ବଲିଉଡ ଅଭିନେତା ଇରଫାନଙ୍କ ଦେହାନ୍ତ

0 713

ମୁମ୍ବାଇ : ଅଫେରା ରାଜ୍ୟକୁ ଚାଲିଗଲେ ପ୍ରିୟ କଳାକାର ଇରଫାନ ଖାନ। ସାଧାରଣ ଲୋକଙ୍କ ହୃଦୟରେ ଆସାଧରଣ ସ୍ଥାନ ତିଆରି କରିଥିବା ଏଇ ଚମତ୍କାର ବ୍ୟକ୍ତିତ୍ୱଙ୍କୁ ଆଉ ଆମେ ଦେଖିବାକୁ ପାଇବାନି। ରୋଗ ତାଙ୍କୁ ମୃତ୍ୟୁ କବଳକୁ ନେଇଯାଇଛି l ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କର ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି l ଯେଉଁଠାରେ ତାଙ୍କୁ କୋଲନ ସଂକ୍ରମଣ ପାଇଁ ଭର୍ତ୍ତି କରାଯାଇଥିଲା। 53 ବର୍ଷୀୟ ଅଭିନେତା 2018 ଠାରୁ କର୍କଟ ରୋଗ ସହ ଲଢୁଥିଲେ । ଇରଫାନଙ୍କ ପତ୍ନୀ ସୁତାପା ଏବଂ ଦୁଇ ପୁଅ – ବାବିଲ ଏବଂ ଆୟାନ ଅଛନ୍ତି। ହିନ୍ଦୀ ସହିତ ହଲିଉଡ଼ ଚଳଚିତ୍ରରେ ସେ ଅଭିନୟ କରିଥିଲେ l ଇରଫାନଙ୍କ ମୃତ୍ୟୁରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି l

Leave A Reply

Your email address will not be published.

12 − 10 =