“କରୋନା” ସଚେତନତା ବାର୍ତ୍ତା ବାଣ୍ଟିଲା ବିଜେପି କୃଷକମୋର୍ଚ୍ଚା

0 615

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ ): ଖୋର୍ଦ୍ଧାବ୍ଳକ୍ ବାଜପୁର ସାପ୍ତାହିକ ହାଟରେ ଆଜି ବିଜେପି କୃଷକମୋର୍ଚ୍ଚା ତରଫରୁ “କରୋନା” ମହାମାରୀର ମୁକାବିଲାପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ହାଟର ଚାଷିଭାଇ ଓ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ସକାଳୁ ସକାଳୁ ହାଟରେ ସାମାଜିକ ଦୂରତ୍ବକୁ ଧ୍ୟାନଦିଆଯାଇ କୃଷକମୋର୍ଚ୍ଚା ରାଜ୍ଯ ଉପସଭାପତି ଶ୍ରୀରଂଜନ ମଙ୍ଗରାଜଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ଯକର୍ତ୍ତାମାନେ ଫେସକଭର୍ ଓ ସାନିଟାଇଜର୍ ସ୍ଥାନୀୟ ଚାଷୀ,ବ୍ୟବସାୟୀ ଏବଂ ଜନସାଧାରଣଙ୍କୁ ବଣ୍ଟନ କରିଥିଲେ । ଦଳୀୟକର୍ମୀମାନେ ପ୍ରତ୍ଯେକ ଲୋକମାନଙ୍କୁ ସାମାଜିକ ଦୂରତ୍ବ, ମୁହଁରେ କଭର୍ ଲଗେଇବା ଏବଂ ହାତପରିଷ୍କାର କରିବାପାଇଁ ସଚେତନତା କରେଇଥିଲେ । ବାଜପୁର ପଞ୍ଚାୟତର ନାୟବସରପଞ୍ଚ ଉମାକାନ୍ତ ପାହାଡାସିଂହ,ପୂର୍ବତନ ସରପଞ୍ଚ ଭରତ ସାହୁ,ନନ୍ଦପୁର ପଞ୍ଚାୟତ ପ୍ରମୁଖ କୃପାସିନ୍ଧୁ ବଳିୟାରସିଂହ,ବିଘ୍ନେଶ୍ବର ପରିଡା,ଜମେଶ୍ବର ଜେନା,ପ୍ରମୋଦ ରଣା,ପ୍ରଦୀପ୍ତ ପାତ୍ର,ଅକ୍ଷୟ ବଳିୟାରସିଂହ,ସୁମନ୍ତ ଶ୍ରୀଚନ୍ଦନ,ନିରୋଦ ସାମନ୍ତରାୟ,ଜନ୍ମେଜୟ ଛୋଟରାୟ, ସନୋଷ ଜୟସିଂହ,ସୁମନ୍ତ ହରିଚନ୍ଦନ,ରଂଜିତ୍ କୁମାର ସାମନ୍ତରାୟ, ସୁଦର୍ଶନ ସୁନ୍ଦରାୟ,ରତ୍ନାକର ବିଧାର ଓ ପଞ୍ଚାନନ ଦାସ ପ୍ରମୁଖ ଦଳୀୟ କାର୍ଯ୍ଯକର୍ତ୍ତା ଯୋଗଦେଇ ସହଯୋଗ କରିଥିଲେ l

Leave A Reply

Your email address will not be published.

8 + two =