି ହାଇସ୍କୁଲ ମଲ୍ଲିପୁର ସେଣ୍ଟର ସୁପରିନଟେଣ୍ଡେଟ ଭାବେ ନିଯୁକ୍ତି ଦିଆଯାଇଛି।ଏହାକୁ ନମୁନା ଷଡଯନ୍ତ୍ର ଧରାଯାଇପାରେ।ଖାଲି ଏତିକି ନୁହେଁ ଜିଲ୍ଲାରେ କରିତକର୍ମାଙ୍କ ସ୍ୱତନ୍ତ୍ର ନେଟୱାର୍କ ଦ୍ୱାରା କେଉଁ ସ୍କୁଲ କେଉଁ ସେଣ୍ଟରରେ ରହିବେ ତାହା ଫିକ୍ସିଂ କରାଯାଇଥିବା ତଥ୍ୟ ମିଳିଛି।ଉଦାହରଣ ସ୍ୱରୂପ କୁଜଙ୍ଗ ବ୍ଲକର ଗରେଇ ହାଇସ୍କୁଲ ସେଣ୍ଟରର ସୁନାମ ରହିଥିବା ବେଳେ ସେଣ୍ଟର ଚଳିତବର୍ଷ ବାତ୍ତିଲ କରାଯାଇଛି।ଗରେଇ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ବଡମଠ ହାଇସ୍କୁଲ ସୁପରିନଟେଣ୍ଡେଟ କରାଯାଇଛି।ଗରେଇ ହାଇସ୍କୁଲ ପଣ୍ଡୁଆ ହାଇସ୍କୁଲ ସେଣ୍ଟରରେ ଅପରପକ୍ଷରେ ବଡମଠ ହାଇସ୍କୁଲକୁ ପଣ୍ଡୁଆ ସେଣ୍ଟରରେ ଟ୍ୟାଗ କରାଯାଇଛି।ସେହିପରି ଜିରାଇଲୋ ନଅ ମୌଜି ହାଇସ୍କୁଲର ଛଦ୍ମବେଶୀ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ଲେଙ୍କା ମଲ୍ଲିପୁର ସେଣ୍ଟର ସୁପରିନଟେଣ୍ଡେଟ ହୋଇଥିବା ବେଳେ ଜିରାଇଲୋ ସ୍କୁଲ ଏରସମା ସେଣ୍ଟରରେ, ଏରସମା ସ୍କୁଲ ମଲ୍ଲିପୁର ସେଣ୍ଟରରେ, ମଲ୍ଲିପୁର ସ୍କୁଲ ପତିତପାବନ ହାଇସ୍କୁଲ ସେଣ୍ଟରରେ, ପତିତପାବନ ହାଇସ୍କୁଲ ସିଙ୍ଗିପୁର ଦୁଇଟି ପାଖ ପରିକ୍ଷାକେନ୍ଦ୍ର ଅତିକ୍ରମ କରି ଜିରାଇଲୋ ପରିକ୍ଷାକେନ୍ଦ୍ରରେ ଟ୍ୟାଗ ହେବାର ମହତ ଉଦ୍ଦେଶ୍ୟ କଣ?ପରିକ୍ଷା ସ୍ୱଛତାର ନମୁନା ସାଜିଛି।ଖାଲି ଏରସମା ବ୍ଲକ ନୁହେଁ କୁଜଙ୍ଗ ବ୍ଲକ କାଳିଆପାଟ ସ୍କୁଲ ନୁଆ ସେଣ୍ଟରରେ ସିସିଟିଭି କ୍ୟାମେରା ଲାଗିବା ପରି ଅନେକ ଘଟଣା ଦୁର୍ନୀତିର ଜଳଜଳ ଉଦାହରଣ ସାଜିଛି।ସମଗ୍ର ଜିଲ୍ଲାରେ ଅନେକ ସମ୍ବେଦନଶୀଳ ସେଣ୍ଟର ଥିବା ବେଳେ ଜାଣିଶୁଣି ନିର୍ଦ୍ଧିଷ୍ଟ କେତେକ ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଯାଇ ସୁପରିନଟେଣ୍ଡେଟ ମାନଙ୍କୁ କଥିତ କରିତକର୍ମା ଫୋନ ଯୋଗେ ଧମକଚମକ ଦେଉଥିବା ନାମ ଗୋପନ ସର୍ତରେ କେତେକ ସୁଚନା ଦେଇଛନ୍ତି।ଜିଲ୍ଲା ଶିକ୍ଷାଧିକାରୀଣି ରବର ଷ୍ଟାମ୍ପ ସାଜି କରିତକର୍ମାଙ୍କ ସ୍ୱତନ୍ତ୍ର ନେଟୱାର୍କର ମୋହରା ସାଜିଥିବା ଜିଲ୍ଲାବ୍ୟାପୀ ଚର୍ଚ୍ଚା ହେଉଛି।ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦିର୍ଘ ତେରବର୍ଷ ଧରି ବେଆଇନ ଭାବେ ଅଫିସର ବୋଲାଉଥିବା କରିତକର୍ମାଙ୍କ କଳାକାରନାମା ସମ୍ପର୍କରେ ଖୁବଶୀଘ୍ର ମୋ ସରକାର ଯୋଜନା ଫାଇଭ ଟି ପାଖରେ ଫେରାଦ ହେବାକୁ କେତେକ ବୁଦ୍ଧିଜୀବୀ ମାନେ କହିଥିବା ବେଳେ ମେଟ୍ରିକ ପରିକ୍ଷା ପରିଳନାରେ ହୋଇଥିବା ଚଞ୍ଚକତା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।

Leave A Reply

Your email address will not be published.

8 − 3 =