ଚାଲିଗଲେ ରିଷି କାପୁର

0 733

ମୁମ୍ବାଇ : ବଲିଉଡ ପାଇଁ ଦୁଃଖ ପିଛା ଛାଡ଼ୁନି l ଗତକାଲି ଇରଫାନ ଖାନଙ୍କ ଦେହାନ୍ତ ହୋଇଥିଲା ବେଳେ ଆଜି ବଲିଉଡର ଭେଟେରାନ ଅଭିନେତା ରିଷି କପୁର 67 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲୋକପ୍ରିୟ ଅଭିନେତା ରିଷି କପୁର କ୍ୟାନ୍ସରରେ ଅସୁସ୍ଥ ହୋଇ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ପତ୍ନୀ ନିତୁ କପୁର ଏବଂ ପୁଅ ରଣବୀର ତାଙ୍କ ପାଖରେ ଥିଲେ। ବୁଧବାର ସକାଳେ ରିଷିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅମିତାଭ ବଚ୍ଚନ ତାଙ୍କ ରିଷିଙ୍କ ବିଷୟରେ ଦୁଃଖ ପ୍ରକାଶ କରି ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି l

ଏହି ବର୍ଷ ଆରମ୍ଭରେ ରିଷି କାପୁର ଅସୁସ୍ଥ ହୋଇପଡିଥିବା ବେଳେ ପରେ ମୁମ୍ବାଇର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ l ରିଷି କପୁର ରାଜଧାନୀରେ ‘ଶର୍ମାଜୀ ନାମକେନ୍’ ପାଇଁ ସୁଟିଂ କରୁଥିଲେ। ରିପୋର୍ଟରୁ ଜଣାପଡିଛି ଯେ ଏହି ଅଭିନେତା କର୍କଟ ରୋଗର ପୁନର୍ବାର ମୁକାବିଲା କରୁଥିଲେ। ସେ ରାଜ କପୁରଙ୍କ ତୃତୀୟ ସନ୍ତାନ l ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି l

Leave A Reply

Your email address will not be published.

two − one =