ଶାନ୍ତିସେନା ପ୍ରଭାବ : ରକ୍ତଦାନ ଶିବିରରେ ରକ୍ତ ଦେଲେ ବିଧାୟକ ସମ୍ବିତ

0 956

ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ ) : ମହାମାରୀ କରୋନାରେ ଯେପରି ଆମ ରାଜ୍ୟରେ ରକ୍ତର ଅଭାବ ନ ରୁହେ ସେଥିପାଇଁ ଦଳର ହାଇ କମାଣ୍ଡଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି ପାରାଦୀପ ର ଯୁବ ବିଧାୟକ ସମ୍ବିତ ରାଉତରାୟ । ପ୍ରକାଶ ଥାଉକି କରୋନା ଓଡ଼ିଶାରେ ପାଦ ଥାପିବା କିଛି ଦିନ ନ ପୁରୁଣୁ ଜଗତସିଂହପୁର ବିଧାୟକ ଏବଂ ତିର୍ତ୍ତୋଲ ବିଧାୟକ ଗୁରୁ ଶିଷ୍ୟ ଯୋଡ଼ି ଦୁହେଁ ଦୀର୍ଘଦିନ ହେଲା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସରକାର ଙ୍କ ନିର୍ଦ୍ଦେଶ କୁ ପାଳନ କରି ପ୍ରତି ସପ୍ତାହ ରେ କିଛି କିଛି ରକ୍ତ ସଂଗ୍ରହ କରି ମୁଖ୍ୟମନ୍ତ୍ରୀ ଙ୍କ ନିକଟତର ହୋଇଥିଲେ । ଏହାକୁ ନେଇ ଶାନ୍ତିସେନା ନ୍ୟୁଜ ପକ୍ଷରୁ ଏକ ଖବର ପ୍ରସାରଣ ହେବାପରେ ଜିଲ୍ଲା ସହିତ ସାରା ରାଜ୍ୟରେ ଏକ ହଟଚମଟ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଆଜି ବିଜୁ ଜନତା ଦଳର ଜୀବନବିନ୍ଦୁ କାର୍ଯ୍ୟକ୍ରମ ରୁ ଦୂରେଇ ରହିଥିବା ସମ୍ବିତ ପାରାଦ୍ୱୀପ ଠାରେ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେବା ସହ ନିଜେ ରକ୍ତ ଦେଇଥିଲେ ଏବଂ ଆଗକୁ ଏହିଭଳି ରକ୍ତ ଦାନ ଚାଲୁ ରହିବ ବୋଲି ମଧ୍ୟ ପ୍ରତିଶୃତି ଦେଇଥିବା ଜଣାପଡିଛି । ସେହିଭଳି ଭାବେ ବାଲିକୁଦା ଏରସମା ନବନିର୍ବାଚିତ ବିଧାୟକ ତଥା ମନ୍ତ୍ରୀ ଙ୍କୁ ଫୋନ୍ ଲଗାଇବାକୁ ଚେଷ୍ଟା କରିଥିଲେ ବି ଯୋଗାଯୋଗ ହୋଇପାରିନଥିଲା । ଦେଖାଯାଉ ଏହି ମହାମାରୀରେ ରକ୍ତର ଅଭାବ ସମୟରେ ମନ୍ତ୍ରୀ ଓ ସାଂସଦଙ୍କ ପାଳି କେବେ ପଡୁଛି ।

Leave A Reply

Your email address will not be published.

10 − five =