ନିଶା କାରବାରର ହବ୍‌ ପାଲଟିଛି ଖୋର୍ଦ୍ଧା ଜେଲ

0 678


ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ): ବ୍ରାଉନ୍‌ସୁଗାର କାରବାରକୁ ନେଇଁ ଖୋର୍ଦ୍ଧା ଅଞ୍ଚଳ ଚର୍ଚାରେ ରହୁଥିବା ବେଳେ ଆଜି ପୁଣି ଏହାର ପ୍ରମାଣ ଖୋର୍ଦ୍ଧା ଜେଲ୍‌ ଭିତରୁ ମିଳିଛି । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଖୋର୍ଦ୍ଧା ପୋଲିସ ଓ ଅବକାରୀ ବିଭାଗ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଢ଼ାଉଉ କରି ଅପରାଧୀଙ୍କୁ ଖୋର୍ଦ୍ଧା ଜେଲ ଭିତରେ ରଖିଛି ସତ କିନ୍ତୁ ନିଶା କାରବାରରେ ରୋକ ଲଗାଇବାରେ ଅସମର୍ଥ ହୋଇଛି । ଜେଲର କଡା ସୁରକ୍ଷା ଭିତରେ ଥାଇ ମଧ୍ୟ ଅପରାଧୀ ମାନେ କିପରି ଜେଲ ଭିତରେ ଅବାଧ ନିଶା କାରବାର କରିବା ସହ ନିଶା ସେବନ କରୁଛନ୍ତି ତାହାର ଭିଡ଼ଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇଁ ଜିଲ୍ଲା ପ୍ରଶାସନ ଓ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଜଦି ଜେଲ ଭିତରେ ଏମିତି ତାହାଲେ ବାହାରେ କେମିତି ଚାଲୁଛି ନିଶା କରବାର ତାହା ବେସ୍‌ ଅନୁମେୟ । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.

16 + sixteen =