ପହିଲି ରଜରେ ଫୁଟିଲା ଗୁଳି, ଯୁବକ ମୃତ

0 1,260


ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ରଜ ରେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଲାଲା ପ୍ରଧାନ(୩୫)।
ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆ ର ବଡ ଶବର ସାହି ସକାଳ ସାଢେ ୭ଟା ସମୟରେ ଘଟିଛି ଘଟଣା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଗୋଟିଏ ଜୀବନ୍ତ ଗୁଳି, ୪ଟା ଖୋକା ଜବତ କରିଛି ।
ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୋଲିସ ର ପ୍ରାଥମିକ ଅନୁସଂଧାନ ରୁ ଜଣାପଡିଛି । ଏସଡିପିଓ ସୁଶିଲ ମିଶ୍ର କହିଲେ ଯେ ଛ’ରାଉଣ୍ଡ ଗୁଳି ଫାଏରିଙ୍ଗ ହୋଇଛି । ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ପେଟରେ ବାଜିଛି। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.

two × 5 =